ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା

ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା

ବାଲିଗୁଡ଼ା, ତା, ୨୧/୦୯: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଅଧୀନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଅନୁଷ୍ଠିତ ହୋଇଛି। ବ୍ଲକର ୧୬ଟି କ୍ଲଷ୍ଟରରେ ଏହି ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ପ୍ରାୟ ୧୮୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ସମେତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପଦ୍ମଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ପରିଚାଳିତ ହୋଇଥିଲା। ୧୬ଟି କ୍ଲଷ୍ଟରରେ ନିୟୋଜିତ ସିଆରସିସି, ପରୀକ୍ଷା ପରିଚାଳନାରେ ନିୟୋଜିତ ଇନଭିଜିଲେଟର ଓ ସ୍ୱେଚ୍ଛାସେବୀ ଶିକ୍ଷକ ମାନେ ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ବିଶେଷ କରି ଅଧାରୁ ପାଠପଢ଼ା ଛାଡ଼ିଥିବା ଶିକ୍ଷାର୍ଥୀ ତଥା ସାଧାରଣ ଜନତାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ପରୀକ୍ଷା ଚାଲିଥିବା ବିଭିନ୍ନ କେନ୍ଦ୍ରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ପରିଦର୍ଶନ କରି ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ କରିଥିଲେ। ପରୀକ୍ଷା ଶେଷ କରିଥିବା ଶିକ୍ଷାର୍ଥୀମାନଙ୍କୁ ସେମାନେ ଶିକ୍ଷାର ଗୁରୁତ୍ୱ ଓ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଏଥିସହ ବ୍ଲକର ସମସ୍ତ ସିଆରସିସି ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ। ଶିକ୍ଷାରୁ ବଞ୍ଚିତ କିମ୍ବା ଅଧାରୁ ପାଠପଢ଼ା ଛାଡ଼ିଥିବା ଲୋକଙ୍କୁ ପୁନର୍ବାର ଶିକ୍ଷାର ପରିସରକୁ ଆଣିବା ଦିଗରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଦୁଃଖୀ/ଗରିବଙ୍କ ଦୁଃଖ ସହ ସର୍ବଦା ଶାସ୍ତ୍ରୀନଗର ଯୁବ କମିଟି

masiha

ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୂର୍ଣ୍ଣlଅବୟଵ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ରାଇଘର ଦେଓଭରଣ୍ଡି ଠାରେ ଦୁର୍ଘଟଣା ଘଟି ୬ ଗୋଟି ଗାଈ ସହ ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!