ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ

ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ

ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ 

ବାଲିଗୁଡ଼ା, ତା, ୨୧/୦୯: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯାଇଛି।

ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି। ସେହିପରି ପୂର୍ବତନ ବିଧାୟକ ରାଜୀବ ପାତ୍ର ଙ୍କୁ ତୁମୁଡିବନ୍ଧ ବ୍ଲକ ଦାୟିତ୍ୱ ଦିଆଯାଇଥିବା ବେଳେ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଙ୍କୁ ବାଲିଗୁଡା ବ୍ଲକ , ବରିଷ୍ଠ ନେତା କ୍ଲେଶ ପ୍ରଧାନ ଙ୍କୁ ବାଲିଗୁଡା ବ୍ଲକ , ମଦନ ମୋହନ ପ୍ରଧାନ ଙ୍କୁ କ. ନୂଆଗାଁ ବ୍ଲକ , ସୁଶାନ୍ତ କହଁର ଙ୍କୁ କୋଟଗଡ ବ୍ଲକ , ସୁରେନ୍ଦ୍ର ପରାସେଠ ଙ୍କୁ ତୁମୁଡିବନ୍ଧ ବ୍ଲକ , ବିଜୟ ପ୍ରଧାନଙ୍କୁ କୋଟଗଡ ବ୍ଲକ, ବୃନ୍ଦାବନ ଦିଗାଲ ଙ୍କୁ କ. ନୂଆଗାଁ ବ୍ଲକ ଓ ଶ୍ରୀନିବାସ ରାଓଙ୍କୁ ବାଲିଗୁଡା ଏନ ଏ ସି ର କମିଟି ସଦସ୍ୟ ଭାବେ ସାମିଲ କରାଯାଇଛି। ବାଲିଗୁଡା ବିଧାନସଭା ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା, ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ସହ ତୃଣମୂଳସ୍ତରରେ ସଙ୍ଗଠନକୁ ସକ୍ରିୟ କରିବା ଦିଗରେ କମିଟି କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଆବଶ୍ୟକ ସ୍ଥଳେ ଅନ୍ୟ ନେତାମାନଙ୍କୁ ସ୍ୱତନ୍ତ୍ର ଭାବେ କମିଟିର ବୈଠକକୁ ନିମନ୍ତ୍ରଣ କରିବା ପାଇଁ ଜିଲ୍ଲା ସଭାପତିଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏନେଇ ରବିବାର ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୬ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ହ୍ୱିପ୍‌ ଉଲ୍ଲଂଘନ ଓ କ୍ରସ୍‌ଭୋଟିଂ ଅଭିଯୋଗକୁ ନେଇ ବିଜେଡି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସମେତ ୬ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ଦଳୀୟ ସଙ୍ଗଠନରେ ପ୍ରଭାବ ପଡ଼ିଥିବା ଚର୍ଚ୍ଚା ମଧ୍ୟରେ ବାଲିଗୁଡ଼ା ପାଇଁ ଏହି ନୂଆ ସମନ୍ୱୟ କମିଟି ଗଠନକୁ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଭିତ୍ତିଭୂମିକୁ ପୁଣି ମଜଭୁତ କରିବା ଏବଂ ତୃଣମୂଳସ୍ତରରେ କର୍ମୀଙ୍କୁ ଏକଜୁଟ କରିବା ଦିଗରେ ଏହି କମିଟି କେତେଦୂର ସଫଳ ହେବ, ତାହା ଉପରେ ଏବେ ଦଳୀୟ ମହଲର ନଜର ରହିଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ସମସ୍ୟା ଘେରରେ ଅଲେଖ ମହିମା ମଠ

Sunil Chandra Nayak

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

masiha

ଜୀବନ ସେବା ଫାଉଣ୍ଡେସନ ତରଫରୁ ପୁରୀ ବଡ ଦାଣ୍ଡ ରେ ସେବା କାର୍ଯ୍ୟ ଅନୁଷ୍ଠିତ

masiha

Leave a Comment

error: Content is protected !!