ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ଆକସ୍ମିକ ପରିଦର୍ଶନ ଛାତ୍ରଛାତ୍ରୀଙ୍କ ଖାଦ୍ୟର ଗୁଣବତ୍ତା ଓ ଖାଦ୍ୟ ସାମଗ୍ରୀର ମହଜୁଦ ସ୍ଥିତି ଯାଞ୍ଚ

ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ଆକସ୍ମିକ ପରିଦର୍ଶନ

ଛାତ୍ରଛାତ୍ରୀଙ୍କ ଖାଦ୍ୟର ଗୁଣବତ୍ତା ଓ ଖାଦ୍ୟ ସାମଗ୍ରୀର ମହଜୁଦ ସ୍ଥିତି ଯାଞ୍ଚ

ନବରଙ୍ଗପୁର:( ତା. ୨୪.୦୯.୨୦୨୬)(ରବି ନାରାୟଣ ମହାନ୍ତି) ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ ନିୟମିତ ତଦାରଖ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଦଳେଇଗୁଡ଼ା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମାନ ଆକସ୍ମିକ ପରିଦର୍ଶନ କରିଥିଲେ। ତାଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳଦେବ ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଡି.ପି.ଓ) ହିମାଂଶୁ ଶେଖର ପଟନାୟକ ଉପସ୍ଥିତ ଥିଲେ।ପରିଦର୍ଶନ ସମୟରେ ଅଧିକାରୀମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା, ପରିମାଣ ଓ ପରିଚ୍ଛନ୍ନତା ଯାଞ୍ଚ କରିଥିଲେ। ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସମୟରେ ଆବଶ୍ୟକ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରହୁଛି କି ନାହିଁ, ତାହା ମଧ୍ୟ ଅନୁଧ୍ୟାନ କରାଯାଇଥିଲା।ଏଥିସହ ବିଦ୍ୟାଳୟରେ ଉପଲବ୍ଧ ଚାଉଳ, ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଷ୍ଟକ୍‌ ସ୍ଥିତି ଯାଞ୍ଚ କରାଯାଇଥିଲା। ମହଜୁଦ ଖାଦ୍ୟ ସାମଗ୍ରୀର ପରିମାଣ, ସଂରକ୍ଷଣ ପ୍ରଣାଳୀ ଓ ରେକର୍ଡ ସମ୍ପର୍କରେ ଅଧିକାରୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ନେଇଥିଲେ।ପରିଦର୍ଶନ ଅବସରରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣାତ୍ମକ, ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସହ ଖାଦ୍ୟ ସାମଗ୍ରୀର ଯଥାଯଥ ସଂରକ୍ଷଣ ଓ ଷ୍ଟକ୍‌ ରେକର୍ଡ ନିୟମିତ ଭାବେ ଅଦ୍ୟତନ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ କଲ୍ୟାଣ, ଉତ୍ତମ ଶିକ୍ଷା ପରିବେଶ, ପୁଷ୍ଟିକର ଖାଦ୍ୟ ଓ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ କ୍ଷେତ୍ରସ୍ତରୀୟ ତଦାରଖ ଓ ଅନୁଧ୍ୟାନ ଜାରି ରହିବ ବୋଲି ଜଣାପଡ଼ିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଇନ୍ଦ୍ରାବତୀ ଠାରୁ କେସିଙ୍ଗାକୁ ବାବୁଲି ନାମକ ଘରୋଇ ବସ ଚଳାଚଳ କରିବା ପାଇଁ ଦାବୀ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନର ଆଉ ଏ ସଫଳତା  , ୧୮ ଗୋଟି ପୋଥି ସଂଗୃହୀତ 

masiha

Leave a Comment

error: Content is protected !!