ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟର ଯାନ ଆଇନ ସଂଶୋଧିତ

ହେଲମେଟ୍ ଠିକ ଭାବେ ନ ପିନ୍ଧିଲେ, “ଆଇଏସଆଇ” ଚିହ୍ନ ନଥିଲେ

 ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ….

 ଦୁଇ ଚକିଆ ଯାନ ଚାଳକମାନେ ଠିକ ଭାବେ ହେଲମେଟ ନ ପିନ୍ଧିଲେ ଅଥବା ହେଲମେଟ ଟି ଆଇଏସଆଇ ମାର୍କା ହୋଇନଥିଲେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । କେବଳ ଏତିକି ନୁହେଁ, ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯାଇପାରେ । ମୋଟର ଯାନ ଆଇନ ୧୯୯୮ର ଧାରା ୧୨୯ରେ ଏକ ନୂଆ ସଂଶୋଧନ ଆଣି ସରକାର ଏହି ନିୟମ ଲାଗୁ କରିଛନ୍ତି ।

ନୂଆ ନିୟମ ଅନୁଯାୟୀ, ଦୁଇଚକିଆ ଯାନ ଚଳାଇବା ବେଳେ କେବଳ ଯେ ମୁଣ୍ଡରେ ହେଲମେଟ ଗଳାଇଦେଲେ ଆପଣ  ଜୋରିମାନା ଦେବାରୁ ବର୍ତ୍ତିଯିବେ ତାହା ନୁହେଁ, ବରଂ ଆପଣଙ୍କୁ ହେଲମେଟ ଠିକ ଭାବରେ ପିନ୍ଧିବାକୁ ପଡ଼ିବ ଓ ହେଲମେଟ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ) (କିମ୍ବା ଆଇଏସଆଇ) ମାର୍କା ହେବା ବାଧ୍ୟତାମୂଳକ । ହେଲମେଟ ଯଦି ଆଇଏସଆଇ କିମ୍ବା ବିଆଇଏସ ମାର୍କା ନୁହେଁ, ତେବେ ୧ ହଜାର ଟଙ୍କା ଜୋରିମାନା ପଡିବ । ସେହିପରି ଆପଣ ଯଦି ହେଲମେଟ ପିନ୍ଧିଛନ୍ତି କିନ୍ତୁ ତାହାର ବେଲଟକୁ ଠିକଭାବେ ଲକ୍ କରିନାହାନ୍ତି ତେବେ ୧ ହଜାର ଟଙ୍କା ଜୋରିମନା ଦେବାକୁ ପଡ଼ିପାରେ । ପୁଣି ଯଦି ହେଲମେଟ ଠିକ ଭାବେ ପିନ୍ଧି ମଧ୍ୟ ଆପଣ ରେଡ ଲାଇଟ୍ ଅତିକ୍ରମ କରିଗଲେ, ତେବେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗ୍ୟାସ ଲିକରୁ ଅଗ୍ନି ଜଳି ଜଣେ ଯୁବତୀ ଗୁରୁତର

Sunil Chandra Nayak

ତୁମେ ସମସ୍ୟାର କାରଣ ହୁଅ ନାହିଁ, ସମାଧାନର ପଥଟିଏ ହୁଅ

Sunil Chandra Nayak

ମାରଓ୍ଵାଡି ଯୁବା ମଞ୍ଚ ପକ୍ଷରୁ  ନବଜାତ  ଶିଶୁଙ୍କୁ କିଟ୍ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!