ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ସରକାରୀ ୟୁପି ସ୍କୁଲରେ ଇଣ୍ଟରାକ୍ଟ କ୍ଲବ ଚାର୍ଟର ପ୍ରଦାନ ସମାରୋହ*

*ଗାନ୍ଧୀ ସରକାରୀ ୟୁପି ସ୍କୁଲରେ ଇଣ୍ଟରାକ୍ଟ କ୍ଲବ ଚାର୍ଟର ପ୍ରଦାନ ସମାରୋହ*

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଗାନ୍ଧୀ ସରକାରୀ ୟୁପି ସ୍କୁଲ, ସେକ୍ଟର-୧୯ର ଇଣ୍ଟରାକ୍ଟ କ୍ଲବର ଚାର୍ଟର ଇନଷ୍ଟଲେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୧ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆଲମ ସିଂହ ରୂପ୍ରା ଯୋଗ ଦେଇଥିଲେ। ତାଙ୍କ ସହ ଜିଲ୍ଲାର ପ୍ରଥମ ମହିଳା ରୋଟାରିଆନ ହରପାଲ ରୂପ୍ରା ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କନିକା ପରିଡ଼ାଙ୍କ ସ୍ୱାଗତ ଭାଷଣ ପରେ କ୍ଲବ ସଭାପତି ରୋଟାରିଆନ ଡ. ସରିତା ମଲ୍ଲ ଏବଂ ପିପି ଡ. ଅଞ୍ଜନା ମୈତ୍ର ଇଣ୍ଟରାକ୍ଟ କ୍ଲବ ସମ୍ପର୍କରେ ବୁଝାଇଥିଲେ। ରୋଟାରିଆନ ପୁତୁଲ ରାହୁଲ ମୁଖ୍ୟ ଅତିଥିଙ୍କୁ ପରିଚିତ କରାଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ରୂପ୍ରା ନବ ନିର୍ବାଚିତ ଇଣ୍ଟରାକ୍ଟ ସଭାପତି ଚାନ୍ଦିନୀ ଶର୍ମାଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ଇଣ୍ଟରାକ୍ଟ ସମ୍ପାଦକ ଇନ୍ଦ୍ର ଗୋପଙ୍କୁ ଚାର୍ଟର ପ୍ରଦାନ କରିଥିଲେ। ଗାଇଡ୍ ଶିକ୍ଷୟିତ୍ରୀ ସରସ୍ୱତୀ ମହାନ୍ତି ସହଯୋଗ କରିଥିଲେ। ଶେଷରେ ରୋଟାରିଆନ ଲଳିତା ମୁଦଲି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ରୋଟାରିଆନ ସରିତା ମଲ୍ଲ, ନମିତା ଆଚାର୍ଯ୍ୟ, ଅଞ୍ଜନା ମୈତ୍ର, ସୁଚିସ୍ମିତା ବିଶ୍ୱାସ, ପୁତୁଲ ରାହୁଲ, ଟୁନି ସାହୁ, ଲଳିତା ମୁଦଲି, ଆଶିଷ କୁମାର, ବିଜୟ କୁମାର ଏବଂ ସନ୍ଧ୍ୟାରାଣୀ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ରୋଟ୍ରାକ୍ଟର ମାନଙ୍କୁ ଉତ୍ସାହିତ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

masiha

ପରଜା ଦେଓପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

masiha

Leave a Comment

error: Content is protected !!