ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଚିନ ଦାସ ଙ୍କ କବିତା ସତ୍ୟର ହୋଇବ ଜୟ

ସତ୍ୟର ହୋଇବ ଜୟ

 

ସଂସ୍କୃତି ଆଜି ମୋ ବିକୃତି ସାଜିଛି,

ସବୁଠି ଦୁଃଖର ଛାଇ ;

ନିଜ କଲା କର୍ମ ମଣିଷ ଭୋଗୁଛି,

ମିଳୁନି କେଉଁଠି ତ୍ରାହି ।।

 

ବ୍ରହ୍ମ ତୋ ବିଭ୍ରାଟ, ବାନା ତୋ ଜଳିଲା,

ଜନେ ହେଲେ ହନ୍ତ ସନ୍ତ ;

ଅଜଣା ରୋଗରେ ବିଶ୍ଵ ଅଶ୍ରୁମୟ,

ଦେଖା ହେ କଳା ସାଆନ୍ତ ।।

 

ପ୍ରେମେ ପ୍ରତାରଣା,ବିଶ୍ୱାସ ରେ ବିଷ,

ସବୁଠି ମିଠା ଜହର ;

ପ୍ରକୃତି ବିରୁଦ୍ଧେ ଖେଳୁଛି ମଣିଷ,

ମିଳୁନି ମୁଠେ ଆହାର ।।

 

ମିଥ୍ୟା ପ୍ରବଚନ ବିଷ ଭରା ମନ,

ଶେଷ ଏ କଳି ସମୟ ;

କଳା ସାଆନ୍ତ ମୋ ହସି ହସି କୁହେ,

ସତ୍ୟ ର ହୋଇବ ଜୟ ।।

ସଚିନ ଦାସ,

ରାଜନଗର, କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

Sunil Chandra Nayak

ଖାତିଗୁଡା ରେ ପାଳନ ହେଲା ମା ଶ୍ୟାମାକାଳୀ ପୂଜା

Sunil Chandra Nayak

Leave a Comment

error: Content is protected !!