ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଉତ୍ସବ ଭୋଦୁଅ ଜହ୍ନ ଆୟୋଜିତ 

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଉତ୍ସବ ଭୋଦୁଅ ଜହ୍ନ ଆୟୋଜିତ 

ରାଉରକେଲା: ସ୍ଥାନୀୟ ସେକ୍ଟର -୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ‘ଭୋଦୁଅ ଜହ୍ନ’ ଶୀର୍ଷକ ନବାଗତ ଛାତ୍ର-ଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବ ଆୟୋଜିତ ହୋଯାଇଅଛି । ଏହି ଆୟୋଜନରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବିଭାଗ ମୁଖ୍ୟା ରଶ୍ମିପ୍ରଭା ମଥାନ ସଭାପତିତ୍ୱ ଆସନ ଅଳଙ୍କୃତ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ଦର୍ଶନ ବିଭାଗର ମୁଖ୍ୟା ପ୍ରଫେସର ଭାରତୀ ବରୁଆ ଏବଂ ମଞ୍ଚାସୀନ ଥିଲେ ଓଡ଼ିଆ ବିଭାଗର ଅଧ୍ୟାପକବୃନ୍ଦ। ପ୍ରଥମେ ସଭାପତି ଶ୍ରୀମତୀ ମଥାନ ନିଜ ଅଭିଭାଷଣରେ ପ୍ରଥମ ବର୍ଷର ଛାତ୍ର-ଛାତ୍ରୀଙ୍କୁ ସ୍ୱାଗତ କରି ଜୀବନର ଲକ୍ଷ୍ୟ ହାସଲ କରିବା ସଂପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଶ୍ରୀମତୀ ବରୁଆ ନିଜ ବକ୍ତବ୍ୟରେ ଛାତ୍ର-ଛାତ୍ରୀଙ୍କୁ ଜୀବନ ଜିଇଁବାର କଳା ଶିଖାଇବା ସହ ବହୁ ଉତ୍ସାହପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ପ୍ରୀତମ ସାମଲ, ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ ଛାତ୍ର- ଛାତ୍ରୀଙ୍କୁ ଆଶୀର୍ବଚନ ଦେବା ସହ ତାଙ୍କର ମାର୍ଗଦର୍ଶନ କରାଇଥିଲେ । ଏହି ସଭାରେ ଆୟୁସ୍ମିତା ପତି ଓ ପୂଜା ତିର୍କୀ ସଂଯୋଜିକା ଭାବରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ଅନୀମା ମୁଣ୍ଡା ଅତିଥୀମାନଙ୍କ ପରିଚୟ ଖୁବ୍ ନିଖୁଣ ଭାବରେ ପ୍ରଦାନ କରିଥିଲେ । ଏହା ସହ ଦ୍ୱିତୀୟ ଓ ତୃତୀୟ ବର୍ଷର କ୍ରିଷ୍ଣା ବାଗ, ବିକି ନାଗ୍, ପ୍ରୀତି ତିର୍କି, ଶ୍ରୁତି କୁମାର, ରାନୀ ବାଡା ଆଦି ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷର ପିଲାମାନଙ୍କୁ ଉପଦେଶପୂର୍ଣ୍ଣ ବାକ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ । ଏହା ସହ ପ୍ରଥମ ବର୍ଷର ଛାତ୍ର-ଛାତ୍ରୀମାନେ ନିଜର ପରିଚୟ ଦେବା ସହ ନିଜର ରୁଚି ଓ ଜୀବନର ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କରିସ୍ମା ନାଏକ, ସଞ୍ଜନା ନାଏକ, ତପସ୍ୱିନୀ କେଛୁ, ଗାୟତ୍ରୀ ବେହେରା, ଗୀତାଞ୍ଜଳି ବେହେରା ଆଦି ଛାତ୍ରୀମାନେ ନୃତ୍ୟ ପରିବେଷଣ କରିବା ସହ ସିମି ଓରାମ, ବବି ଏକ୍କା ଆଦି ଛାତ୍ରୀମାନେ ସଙ୍ଗୀତ ଗାନ କରିଥିଲେ । ଶେଷରେ ଆରୁଷୀ ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । ରାଉରକେଲା ପରି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଅରୁଣ ଟେଟେ, ସଞ୍ଜୁ ତିର୍କି, ସାହିଲ ପ୍ରଧାନ, ଗାୟତ୍ରୀ ବେହେରା, ଗୀତାଞ୍ଜଳି ବେହେରା, ବବି ଏକ୍କା, ସବିତା ଦତ୍ତ, କଙ୍ଗନା ସ୍ବାଇଁ, ମଙ୍ଗଲ ସିଂ ମୁଣ୍ଡାରୀ, ରୋହିତ୍ ବେବର୍ତ୍ତା, ସିଦ୍ଧାର୍ଥ ଏକ୍କା, ସରୋଜିନୀ ମହାଳିକ, ସାହିଲ ପ୍ରଧାନ, ନୀତିନ ମିଞ୍ଜ୍, ସହେମ୍ ବେନି, ଉମାକାନ୍ତି ଦଣ୍ଡସେନା , ପ୍ରାଚୀପ୍ରଭା ନାଏକ, ରୀତାରାଣୀ ଟପୋ, ଅଙ୍କିତା ବିଲୁଙ୍ଗ୍, ଆଲିଶା ମିଞ୍ଜ୍, ଅସ୍ମିତା କେର୍କେଟା, ଲକ୍ଷ୍ମୀ ମୁଣ୍ଡାରୀ, ସାହିଲ ନାଏକ, ପୂଜା ଦଳେଇ, ସୁରେନ୍ଦ୍ର ବେନିଆ ପ୍ରମୁଖ ଛାତ୍ର-ଛାତ୍ରୀ ସଂକଳ୍ପବଦ୍ଧ ହୋଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା, ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ 2-ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

masiha

ଅଜଣା ପିକ୍ ଅପ ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର ଆରୋହୀ ଆହତ:ଉଦ୍ଧାର କଲେ ବିଜେପି କର୍ମୀ 

masiha

ଓବିସି ମଞ୍ଚ ଓଡ଼ିଶାର ଜନଜାଗରଣ ରଥକୁ ସ୍ବାଗତ ନିମନ୍ତେ ଧର୍ମଗଡ଼ରେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!