ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ନାଟ୍ଯସଙ୍ଘ ଦିବସ ପାଳିତ

ଓଡ଼ିଶା ନାଟ୍ଯସଙ୍ଘ ଦିବସ ପାଳିତ

ରାଉରକେଲା : ଓଡ଼ିଶା ନାଟ୍ଯସଙ୍ଘର ସୁନ୍ଦରଗଡ ଶାଖା ରାଉରକେଲା ଓ ଏକତ୍ର ରାଉରକେଲାର ସଦସ୍ୟମାନଙ୍କ ମିଳିତ ଉଦ୍ୟମରେ ପ୍ରୟାସ ନାଟଘର ସେକ୍ଟର -୧୫ଠାରେ ମହା ସମାରୋହରେ “ଓଡିଶା ନାଟ୍ଯସଙ୍ଘ ଦିବସ “ପାଳିତ ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ଯ ସଙ୍ଘର ନିରୀକ୍ଷକ ଆଲୋକ ବୋଷ ଓ ଜିଲ୍ଲା ସଂଯୋଜକ ପ୍ରଭାକର ପାତ୍ରଙ୍କ ନେତୃତ୍ବରେ କଳାକାର ମାନଙ୍କର ଏକ ରଙ୍ଗାରଙ୍ଗ ନାଟ୍ଯ ପଦଯାତ୍ରା ସେକ୍ଟର- ୧୫ଛକରୁ ପ୍ରୟାସ ନାଟଘର ଯାଏ ଅନୁଷ୍ଠିତ ହୋଇଥିଲା । ପରେପରେ ଯୁବ କଳାକାରମାନଙ୍କୁ ନେଇ ସ୍କିଟ ଏବଂ ଏକକ ଅଭିନୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସଂଧ୍ୟା ୭ ଘଟିକାରେ ନାଟ୍ଯସଙ୍ଘର ଉପଦେଷ୍ଟା ତଥା ନାଟ୍ୟକାର ପ୍ରଫେସର ଡକ୍ଟର ସମର ମୁଦାଲିଙ୍କ ସଭାପତିତ୍ବରେ “ଓଡ଼ିଆ ନାଟକ ଓ ଓଡିଶା ନାଟ୍ଯସଙ୍ଘ” ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଏବଂ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପସ୍ଥିତ ରହି ଓଡିଶା ନାଟ୍ୟ ସଂଘ ର ଉପଦେଷ୍ଟା ତଥା ନାଟ୍ଯକାର ଭାସ୍କର ଚନ୍ଦ୍ର ମହାପାତ୍ର, ଏକତ୍ର ରାଉରକେଲାର ଉପଦେଷ୍ଟା ତଥା ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ କୈଳାସ ପାଣିଗ୍ରାହୀ, ଓଡ଼ିଶା ନାଟ୍ଯସଙ୍ଘର ପ୍ରାକ୍ତନ ନିରୀକ୍ଷକ ଶରତ ଦାସ, ବିଶିଷ୍ଟ ନାଟ୍ଯକାର ଡ କୃପାସିନ୍ଧୁ ନାୟକ, ଏକତ୍ର ର ସଂପାଦକ ବିଜୟ ପାତ୍ର ପ୍ରମୁଖ ନିଜନିଜର ମତାମତ ଉପସ୍ଥାପନା କରି ନାଟ୍ୟ ସଂଘର ପ୍ରତିଷ୍ଠା, ବିଭିନ୍ନ କାର୍ଯ୍ୟକ୍ରମ ସହ ବିଭିନ୍ନ ନାଟ୍ୟକର୍ମୀ ମାନଙ୍କୁ ସଂଗଠିତ କରି ନାଟ୍ୟ କର୍ମଶାଳା ଆୟୋଜନ କରି ଗୁଣାତ୍ମକ ନାଟକ ପ୍ରଦର୍ଶନ କରିବା ସହିତ ପରିବର୍ତ୍ତିତ ପରିସ୍ଥିତିରେ ଦର୍ଶକ ମାନଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ । ପରେପରେ ସ୍କିଟ୍ ଓ ମୁକାଭିନୟରେ ଅଂଶ ଗ୍ରହଣ କରିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଝିଲିମା ମହାନ୍ତି ମଂଚ ପରିଚାଳନା କରିଥିଲେ । ଓଡିଶା ନାଟ୍ଯସଙ୍ଘର ପ୍ରାକ୍ତନ ସହ ସଂପାଦକ ତଥା ନିର୍ଦ୍ଦେଶକ ପ୍ରଫୁଲ୍ଲ ସେଠୀ ଙ୍କ ଧନ୍ୟବାଦ ଅର୍ପଣ ସହ ସଭା ସାଂଗ ହୋଇ ଥିଲା । ଏହି ସଭାରେ ସୁଦେଶ ନାୟକ ,ପ୍ରଦୀପ ନାୟକ, ରମେଶ ମହାନ୍ତି, ପ୍ରଳୟ ଶତପଥୀ, ଅକ୍ଷୟ ଧଳ,କୁଞ୍ଜନଲାଲ ବୋଷ,ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରିୟଦର୍ଶନ ରାଉତ,ଜନ୍ମେଜୟ ମହାନ୍ତି, ବିଲୋଚନ ପାତ୍ର , ପ୍ରମିଳା ଜେନା , ଶିଶିର ମୁଦାଲି , ରମେଶ ଗଉଡ , କନକ ଲତା ଦାସ, ଦିବ୍ଯନ୍ଦୁ କୁଣ୍ଡୁ , ମନୋଜ ମଲ୍ଲିକ, ଗୌତମ ମହାନନ୍ଦ, ଅମୂଲ୍ଯ ବିଶୋଇ , ରାଜେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେରେସିଂହାର ନୀଳମଣି ରଣାଙ୍କ ପରଲୋକ

masiha

୬୯ ଜଣ ଛାତ୍ରଛାତ୍ରି ଦେଲେ ବୃତ୍ତି ପରୀକ୍ଷା 

masiha

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିକ୍ଷା କନ୍ ଭେନ୍ ସନ୍ -୨୦୨୬ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!