ତିରିଂ ଥାନା ! ନାଣ୍ଡୁଆ ନାଳ ପ୍ରଖର ସ୍ରୋତରେ ଭାସିଯାଇଥିବା ନାବାଳକ ଯୁବକର ମୃତଦେହ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର
ରାଇରଙ୍ଗପୁର -୨୮/୦୯ ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସିମାନ୍ତ ତିରିଂଥାନ ଅଞ୍ଚଳ କୁଲୁଘୁଟୁ ଗ୍ରାମ୍ଯ ନାଣ୍ଡୁଆନାଳରେ ଶନିବାର ଦିନ ପୂର୍ବାହ୍ନ ୧୧ ଘଟିକାରେ ସାଙ୍ଗସାଥୀଙ୍କ ସହ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାଷି ଯାଇଥିବା ଅଭିଯୋଗ ହୋଇଥିଲା ।ସୂଚନାଯୋଗ୍ୟ ପଡୋଶୀ ଝାଡଖଣ୍ଡ ରାଜ୍ଯର ପଶ୍ଚିମସିଂହଭୂମ ଜିଲ୍ଲାର ତାନ୍ତେନଗର ଥାନା ଅଞ୍ଚଳର କାକେହୋ ଗ୍ରାମର ସ୍ବର୍ଗତ ଦୁର୍ଯୋଧନ କାଲୁଣ୍ଡିଆଙ୍କ ୧୭ ବର୍ଷିୟ ନାବାଳକ ପୁଅ ଶୁକ୍ରା କାଲୁଣ୍ଡିଆ କୁଲୁଘୁଟୁ ଗ୍ରାମରେ ମାମୁଁ ଘରେ ରହି ଦିର୍ଘବର୍ଷ ହେଲା ପଢ଼ାପଢ଼ି କରୁଥିଲା ।ଗତକାଲି ନାଣ୍ଡୁଆନାଳରେ ସାଙ୍ଗସାଥୀ ଙ୍କ ସହ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇଥିବା ଭଳି ଦୁଃଖଦ ଘଟଣା ଘଟି ଯାଇଥିଲା ।ଵଢିପାଣି ଯୋଗୁଁ ଗତକାଲି ବହୁ ଖୋଜାଖୋଜି କରି ପାଇଁ ଶୁକ୍ରାକୁ ପାଇ ନଥିଲେ ।ଆଜି ଅଗ୍ନିଶମ ବିଭାଗ ଦ୍ଵାରା ମୃତକକୁ ଉଦ୍ଧାର କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

