ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

‘ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ବାଲିଗୁଡ଼ା:ତା, ୨୭/୦୯:(ମନିସ): ଚୋରା ଗଞ୍ଜେଇ ଚାଲାଣରେ ଏବେ ଅପରାଧୀଙ୍କ ନୂଆ ଚାଲ୍‌। ପୁଲିସ ଓ ଅବକାରୀ ବିଭାଗର ନଜର ଏଡ଼ାଇବାକୁ ଆମ୍ବୁଲାନ୍ସକୁ ହିଁ କରାଯାଇଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ। ହେଲେ ଅବକାରୀ ବିଭାଗର ମୋବାଇଲ୍‌ ଟିମ୍‌ର ତୀକ୍ଷ୍ଣ ନଜରରୁ ଖସିପାରିଲେ ନାହିଁ ଚାଲାଣକାରୀ। ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨୧ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହା ସହ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ କାର୍‌ ଓ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନାନୁସାରେ, କନ୍ଧମାଳରୁ ବାଲେଶ୍ୱରକୁ ଗଞ୍ଜେଇ ଚାଲାଣ ପାଇଁ ଅଭିଯୁକ୍ତ ମାନେ ଭିନ୍ନ ଭିନ୍ନ ଗାଡ଼ି ବ୍ୟବହାର କରିଥିଲେ। ଶଙ୍କରାଖୋଲ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଆମ୍ବୁଲାନ୍ସକୁ ଅବକାରୀ ମୋବାଇଲ୍‌ ଟିମ୍‌ ଅଟକାଇ ଯାଞ୍ଚ କରିବା ପରେ ଚୋରା ଚାଲାଣର ଏହି ନୂଆ ତରିକା ପଦାକୁ ଆସିଥିଲା। ସେହିପରି ଲାଇନପଡ଼ା ନିକଟରେ ଗଞ୍ଜେଇ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସହ ଏକ କାର୍‌ ମଧ୍ୟ ଜବତ କରାଯାଇଥିଲା। ଏହି ଦୁଇଟି ଘଟଣାରେ ଜବତ ଗଞ୍ଜେଇର ପରିମାଣ ମିଶି ୧୨୧ କେଜି ବୋଲି ଜଣାପଡ଼ିଛି। ଅବକାରୀ ବିଭାଗର ସୂଚନା ଅନୁସାରେ, ଗିରଫ ୬ ଜଣ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର। ଘଟଣାର ଚାଲାଣ ନେଟୱର୍କ ଏବଂ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ଆମ୍ବୁଲାନ୍ସ ଭଳି ଜରୁରୀ ସେବାର ଗାଡ଼ିକୁ ଚୋରାଚାଲାଣରେ ବ୍ୟବହାର କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅବକାରୀ ବିଭାଗର ଏହି ଚଢ଼ାଉ ଗଞ୍ଜେଇ ଚାଲାଣକାରୀଙ୍କ ନୂଆ କୌଶଳକୁ ପଦାକୁ ଆଣିଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ମଧୁସୂଦନ ପାଠାଗାରରେ ମଧୁସୂଦନଙ୍କ ଜୟନ୍ତୀ ପାଳନ

Sunil Chandra Nayak

ପଦ୍ମନାଭ ପରେ କୋଇଡା’ର  କେଉଁ ମାଇନିଙ୍ଗ ଅଫିସର ର  ପାଳି ?

masiha

କେଟିଏଚ ଟ୍ରଷ୍ଟ ପକ୍ଷରୁ ଶୋକସଭା ଓ ରିଲିଫ ପାଣ୍ଠିକୁ ଦାନ

Leave a Comment

error: Content is protected !!