ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପହେଲା ଓଡ଼ିଆ ଲିଖା : ରାଧାମୋହନ ପୁଜାହାରୀ  ତହଁକାନ୍‌ : ସ୍ବାମିଶ୍ରୀ ଜୟଦେବ ଭାରତୀ ସମଲ୍‌ପୁରୀ ପିଂଧନ୍‌ : ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମହମ୍‌ବତୀର୍‌ ତ୍ଯାଗ୍‌

ମହମ୍‌ବତୀର୍‌ ତ୍ଯାଗ୍‌

ଥରେ ମୋର୍‌ ଘରେଁ ଝଁକେର୍‌ ରାଏତେଁ

ଉକିଆ ଭାଗ୍‌ଲା ପଏର୍ଛା 

ଇମୁଡ଼ୁଁ ସେମୁଡ଼ୁଁ ଛିଟ୍‌କି ରୁଥି ଆଏଲା

ଅମାଂତି ପାଏନ୍‌ ଛିଛା। ୧

 

ଦର୍‌ଉଦା ହେଇ କେତେ କାଏଡ଼୍‌ କରି

କର୍‌ଲିଁ ଜାଲ୍‌ଲାଁ ବଂଦ୍‌

ମା ମାଏଟ୍‌ର ଉଦା ସର୍‌ସର୍‌ ଧୁକାଥିଁ

ଛିଂଗଲି ଆସୁଥିଲା ଗଂଧ୍‌। ୨

 

ଉଆଁସ୍‌ ରାଏତେଁ ମୋର୍‌ ଦୁହି ଆଖିଁ

ଦେଖି ନି’ପାରୁଥାଇଁ କିଛି

ଘରେଁ ଜିନିଷ୍‌ ପତର୍‌ ଇନସେନ ହେଇ

ପଡ଼ିଥିଲା ଛିଛି ବିଛି। ୩

 

ଦୁହି ପାହା ମୋର୍‌ ଘିଚିନେଲେ ମତେ

ଯେନ ଥିଲା କାଁଥିଫୁଲି

ତାମ୍‌ଡ଼ୁ ହାତ୍‌ଲୁ ମହମ୍‌ବତି ଗୁଟେ

ବଡ଼ା ସହଜେଁ ଗଲା ମିଲି। ୪

 

ମହମ୍‌ ବତିଥିଁ ଲେଛେଇ ଦେଲିଁ ଖାଡ଼ି

ଉକିଆ ଦିଶ୍‌ଲା ଘର୍‌

ଝଁକେର୍‌ ପବ୍‌ନେ ଆଏଁଖ୍‌ ଲୁମିଗଲା

ପହଁଚିଲିଁ ସିଧା ବିସ୍ତର୍‌। ୫

 

ଆଏଁଖ୍‌ ମୁଜି ଛାଏନିଦିଆ ହେଇଛେଁ

ଶୁନି ପାର୍‌ଲିଁ କାନ୍‌ଫୁସ୍‌କି

ସୂତା କହୁଥିଲା ମହମ୍‌ବତିକେ

କାଏଁ ନି’ଯାଉ ତୁଇ ଖସ୍‌କି। ୬

 

ମୁଇଁ ସିନା ପୁଡ଼ୁଛେଁ ତୁଇଁ କାଏଁ କାଂଦୁଛୁ

ଇକଥା ନି’ପାରେଁ ମୁଇଁ ଜିରି

ହୁରୁଦ୍‌ଟା ତୋର୍‌ ମୋର୍‌ ଦୁଃଖେଁ ଫାଟି

ରୋଜ୍‌ ହେଉଛେ ଚିରି। ୭

 

ଏନ୍‌ତା ଅନ୍‌ତାଡ଼ୁ କଥା ଶୁନି ମହମ୍‌

କହିଥିତା ଆଉ କାଣା

ଆଏଁଖ୍‌ ଆଗ୍‌ଆଡ଼େଁ ମେଟିଗଲେନ କେତେ

ସବୁକଥା ତାହାକେ ଜନା। ୮

 

“ମୋର୍‌ ଛାତି ଭିତରେଁ ଖୁଟା ଗାଡ଼ିକରି

ମରୁଛୁ ଲୋ ପୁଡ଼ିଜଲି

ଦେଖି ଡଗୋଡ଼ଗୋ ସହେମି କେନ୍‌ତା

ଦମ୍‌ ପଡ଼ୁଛେ ଭୁଷ୍‌ଲି। ୯

 

ଛାତିକେ ମୁଇଁ କରିଛେଁ ପଖନ୍‌ ସିନା

ଫେର୍‌ ଭି ଯାଉଛେ ପିଘ୍‌ଲି

ରଦୋରଦୋ ଆଖୁଁ ନିଥ୍‌ରିସି ପାଏନ୍‌

ନି’ପାରେଁ କେଭେଁ ସଂଭାଲି। ୧୦

 

ଆଖିର୍‌ ଲହ ସାଂଗେ ଛାତିର୍‌ ରକତ୍‌

ପିଘ୍‌ଲି ଝର୍‌ସି ଧିରେଧିରେ 

କାଁକରି ଧନ ମୋର୍‌ ଆଗାଡ଼େଁ ମର୍‌ସୁ 

କହିଯା ତୁଇ ମତେ ଥରେ। ୧୧

 

ମୋର୍‌ ଶୁଖା ହାଡ଼୍‌କେ ଲୁଭି ମୁନୁଷ୍‌ ଚିପୋ

କେର୍‌କେଡ଼ି କର୍‌ସି ଠୋଲ୍‌

ତଗ୍‌ଲେଇ କରି ଜୀବନ୍‌ ଦାନ୍‌ ଦେସି

ଯତ୍‌ନେ ରଖ୍‌ସି ଲଗେଇ ଖୋଲ୍‌।” ୧୨

ପହେଲା ଓଡ଼ିଆ ଲିଖା : ରାଧାମୋହନ ପୁଜାହାରୀ 
ତହଁକାନ୍‌ : ସ୍ବାମିଶ୍ରୀ ଜୟଦେବ ଭାରତୀ
ସମଲ୍‌ପୁରୀ ପିଂଧନ୍‌ : ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ପ୍ରସଙ୍ଗ କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ଦେଶବ୍ଯାପି ବିରୋଧ କାର୍ଯ୍ଯକ୍ରମ

Sunil Chandra Nayak

ଚିକିତ୍ସାଧିନ ଅବସ୍ଥା ରେ ଆଖିବୁଜି ଦେଲେ ଖଟିଆ ବୁହା ପ୍ରସୂତୀ

Sunil Chandra Nayak

ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଟଙ୍କା ମାଗି ଜଣେ ଗିରଫ

Leave a Comment

error: Content is protected !!