‘ଆଙ୍ଗନ କା ଉତ୍ସବ’ ଉଦଯାପିତ
ଧର୍ମଗଡ଼: ଝାରକୁଣ୍ଡାମାଲ୍-୨ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ତିନିଦିନ ଧରି ଚାଲିଥିବା ‘ଆଙ୍ଗନ କା ଉତ୍ସବ’ର ଉଦଯାପନୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା,ସାମ୍ବାଦିକ ସୁବ୍ରତ ପଣ୍ଡା,ବିଜେପି ନେତା ଜୟ ଶଙ୍କର ମୁଣ୍ଡ ଓ କୁମୁଦ ଶବର ପ୍ରମୁଖ ମଞ୍ଚାସୀନ ଥିଲେ।
ଉତ୍ସବ ଅବସରରେ ଆୟୋଜିତ ଖାଦ୍ୟ ପ୍ରତିଯୋଗିତାରେ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଅଭିଭାବକମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁଙ୍କ ପୋଷଣ ଓ ସୁସ୍ଥ ବିକାଶରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।
ଝାରକୁଣ୍ଡାମାଲ୍ ଗ୍ରାମର ୫ଟି କେନ୍ଦ୍ରର ସବିତା ଅଗସ୍ତି,କ୍ଷୀର ଦେଇ,ସୁଧା ବଞ୍ଜାରା,ଚଞ୍ଚଳା ଶବର,ପ୍ରତିମା ଛତ୍ରିଆ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା, ସ୍ୱାସ୍ଥ୍ୟକର୍ମୀ ତପସ୍ଵିନୀ ସହା ଆଶା ଦିଦି, ବହୁସଂଖ୍ୟକ ଅଭିଭାବକ, ମା’ ଓ ଶିଶୁମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ମାଧ୍ୟମରେ ଶିଶୁଙ୍କ ଶିକ୍ଷା, ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ଅଭିଭାବକଙ୍କ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

