ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମକେଲା ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ

ଭୀମକେଲା ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ

 ନର୍ଲା: ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୋଷଣ, ସ୍ବାସ୍ଥ୍ୟ ଓ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ଅଭିଯାନର ଶୁଭାରମ୍ଭ କରାଯାଇଛି। ରାଜ୍ୟର ୭୪,୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏଥିପାଇଁ ୨୭ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଅଙ୍ଗନ କା ଉତ୍ସବ ଚାଲିଥିବା ବେଳେ ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ କଳ୍ପି ବୈଠାରୁଙ୍କ ନେତୃତ୍ୱରେ ପ୍ରଥମ ଦିନରେ ପୋଷଣ ଓ ଖାଦ୍ୟକୁ ଗୁରୁତ୍ଵ ଦିଆଯାଇ ଏହାର ଶୁଭାରମ୍ଭ ହୋଇଥିଲା। ଦ୍ଵିତୀୟ ଦିନରେ ଶିଶୁ କେନ୍ଦ୍ରିକ ମନୋରଞ୍ଜନ ଓ ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖେଳ, କାହାଣୀ କହିବା ଏବଂ ପ୍ରାରମ୍ଭିକ ଶିକ୍ଷଣ ସାମଗ୍ରୀ ସହ ଶିଶୁ ମାନଙ୍କୁ ପରିଚିତ କରାଯାଇ ଥିଲା। ତୃତୀୟ ଦିନରେ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ଓ ଆଲୋଚନା କରାଯାଇ ଥିଲା।କାର୍ଯ୍ୟକ୍ରମରେ ସ୍ଥାନୀୟ ପୂର୍ବତନ ସରପଂଚ ଅରକ୍ଷିତ ଭୋଇ ,ଭୀମକେଲା ସରପଂଚ ଜାନକୀ ଗଉଡ ଅତିଥି ରୂପେ ଯୋଗଦାନ କରିଥିଲେ। ପ୍ରଥମ ଦିନରେ କିଶୋରୀ ବାଳିକା, ଗର୍ଭବତୀ ମହିଳା, ପ୍ରସୂତି ମହିଳା ଓ ୩ ରୁ ୬ ବର୍ଷ ବୟସର ଶିଶୁଙ୍କ ଉଭୟ ବାପା, ମାଆଙ୍କ ଉପସ୍ଥିତ ଏଥିରେ ରହିଥିଲା। ସ୍ଥାନୀୟ ଆଶା କର୍ମୀ କବିତା ବେହେରା, ଅର୍ଣ୍ଣପୁର୍ଣ୍ଣା ସାହୁ, ସିଆରପି ଡୋଲେଶ୍ୱରୀ କରୁଆଁ , ଅଙ୍ଗନବାଡ଼ି ସହାୟିକା ଜେମା ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମହିଳା ମାନେ ନିଜ ହାତରେ ପ୍ରସ୍ତୁତି କରିଥିବା ବିଭିନ୍ନ ପିଠାକୁ ପ୍ରଦର୍ଶନ କରି ତିଆରି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଫେରାର୍ ଉଦ୍ୟମ ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।୨୦ ଗୋରୁ ଉଦ୍ଧାର,ଚାଳକ ଫେରାର୍ 

Sunil Chandra Nayak

ବେଲଘରରେ ଡିମ୍ବୁଲି ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

masiha

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

masiha

Leave a Comment

error: Content is protected !!