ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ କମିଶନରଙ୍କ ବିରୋଧରେ କଂଗ୍ରେସ୍‌ର ବିକ୍ଷୋଭ

ନିର୍ବାଚନ କମିଶନରଙ୍କ ବିରୋଧରେ କଂଗ୍ରେସ୍‌ର ବିକ୍ଷୋଭ

ଢେଙ୍କାନାଳ, ୨୮/୯: ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଛବିରାଜ ବିଶ୍ବାଳଙ୍କ ଆହ୍ୱାନ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତର ନିର୍ବାଚନ କମିଶନରଙ୍କ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜ୍ଞାନେଶ କୁମାର, ନରେନ୍ଦ୍ର ମୋଦୀ ଓ ଅମିତ୍‌ ଶାହଙ୍କର କୁଶପୁତଳିକା ଦାହ କରାଯାଇଥିଲା । ବର୍ତମାନର କେନ୍ଦ୍ର ସରକାରଙ୍କୁ ଶକ୍ତିଶାଳୀ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇଛନ୍ତି । ଏସ୍.ଆଇ.ଆର୍. ନାମରେ ଯୋଗ୍ୟ ଭୋଟରମାନଙ୍କୁ ଅଯୋଗ୍ୟ ଦର୍ଶାଇ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଏହି କଥାକୁ ରାହୁଳ ଗାନ୍ଧୀ ବହୁତ ଆଗରୁ ଅଭିଯୋଗ କରିଆସୁଥିଲେ । ବର୍ତମାନ ଇଣ୍ଡିଆନ୍ ଏକ୍ସପ୍ରେସ୍‌ରେ ଏହି ତଥ୍ୟକୁ ପ୍ରକ୍ଷାତ ସାମ୍ବାଦିକା ରିତିକା ଶର୍ମା ଲୋକଲୋଚନକୁ ଆଣିବା ଫଳରେ ସରକାରଙ୍କର ଅନ୍ଧାରୀ ବିଜେ ନୀତି ପଦାକୁ ଚାଲି ଆସିଛି ଏବଂ ବିଜେପିର ଅସଲ ମୁଖା ଖୋଲିଯାଇଛି ବୋଲି ଅନେକ ବକ୍ତା ମତପ୍ରକାଶ କରିଥିଲେ । ଏହି ବିକ୍ଷୋଭରେ ଜିଲ୍ଲାର ସମସ୍ତ ସଂଗଠନର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୃଷାରକାନ୍ତ ନାୟକ, ଅବିନାଶ ପଣ୍ଡା, ପ୍ରେମ ଶଙ୍କର ମିଶ୍ର, ସୁନିଲ୍ ଦାସ, ପ୍ରିୟବ୍ରତ ଗଡନାୟକ, ଅଜିତା ନନ୍ଦ ବିହାରୀ, ବୀପ୍ରବର ସାହୁ, ପ୍ରିୟବ୍ରତ ସାସ୍‌ମଲ୍, ରାଜେଶ ସାହୁ, ବନମାଳି ଦାସ, ରୁଦ୍ର ପ୍ରକାଶ ଶରଣ, ରାଜୀବ ଲୋଚନ ସିଂହଦେଓ, ନିର୍ମାଳ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ବୋଲି ଜିଲ୍ଲା ପ୍ରଭାରୀ ଅଖୁଳ ମହାପାତ୍ର ପ୍ରକାଶ କରିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ 

masiha

ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ପଥପ୍ରାନ୍ତ ସଭା

masiha

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ  ବ୍ୟାପକ ଅନିୟମିତତା , ବି ଡି ଓ ଙ୍କୁ ସ୍ମାରକ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!