ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭରେ ଢ଼େଙ୍କାନାଳ ଜିଲ୍ଲାର ଯୋଗଦାନ

ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭରେ ଢ଼େଙ୍କାନାଳ ଜିଲ୍ଲାର ଯୋଗଦାନ

ଢ଼େଙ୍କାନାଳ, ତା୩୦.୯.୨୬- ବିଜ୍ଞାନସମ୍ମତ ପାଠ୍ୟକ୍ରମ ସମ୍ବଳିତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଅବିଳମ୍ବେ ଯୋଗାଇଦେବା, ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତରେ ତୁରନ୍ତ ପୂରଣ କରିବା, ବନ୍ଦ ହୋଇଥିବା ସମସ୍ତ ସରକାରୀ ସ୍କୁଲକୁ ତୁରନ୍ତ ଖୋଲିବା, ଦୁର୍ନୀତିର ଗନ୍ତାଘର ଏନ.ଟି.ଏ କୁ ସଂପୂର୍ଣ ରଦ୍ଦ କରିବା, ଅଗଣତାନ୍ତ୍ରିକ, ଛାତ୍ର ବିରୋଧୀ ଆଦର୍ଶ ଆଚରଣ ସଂହିତା ବାତିଲ କରିବା, ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନର ତାରିଖ ତୁରନ୍ତ ଘୋଷଣା କରିବା, ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍ ପାସ୍‌ ଯୋଗାଇ ଦେବା, ଶିଶୁ କନ୍ୟା, ଛାତ୍ରୀ, ମହିଳାମାନଙ୍କ ଉପରେ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ଆକ୍ରମଣ ବନ୍ଦ କରିବା ତଥା ଶିକ୍ଷା ଧ୍ଵଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା ଦାବିରେ ଆଜି ଛାତ୍ର ସଂଗଠନ ଏଆଇଡିଏସଓ ପକ୍ଷରୁ ଭୁବନେଶ୍ୱର ଠାରେ ସଂଗଠିତ ହୋଇଥିବା ରାଜ୍ୟ ସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭରେ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ଦାବିରେ ତୃମୂଳସ୍ତରରେ ଶକ୍ତିଶାଳୀ ଛାତ୍ର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ସଂଗଠନର ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ତଥା ଢ଼େଙ୍କାନାଳ ଜିଲ୍ଲା ଆବାହକ ବିନୋଦ ସେଠୀ ସୂଚନା ଦେଇଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

masiha

ସମୂହ ରକ୍ତଦାନ ର ପ୍ରତିଜ୍ଞା ନେଇ ଭାରତୀୟ ଔଷଧ ବ୍ୟବସାୟୀ ସଂଘ୍ (AIOCD) ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ନାମ ଦର୍ଜ୍ କଲା

masiha

ରାଉରକେଲା ବିକାଶ ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!