ସମାବେଶୀ ଗ୍ରାମସଭା ପାଇଁ ପ୍ରସ୍ତୁତି ବୈଠକ
ରାଉରକେଲା: ଶ୍ରଦ୍ଧା ଓ ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ସଂଘ ଦ୍ୱାରା ଭିନ୍ନକ୍ଷମ ମାନଙ୍କୁ ଗ୍ରାମ ସଭାରେ ସାମିଲ କରାଯିବ ପାଇଁ ବିଶ୍ରା ବ୍ଲକର ବିଶ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧା ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ସଂଘର ସହ ଉପାଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେବା ସହ ବୈଠକର ଅଭିମୁଖ୍ୟ ଓ ଲକ୍ଷ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ଆମ ରାଜ୍ୟରେ ୨ ଅକ୍ଟୋବର , ୨୬ ଜାନୁୟାରୀ ,୧୫ ଅଗଷ୍ଟ ଏବଂ ୧ ମେ ରେ ପଞ୍ଚାୟତ ମାନଙ୍କରେ ‘ଗ୍ରାମସଭା ‘ ଅନୁଷ୍ଠିତ ହୋଇଥାଏ ।ଏଥିରେ ପଞ୍ଚାୟତ ତଥା ବ୍ଲକର ଜନ ପ୍ରତିନିଧି ମାନେ ଏକଜୁଟ ହୋଇ ପଞ୍ଚାୟତର ଉନ୍ନତ ପାଇଁ ବିଭିନ୍ନ ଦିଗରେ ଆଲୋଚନା କରି ପ୍ରସ୍ତାବ ଗୁଡିକୁ ଗୃହୀତ କରି ଏହାର ଆର୍ଥିକ ଅନୁଦାନ ନିମନ୍ତେ ସରକାରଙ୍କ ନିକଟରେ ଦାବି ପ୍ରସ୍ତାବ ରଖିଥାନ୍ତି ।କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଭିନ୍ନକ୍ଷମ ମାନଙ୍କ ଉନ୍ନତ ସମ୍ଭନ୍ଧୀୟ ଏହି ପ୍ରସ୍ତାବିତ ମଧ୍ୟରେ ବିଶେଷ ଭାବେ ସ୍ଥାନ ପାଇ ନଥାଏ ।ଏହି ପରିପ୍ରେକ୍ଷୀ ଏ ବର୍ଷ ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ସଂଘ ର ଅଧ୍ୟକ୍ଷ ଡକ୍ଟର ଶ୍ରୁତି ମହାପାତ୍ରଙ୍କ ନେତୃତ୍ବ ରେ ଆମ ଓଡିଶା ରାଜ୍ୟର ଆଗାମୀ ଗ୍ରାମସଭା ଗୁଡିକୁ ରୂପାନ୍ତରୀତ କରି ବିଶେଷ ଗ୍ରାମସଭା – ସମାବେଶୀ ଗ୍ରାମସଭା ‘ ମାନେ ଆୟୋଜନ କରିବା ପାଇଁ ପଞ୍ଚାୟତ ଜନ ପ୍ରତନିଧିମାନଙ୍କୁ ଓଡିଶା ରାଜ୍ୟ ଭିନ୍ନକ୍ଷମ ସଂଘ ନିବେଦନ କରିଅଛି ।ଏହି ପରିପ୍ରେକ୍ଷୀରେ ବିଶ୍ରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଉକ୍ତ ପ୍ରସ୍ତୁତ ବୈଠକ ଆୟୋଜନ କରା ଯାଇଥିଲା । ଭିନ୍ନକ୍ଷମ ଙ୍କ ଅଧିକାର, ସଶକ୍ତି କରଣ ଓ ସମାବେଶୀ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ତଥା ସମାବେଶୀ ଗ୍ରାମସଭା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକର ଅଧ୍ୟକ୍ଷା ଫୁଲମନି କେରକେଟା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶ୍ରଦ୍ଧା ଦ୍ୱାରା ଏବଂଟିପିଡବ୍ଳୁଓଡିଏଲ୍ (ଟାଟା ପାୱାର) ସହାୟତାରେ ହାତକୁ ନିଆଯାଇଥିବା କାର୍ଯକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭିନ୍ନକ୍ଷମ ମାନଙ୍କ ମୌଳିକ ଅଧିକାର ତଥା ସେମାନଙ୍କର ବିଭିନ୍ନ ଯୋଜନା ଗୁଡିକୁ ଶ୍ରଦ୍ଧା ଆୟୋଜନ କରୁଥିବା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆମ୍ଭେମାନେ ବହୁତ କିଛି ସୂଚନା ପାଇ ପାରୁଛୁ । ଆଗାମୀ ଗ୍ରାମସଭାକୁ ପ୍ରତି ପଞ୍ଚାୟତରେ ସମାବେଶୀ ଗ୍ରାମସଭା ରୂପରେ ଆୟୋଜନ କରିବା ପାଇଁ ସରପଂଚ ମାନଙ୍କୁ ଉପଦେଶ ଦେଇଥିଲେ ଏବଂ ସମାବେଶୀ ଗ୍ରାମସଭା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କର ଆବଶ୍ୟକୀୟ ଦାବି କୁ ନେଇ ଏକ ସୁପରିକଳ୍ପନା କରି ଏହା ର ବଜେଟ୍ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କହିଥିଲେ। ଯଦ୍ୱାରା ଭିନ୍ନକ୍ଷମ ମାନଙ୍କ ପାଇଁ ପଞ୍ଚାୟତ ସ୍ତରରେ କିଛି ଆଖିଦୃଶିଆ କାମ ହୋଇ ପାରିବ ଏବଂ ଏମାନେ ଉପକୃତ ହୋଇପାରିବେ । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ରା ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର କ୍ଷୀରୋଦ ବରାଳ ସମ୍ମାନିତ ଅତିଥି ରୂପେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଜଣାଇଥିଲେ ଯେ ଭିନ୍ନକ୍ଷମ ମାନଙ୍କ ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ମିଳିତ ଭାବରେ ଯୋଜନା ଅନୁଯାୟୀ କାର୍ଯ କଲେ ଭିନ୍ନକ୍ଷମ ମାନଙ୍କ ର ସମାବେଶୀ ଓ ସଶକ୍ତିକରଣ ନିଶ୍ଚିତ ହୋଇ ପାରିବ। ଏଥି ପାଇଁ ପରିବାର ରୁ, ସମାଜରେ ଏବଂ ସରକାର ଙ୍କ ତରଫରୁ ସଚେତନତାର ବାର୍ତ୍ତା ବହୁଳ ପ୍ରଚାର ପ୍ରସାର କରିବା ଉଚିତ୍ ।
ବିଶ୍ରା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଦିଗନ୍ତ ସାହୁ ଏଥିରେ ଭାଗ ନେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ ଏବଂ ଟାଟା ପାୱାର ଶ୍ରଦ୍ଧାକୁ ବିଶ୍ରା ବ୍ଲକର ଗୋଷ୍ଠୀ ଭିତ୍ତିକ କାର୍ଯକ୍ରମ ଯୋଗାଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଥିଲେ ଯେ ଅର୍ଥ ବିନା କିଛି କରିବା ଅସମ୍ଭବ ନୁହେଁ ଟାଟା ପାୱାର ଭିନ୍ନକ୍ଷମ ଙ୍କ ଉନ୍ନତି ପାଇଁ ଶ୍ରଦ୍ଧା କୁ ସହଯୋଗ ର ହାତ ବଢ଼ାଇବା ଯୋଗୁଁ ଶ୍ରଦ୍ଧା ନିରନ୍ତର ଭାବେ ଅନେକ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେଥିମଧ୍ୟରୁ ଗୋଷ୍ଠୀଭିତ୍ତିକ କାର୍ଯକ୍ରମ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯକ୍ରମ ରେ ଉପସ୍ଥିତ ଥିବା ଭାଲୁଲତା ସରପଞ୍ଚ ବିଛା ମିଞ୍ଜ , ବିଶ୍ରା ପଞ୍ଚାୟତ ର ସରୋଜ ନାୟକ ,ତୁଳସୀ କାନି ର ଦେବେନ୍ଦ୍ର ଏକ୍କା ପ୍ରଭୃତି ଆଗାମୀ ଗାନ୍ଧୀ ଜୟନ୍ତୀ ଅବସରରେ ତାଙ୍କ ପଞ୍ଚାୟତରେ ସମାବେଶୀ ଗ୍ରାମ ସଭା କରିବା ପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଯେଉଁ ଥିରେ ବହୁ ସଂଖ୍ୟାରେ ଦିବ୍ୟାଙ୍ଗ ମାନେ ଉପସ୍ଥିତ ହୋଇ ସେମାନଙ୍କର ଆବଶ୍ୟକୀୟ କାର୍ଯ୍ୟକ୍ରମର ସୂଚନା ଦେବେ । ଯାହା କୁ ପଞ୍ଚାୟତ ତରଫରୁ ସରକାର ଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ଶ୍ରଦ୍ଧା ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ସଂଘ ର ଉପାଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ। ସେ ସ୍ୱାଗତ ଭାଷଣରେ ଜଣାଇଥିଲେ ଯେ ପଲ୍ଲୀସଭା ଓ ଗ୍ରାମସଭା ବିଷୟରେ ଓଡିଶା ର ନିୟମ ୨୪୩- ବି ଧାରାରେ ଉଲ୍ଲେଖ ଅଛି ଯେ ଏହି ସବୁ ସଭା ମାନଙ୍କରେ ଦିବ୍ୟାଙ୍ଗ ମାନେ ମଧ୍ୟ ଭାଗ ନେଇ ସେମାନଙ୍କର ବଞ୍ଚିବାର ଅଧିକାର,ପ୍ରଗତି ର ଅଧିକାର ,ଯତ୍ନ ଓ ସୁରକ୍ଷା ର ଅଧିକାର ଏବଂ ସମାନ ଅଂଶ ଗ୍ରହଣ ଓ ସମାନତା ପ୍ରତି ଉପରେ ଦୃଷ୍ଟି ଦେଇ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇବା ଅତ୍ୟନ୍ତ ଜରୁରୀ । ଏହି କାର୍ଯକ୍ରମରେ ସୁକୁମାର ପାଣ୍ଡବ ,ଅର୍ଚ୍ଚନା ମିଞ୍ଜ, ସ୍ୱେତା ଙ୍ଗିନି ଡନସନା ,ଗଗନ ମହାନ୍ତି, ସ୍ୱେଚ୍ଛାସେବୀ ଦୀପକ ଗୋପ,କ୍ରିଷ୍ଣା ଗୋପ,ଗାଙ୍ଗୀ ମିଞ୍ଜ ଦାହରୁ ଓରାମ ,ପ୍ରୀତମ କୁମ୍ଭାର ,ମମତା ଗୌଡ , ମହମ୍ମଦ ୱାଜିଦ୍,ଶିବ ମହତ ସହଯୋଗ କରିଥିଲେ। ଏହା ସହିତ ଏହି କାର୍ଯକ୍ରମରେ ଶତାଧିକ ରୁ ଅଧିକ ମହିଳା ପୁରୁଷ ଯୋଗ ଦେଇଥିଲେ। ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

