ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକରେ ୮ ନୂତନ ସିଆରସିଙ୍କ ଦାୟିତ୍ୱ ଗ୍ରହଣ

ଧର୍ମଗଡ ବ୍ଲକରେ ୮ ନୂତନ ସିଆରସିଙ୍କ ଦାୟିତ୍ୱ ଗ୍ରହଣ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଧର୍ମଗଡ ବ୍ଲକ ଅଧୀନ ୧୩ଟି ଆଞ୍ଚଳିକ ସାଧନ କେନ୍ଦ୍ର (ସିଆରସି) ସଂଯୋଜକ ପଦ ମଧ୍ୟରୁ ଆଜି ୮ ଜଣ ନୂତନ ସିଆରସି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅରୁପାନନ୍ଦ ଭୋଇ ଓ ବିଶ୍ୱଜିତ ବେହେରା ନୂତନ ସିଆରସିମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।

ଛଞ୍ଚାଣବାହାଲି କ୍ଲଷ୍ଟର ପାଇଁ ଆଶିଷ ପ୍ରଧାନୀ, ଜୟନ୍ତପୁର ପାଇଁ ଆଶିଷ ବେହେରା, ବେହେରା କ୍ଲଷ୍ଟର ପାଇଁ ବିକ୍ରମ ପ୍ରଧାନ, ଇଚ୍ଛାପୁର ପାଇଁ ବିଦ୍ୟାଧର ଶବର, କାସିବାହାଲ ପାଇଁ ମୃତ୍ୟୁଞ୍ଜୟ ରାଉତ, ବ୍ରାହ୍ମଣଛେଣ୍ଡିଆ ପାଇଁ ବିମଳ କୁମାର ଧଙ୍ଗଡ଼ାମାଝୀ, ଗତାଗୁଡ଼ା ପାଇଁ ବ୍ୟାସଦେବ ସାହୁ ଏବଂ ଖୁଟୁଲୁଗୁଡ଼ା କ୍ଲଷ୍ଟର ପାଇଁ ନୟନ ରଞ୍ଜନ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନୂତନ ସିଆରସିମାନେ ନିଜ ନିଜ କ୍ଲଷ୍ଟର ଅଧୀନ ବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ କାର୍ଯ୍ୟକ୍ରମରେ ସମନ୍ୱୟ ରକ୍ଷା କରିବା ସହ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ ପ୍ୟାନେଲର କଡ଼ା ଆଭିମୁଖ୍ୟ

Sunil Chandra Nayak

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ

masiha

ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ

masiha

Leave a Comment

error: Content is protected !!