ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଇଡିହି ପଞ୍ଚାୟତରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ସୁଇଡିହି ପଞ୍ଚାୟତରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅଧୀନରେ ଥିବା ସୁଇଡ଼ିହି ଗ୍ରାମ ପଞ୍ଚାୟତରେ ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ଜାରି ରହିଥିବା ସେବା ସଂକଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ସରପଞ୍ଚ ଶ୍ରୀମତୀ ଅରୁଣା ଇରାନୀ କିସାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ଜେପି ହସ୍ପିଟାଲର ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କରିଥିବା ବେଳେ ଚକ୍ଷୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ଲୋକଙ୍କ ଚକ୍ଷୁ ପରୀକ୍ଷା ମଧ୍ୟ କରାଯାଇଥିଲା । ଡାକ୍ତରୀ ଯାଞ୍ଚ ପରେ ଆବଶ୍ୟକତା ଅନୁସାରେ ଲୋକଙ୍କୁ ଔଷଧ ଏବଂ ଚଷମା ପ୍ରଦାନ କରାଯାଇଥିଲା ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁର ବାଣିଜ୍ୟ ମେଳା ଅନୁଷ୍ଠିତ 

Sunil Chandra Nayak

‘ଘୁମର ସାହିତ୍ୟ ଉତ୍ସବ–୨୦୨୬’ : ସାହିତ୍ୟ, ସଂସ୍କୃତି ଓ ଲୋକଐତିହ୍ୟର ମହାମିଳନ 

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କଲେ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ଅଧିକାରୀ

masiha

Leave a Comment

error: Content is protected !!