ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଜୁନାଗଡ଼ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନୂଆ ଢଙ୍ଗରେର କରିବା ପାଇଁ ନିଷ୍ପତି 

ଜୁନାଗଡ଼୬/୧ – ଜୁନାଗଡ଼ ସହର ସ୍ଥିତ ହାଇସ୍କୁଲ୍ ଖେଳ ପଡିଆ ମା ଲଙ୍କେଶ୍ଵରୀ ମଞ୍ଚ ରେ ଜୁନାଗଡ଼ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ଫେବୃଆରୀ ମାସରେ ୩ ଦିନ ଧରି ଜୁନାଗଡ଼ ମହୋତ୍ସବ ଅନୁଷ୍ଠିତ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ନିଜ ଅଂଚଳ ର କଳା ସଂସ୍କୃତି ର ଉଜୀବିତ ତଥା ଅଂଚଳ ର ଜନସାଧାରଣ ଙ୍କ ସଂସ୍କୃତି ପ୍ରେମ କୁ ଆଖି ଆଗରେ ରଖି ଜୁନାଗଡ଼ ଅଂଚଳ ବାସି ତିନିଦିନ ଧରି ଜୁନାଗଡ଼ ମହୋତ୍ସବ କରିବା ପାଇଁ ନିଷ୍ପତି ନେଇଛନ୍ତି । ଓକିଲ ସଙ୍ଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଙ୍କ ଆବାହନ ଓ ଅନୁରୋଧ ରକ୍ଷା କରି ଶହ ଶହ ଜୁନାଗଡ଼ ବାସି ଆଜି ସ୍ଥାନୀୟ ମା ଲଙ୍କେଶ୍ୱରୀ ମଞ୍ଚ ରେ ଏକତ୍ରିତ ହୋଇ ଜୁନାଗଡ଼ ର ସ୍ୱାଭିମାନ କୁ ଆଖିଆଗରେ ରଖି ମହୋତ୍ସବ ପାଇଁ ଏକ କୋର କମିଟି ଗଠିତ ହୋଇ ଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ଜୁନାଗଡ଼ ଏନ ଏ ସି ଅଧକ୍ଷା ହିମାଦ୍ରୀ ନାଏକ ପାରିଷଦ ସଚିନ ଅନ୍ଧାନୀ, କୁନା ବୈଠରୁ, ଚକ୍ରଧର ବାଗ, କୁନା ଦଣ୍ଡସେନା ପୁଷ୍ପାଞ୍ଜଳି ଢଙ୍ଗଡ଼ାମାଝି, ହିମାଦ୍ରୀ ସିନ୍ଦୁର ଓ ସମସ୍ତ ପାରିଷଦ ସହ ଦୁର୍ଗା ପ୍ରସାଦ ନାଏକ, ଲଳିତ କୁମାର ଅଗ୍ରୱାଲ, ଶିବ ପ୍ରସାଦ ମହାନ୍ତି,ଈଶ୍ୱର ଚନ୍ଦ୍ର ପୂଝରୀ, ଅଶୋକ କୁମାର ପଟ୍ଟନାୟକ, ବିଘ୍ନ ରାଜ ବରାଡ଼, ସରୋଜ କୁମାର ପଣ୍ଡା, ସମୀର କୁମାର ସାହୁ, ରଞ୍ଜନ କୁମାର ଜାଲ, ଆଶିଷ ଗୋଏଲ,ଦିଲୀପ କୁମାର ପଣ୍ଡା, ଅନିଲ କୁମାର ପଣ୍ଡା ଓ କୋର କମିଟି ଆବାହକ ହିମାଂଶୁ ଶେଖର ବରାଡ଼ ମନୋନୀତ ହୋଇଛନ୍ତି । ଶେଷରେ ମାନସ ରଞ୍ଜନ ସେଠି ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆରୋଗ୍ୟ ଲାଭ କଲେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା

masiha

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

Leave a Comment

error: Content is protected !!