୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ୨୦୨୬
ରାଉରକେଲା, ୧/୧୦ : ବନ୍ୟପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଉରକେଲା ବନ ମଣ୍ଡଳ ପକ୍ଷରୁ ସର୍କଲ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ୨୦୨୬ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ରାଉରକେଲା ଶ୍ରୀ ଶାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟକ, ବଣାଇ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇଥିଲେ । ଏହାସହ ଡିଆଇଜି, ରାଉରକେଲା, ଆରସିସିଏଫ୍, ରାଉରକେଲା, ଡିଏଫ୍ଓ ସୁନ୍ଦରଗଡ଼, ଡିଏଫ୍ଓ କେନ୍ଦୁଝର, ଡିଏଫ୍ଓ ଦେଓଗଡ଼, ଡିଏଫ୍ଓ ରାଉରକେଲା ଓ ଡିଏଫ୍ଓ ବଣାଇ ଏବଂ ବରିଷ୍ଠ ବନ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।
ବସି ଆଙ୍କ ପ୍ରତିଯୋଗିତା ଓ ବନ୍ୟପ୍ରାଣୀ ଜ୍ଞାନ ଦିବସରେ ପୁରସ୍କାର ପାଇଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ମାନିତ କରାଯାଇଥିଲା । ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହ କଳାକାର, ଡିଏଫ୍ଓ ଏବଂ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ସଦସ୍ୟମାନଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଓ ମାନବ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ ଦିଗରେ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

