ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳିତ

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳିତ

“ସରକାରଙ୍କ ପକ୍ଷରୁ ସରକାରଙ୍କ ଉଦ୍ୟମରେ ଆଜୀବନ ମରିବା ପର୍ଯ୍ୟନ୍ତ କାୟମ ରହୁଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଚିହ୍ନଟ କରି ଏହି ବରିଷ୍ଠ ନାଗରିକ ଫୋଟ ପରିଚୟ ପତ୍ର ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦୃଢ଼ ଦାବୀ ଉପସ୍ଥାପନ ” – ବରିଷ୍ଠ ନାଗରିକ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର 

ଢେଙ୍କାନାଳ:ତା.୦୧.୧୦.୨୦୨୬ ରିଖ (ମ ନି ସ   ) : ସ୍ଥାନୀୟ ଗୁଡିଆନାଳିସ୍ଥିତ କଲ୍ୟାଣ ମଣ୍ଡପରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳିତ ହୋଇଯାଇଛି।ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ସହ ସେମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁ ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲା ତଥା ସମସ୍ତ ଉପଖଣ୍ଡ ଓ ବ୍ଲକସ୍ତରରେ ଏହି ଦିବସ ପାଳନ କରାଯାଇ ସେମାନଙ୍କ ସାମାଜିକ,ଆର୍ଥିକ,ସ୍ୱାସ୍ଥ୍ୟଗତ ଓ ଆଇନଗତ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ପ୍ରକାଶ କରିଥିଲେ।ପ୍ରାତଃ ସମୟରେ ଉପଜିଲ୍ଲାପାଳ ପଦ୍ମ ଚରଣ ସାହୁ ଯୋଗ ଶିବିର ଉଦ୍‌ଘାଟନ କରିଥିଲେ।ଆର୍ଟ ଅଫ୍ ଲିଭିଙ୍ଗ ଫାଉଣ୍ଡେସନର ତତ୍ତ୍ୱାବଧାନରେ ବରିଷ୍ଠ ନାଗରିକମାନେ ଯୋଗାଭ୍ୟାସ କରିଥିଲେ।ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ବରିଷ୍ଠ ନାଗରିକମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଣ୍ଟନ କରାଯାଇଥିଲା।

ଏହି ଅବସରରେ ଆର୍ଥିକ ସୁରକ୍ଷା,ସାଇବର ସୁରକ୍ଷା, ଆଇନଗତ ସୁରକ୍ଷା ଏବଂ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସମ୍ପର୍କରେ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ର,ଛାତ୍ରୀଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରାଯାଇଥିଲା।ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ପରିଚୟପତ୍ର ବଣ୍ଟନ କରାଯାଇଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ସମାବେଶରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ,ଡ.ସପନ କୁମାର ମହାନ୍ତି, ସାଇବର ସୁରକ୍ଷା ଇନ୍ସପେକ୍ଟର ଶଶୀ ଭୂଷଣ ବେହେରା,ଡିଏସ୍‌ପି ସାଇବର ସେଲ୍ ପ୍ରିୟ ରଞ୍ଜନ ନାୟକ,ଡିଇଜିଏମ୍ ନଚିକେତା ସାହୁଙ୍କ ସମେତ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଦୀପ୍ତିଶ ପ୍ରସାଦ ପଟ୍ଟନାୟକ,ବସନ୍ତ କୁମାର ପଟ୍ଟନାୟକ,ଯୋଗୀନାଥ ମହାନ୍ତି,ବିଶ୍ୱନାଥ ବେହେରା,ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ଫର୍ମ ପୂରଣ କରି ଫୋଟୋ ଦେଇ,ଏହାର ପ୍ରସ୍ତୁତି ମୂଲ୍ୟ ପ୍ରଦାନ କରି ବରିଷ୍ଠ ନାଗରିକ ଭାବେ କେତେବେଳେ କାହାକୁ ବର୍ଷେ,ଦୁଇବର୍ଷ,ଚାରିବର୍ଷ କାହାକୁ ଆଜୀବନ ମରିବା ପର୍ଯ୍ୟନ୍ତ କାୟମ ରହୁଥିବା ବରିଷ୍ଠ ନାଗରିକ ଫଟୋ ପରିଚୟ ପତ୍ର ମିଳୁଥିଲେ ମଧ୍ୟ ଏହାକୁ ସରକାରଙ୍କ ପକ୍ଷରୁ ସରକାରଙ୍କ ଉଦ୍ୟମରେ ବିନା ମୂଲ୍ୟରେ ଆଜୀବନ ମରିବା ପର୍ଯ୍ୟନ୍ତ କାୟମ ରହୁଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଚିହ୍ନଟ କରି ଏହି ବରିଷ୍ଠ ନାଗରିକ ଫୋଟ ପରିଚୟ ପତ୍ର ଯୋଗାଇ ଦେବାକୁ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ।କବି ଅବନୀ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ବୋଲି ବରିଷ୍ଠ ନାଗରିକ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ଇସ୍ତାହାର ଯୋଗେ ପ୍ରକାଶ କରିଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଅଗଷ୍ଟ ମାସ ୧୦ତାରିଖ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଶୁଣାଣି ଶିବିର

Sunil Chandra Nayak

କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ଉଦଘାଟିତ

masiha

ଚମ୍ପି ପଞ୍ଚାୟତ ଠାରେ ପରବ ୨୦୨୩ ଅନୁଷ୍ଠିତ 

masiha

Leave a Comment

error: Content is protected !!