ବନ୍ଧୁଗାଁ ବ୍ଲକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ୧୨ ଦଫା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ
ବନ୍ଧୁଗାଁ ତା ୩୦/୯ ବନ୍ଧୁଗାଁ ବ୍ଲକର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଆଜି ଅଖିଳ ଭାରତୀୟ ଦାବି ଅବସରରେ ୧୨ ଦଫା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଜି ସକାଳ ୧୧ ଘଣ୍ଟା ସମୟରେ ବନ୍ଧୁଗାଁ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସଭାପତି ଭାବଗ୍ରାହୀ ମୁଦୁଲି ଓ ସମ୍ପାଦକ ରାଜେନ୍ଦ୍ର କୁମାର କେମୁଣ୍ଡୁ ଙ୍କ ନେତୃତ୍ୱ ରେ ବନ୍ଧୁଗାଁ ସଦର ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ଅସିତ କୁମାର ମହାନ୍ତି ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ଦାବିରେ ସାଂସଦଙ୍କ ଦ୍ୱାରା ଗୃହୀତ ୨୦୨୫ ପେନସନ ନିୟମକୁ ପ୍ରତ୍ୟାହାର କରିବା ସହ ନାକରା ରାୟ କୁ ବଜାଇ ରଖିବା, ଜାନୁଆରୀ ୨୦୨୫ ପୂର୍ବରୁ ଅବସର ନେଇଥିବା ସମସ୍ତ ସରକାରୀ କର୍ମଚାରୀ ଙ୍କ ପେନସନର ସଂଶୋଧନକୁ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ୧୦ ଟି ସନ୍ଧର୍ଭ ରେ ଅନ୍ତର୍ଭୁକ୍ତ କରିବା, ପେନସନ ଭୋଗୀଙ୍କୁ ଦାଖଲ କରିବା ରେ ଯଥେଷ୍ଟ ବିଳମ୍ବ କୁ ବିଚାରକୁ ନେଇ ମଧ୍ୟବର୍ତ୍ତୀ କାଳୀନ ସହାୟତା ପ୍ରଦାନ କରନ୍ତୁ, ପେନସନ ସଂଶୋଧନ ପାଇଁ ୫୦ ଶତକଡା ଡି ଏ/ ଡି ଆର କୁ ଦରମା/ ପେନସନ ସହିତ ମିଶ୍ରଣ କରିବା, ଦଶ ବର୍ଷ ଆଠ ମାସ ପରେ ପେନସନ ର ପରିବର୍ତ୍ତନ ପୁନ ସ୍ଥାପନ କରିବା, ଏନ୍ ପି ଏସ ଓ ୟୁ ପି ଏସ କୁ ଉଚ୍ଛେଦ କରି ସମସ୍ତ ରାଜ୍ଯ , କେନ୍ଦ୍ର ପି ଏସ ୟୁ ଏଵଂ ସ୍ୱୟଂଶାସିତ ସଂସ୍ଥାର କର୍ମଚାରୀଙ୍କ ପାଇଁ ଓ ପି ଏସ ପୁଂହ୍ନ ସ୍ଥାପିତ କରିବା, ବରିଷ୍ଟ ନାଗରିକ ମାନଙ୍କ ପାଇଁ ରେଳ ଓ ବିମାନ ଟିକଟ ୫୦ ଶତକଡା ରିହାତି ପ୍ରଦାନ କରିବା, କୋଭିଡ ୧୯ ଅବଧିର ୧୮ ମାସର ବାକିଥିବା ଡି ଏ/ ଡି ଆର ତୁରନ୍ତ ପ୍ରଦାନ କରିବା, ସରକାରୀ/ସରକାରୀ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା , ପେନସନ ଭଗୀଙ୍କୁ ନଗଦହୀନ ଚିକିତ୍ସା ସୁବିଧା ଯୋଗାଇ ଦେବା,୬୫ ବର୍ଷ ବୟସରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ୫ ବର୍ଷରେ ପେନସନ ୧୦ ଶତକଡା ବୃଦ୍ଧି ସହ ୮୦ ବର୍ଷ ବୟସ ପରେ ୨୦ ଭାଶତକଡା ବଢ଼ାଇବା, ବରିଷ୍ଟ ନାଗରିକ ଅଭିଯୋଗ ଓ ପେନସନ ଭଗି ଏଵଂ ବରିଷ୍ଟ ନାଗରିକଙ୍କ ସମାଧାନ ପାଇଁ ଏକ ସାମ୍ବିଧାନିକ ଜାତୀୟ କମିଶନ ଗଠନ କରିବା ଦାବି ଗୁଡିକ ରହି ଅଛି
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

