ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ପାଇଁ ୪୪ ଦିନିଆ ଅଭିଯାନ ଆରମ୍ଭ

କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ପାଇଁ ୪୪ ଦିନିଆ ଅଭିଯାନ ଆରମ୍ଭ

କଳାହାଣ୍ଡି, ୨ ଅକ୍ଟୋବର ୨୦୨୬: କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ୪୪ ଦିନିଆ ରାଜ୍ୟବ୍ୟାପୀ ଅଭିଯାନ ଆଜି ଆରମ୍ଭ ହୋଇଛି। ଏହି ଅଭିଯାନ ୨ ଅକ୍ଟୋବରରୁ ୧୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ୨୦୨୯ ସୁଦ୍ଧା ସମସ୍ତ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଅଭିଯାନର ପ୍ରଥମ ଦିନ ଅର୍ଥାତ୍ ୨ ଅକ୍ଟୋବରରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରାଯାଇ ଶିଶୁ ଶ୍ରମ, କାମ କରୁଥିବା ଓ ବିଦ୍ୟାଳୟ ବାହାରେ ଥିବା ଶିଶୁ, ଅସୁରକ୍ଷିତ ଶିଶୁ ଓ ପରିବାର ସମ୍ପର୍କରେ ଆଲୋଚନା କରାଯାଉଛି। ଶିଶୁମାନଙ୍କୁ ପୁନଃ ବିଦ୍ୟାଳୟକୁ ଫେରାଇ ଆଣିବା ଏବଂ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଂକଳ୍ପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଅଭିଯାନ ଅନ୍ତର୍ଗତ ୨୦ ଅକ୍ଟୋବର ସୁଦ୍ଧା ସ୍ୱତନ୍ତ୍ର ଗ୍ରାମ ପଞ୍ଚାୟତ ବୈଠକ, ୩୧ ଅକ୍ଟୋବର ସୁଦ୍ଧା ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଏବଂ ୧୦ ନଭେମ୍ବର ସୁଦ୍ଧା ଜିଲ୍ଲାସ୍ତରୀୟ ସମନ୍ୱୟ କାର୍ଯ୍ୟକ୍ରମ କରାଯିବ। ୧୪ ନଭେମ୍ବର ଶିଶୁ ଦିବସରେ ଅଭିଯାନର ସମାପନ କାର୍ଯ୍ୟକ୍ରମ ହେବ।

ଏହି ଅଭିଯାନରେ ସହକାରୀ ଶ୍ରମ ଅଧିକାରୀ, ଗ୍ରାମ ପଞ୍ଚାୟତ, ପଞ୍ଚାୟତିରାଜ ପ୍ରତିନିଧି, ବିଦ୍ୟାଳୟ, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ସମ୍ମୁଖସାରୀ କର୍ମୀ ଏବଂ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ସାମିଲ ହେବେ। ମିଶନ ଶକ୍ତି ନେଟୱର୍କ ମାଧ୍ୟମରେ ପରିବାରସ୍ତରରେ ସଚେତନତା ସୃଷ୍ଟି, ଅସୁରକ୍ଷିତ ଶିଶୁ ଓ ପରିବାର ଚିହ୍ନଟ, ବିଦ୍ୟାଳୟ ଛାଡ଼ିବା ଓ ଶିଶୁ ଶ୍ରମ ରୋକିବା ସହିତ ଆବଶ୍ୟକ ସରକାରୀ ସହାୟତା ସହ ପରିବାରକୁ ଯୋଡ଼ାଯିବ।

ଅସୁରକ୍ଷିତ ଓ ପ୍ରବାସୀ ପରିବାରର ଶିଶୁମାନଙ୍କ ସୁରକ୍ଷା ଏବଂ ଶିଶୁ ଶ୍ରମ ରୋକିବାରେ ମହିଳା ଗୋଷ୍ଠୀଗୁଡ଼ିକର ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଅଭିଯାନ ସମ୍ପର୍କିତ କାର୍ଯ୍ୟକଳାପ, ଚିହ୍ନଟ ହୋଇଥିବା ଅସୁରକ୍ଷିତ ଶିଶୁ/ପରିବାର ଏବଂ ନିଆଯାଇଥିବା ପଦକ୍ଷେପର ରେକର୍ଡ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅଭିଯାନର ପ୍ରଥମ ଦିନରେ ଗୋଲାମୁଣ୍ଡା ବ୍ଲକର ବଡ଼ଚେରଗାଁ GP ରେ ସହକାରୀ ଶ୍ରମ ଅଧିକାରୀ, ଗୋଲାମୁଣ୍ଡା , ନର୍ଲା ବ୍ଲକର ସାନ୍ତପୁର GPରେ ସହକାରୀ ଶ୍ରମ ଅଧିକାରୀ, ନର୍ଲା, ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର GPରେ ସହକାରୀ ଶ୍ରମ ଅଧିକାରୀ, ଲାଞ୍ଜିଗଡ଼, ଜୁନାଗଡ଼ ବ୍ଲକର ବାଲଡିଆମାଲ GPରେ ସହକାରୀ ଶ୍ରମ ଅଧିକାରୀ, ଜୁନାଗଡ଼, ଏମ୍. ରାମପୁର ବ୍ଲକର ସାଇଦାଲଙ୍ଗା GPରେ ସହକାରୀ ଶ୍ରମ ଅଧିକାରୀ ମ. ରାମପୁର, ଭବାନୀପାଟଣା ବ୍ଲକର ମାଲଗାଁ GPରେ ସହକାରୀ ଶ୍ରମ ଅଧିକାରୀ, ଭବାନୀପାଟଣା, କେସିଙ୍ଗା ବ୍ଲକର ନାସିଗାଁ GPରେ ସହକାରୀ ଶ୍ରମ ଅଧିକାରୀ, କେସିଙ୍ଗା, ଜୟପାଟଣା ବ୍ଲକ୍ରର ହିରାପୁର୍ GPରେ ସହକାରୀ ଶ୍ରମ ଅଧିକାରୀ, ଜୟପାଟଣା, କର୍ଲାମୁଣ୍ଡା ବ୍ଲକର ଏସ୍. ମାଲପଡ଼ା GPରେ ସହକାରୀ ଶ୍ରମ ଅଧିକାରୀ, କର୍ଲାମୁଣ୍ଡା ଏବଂ ଥୁଆମୂଳ ରାମପୁର ବ୍ଲକର କିଆପଦର GPରେ ସହକାରୀ ଶ୍ରମ ଅଧିକାରୀ, ଥୁ. ରାମପୁର ସ୍ୱତନ୍ତ୍ର ଗ୍ରାମସଭା ଏବଂ ଶିଶୁ ଶ୍ରମ ବିରୋଧୀ ସଚେତନତା ରାଲି ରେ ଯୋଗଦାନ ଦେଇଛନ୍ତି। 

Related posts

ଶିକ୍ଷା ବଜେଟ ଅଭିଭାଷଣ ରଖି ଖଡ଼ିଆଳ ବିଧାୟକ ଶିକ୍ଷା ଅଧିକାର ଆଇନ ୧୦ ବର୍ଷ ପରେ ଲାଗୁ, ମାଗଣା ଶିକ୍ଷା ବ୍ୟବସ୍ଥା, କେବିକେ ଅଂଚଳରେ ୧୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଖୋଲିବା , ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି, ଖଡ଼ିଆଳ ସ୍ଵୟଂ ଶାସିତ କଲେଜ କୁ ସରକାରୀ କଲେଜ ମାନ୍ୟତା ଦାବି

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ବରାଜିଆଣୀ ଗାଁ ରାସ୍ତା କାଦୁଅ ପଚ ପଚ

Sunil Chandra Nayak

Leave a Comment

error: Content is protected !!