ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ଅର୍ପଣ ଦିବସ ପାଳିତ: PWS ଯୋଜନାରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ 

ଜଳ ଅର୍ପଣ ଦିବସ ପାଳିତ: PWS ଯୋଜନାରେ ଘରେ ଘରେ ପହଞ୍ଚିବ ପାନୀୟ ଜଳ 

ନବରଙ୍ଗପୁର:,(ତା. ୨/୧୦:)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଞ୍ଚାୟତର ଗୋରାମ୍ବା ଗ୍ରାମରେ ଗୁରୁବାର ‘ଜଳ ଅର୍ପଣ ଦିବସ’ ପାଳିତ ହୋଇଛି। ଗ୍ରାମାଞ୍ଚଳବାସୀଙ୍କୁ ସୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ପିଡବ୍ଲ୍ୟୁଏସ୍‌ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ପିଡବ୍ଲ୍ୟୁଏସ୍‌ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା। ପ୍ରକଳ୍ପ ମାଧ୍ୟମରେ ଘରେ ଘରେ ପାଇପ୍‌ ଯୋଗେ ନିରାପଦ ପାନୀୟ ଜଳ ପହଞ୍ଚାଇବା ସହ ଗ୍ରାମବାସୀଙ୍କ ଜୀବନମାନ ଓ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ଭତର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଝରୀଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଏକମ୍ବା ପଞ୍ଚାୟତ ସରପଞ୍ଚ ଅନିତା ପୂଜାରୀ, ବିଧାୟକ ପ୍ରତିନିଧି ଗଣପତି ସାହୁ, ବିଜେପି ଜିଲ୍ଲା ଉପସଭାପତି ସୁମିତ୍ରା ମାଝୀ, କୃଷକ ମଞ୍ଚ ଜିଲ୍ଲା ସଭାପତି ଦଶରଥ କଲାର, ଆରଡବ୍ଲ୍ୟୁଏସ୍‌ଏସ୍‌ ପ୍ରତିନିଧି ଫିରୋଜ ଷଡ଼ଙ୍ଗୀ ଏବଂ ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଲିଙ୍ଗରାଜ ବାଘ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଜଳର ସୁରକ୍ଷିତ ବ୍ୟବହାର, ଜଳ ସଂରକ୍ଷଣ ଏବଂ ଜଳ ଅପଚୟ ରୋକିବା ନେଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ନୂତନ ଜଳ ଯୋଗାଣ ବ୍ୟବସ୍ଥା ଦ୍ୱାରା ଗ୍ରାମବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦେବାଗାଁ ପଂଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିମିୟତା,ସରପଞ୍ଚ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

masiha

୧- ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି ,୨- ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

Sunil Chandra Nayak

ଉତ୍କଳ ଯାଦବ ମହାସଭାର ସମ୍ବର୍ଦ୍ଧନା ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!