ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟନଳୀ ନଥିବାରୁ ତିନି ବର୍ଷ ଧରି ଯନ୍ତ୍ରଣାରେ କୁନି ଆରତୀ, ନଭେମ୍ବର ୧୭ରେ AIIMS ଭୁବନେଶ୍ୱରରେ ଅସ୍ତ୍ରୋପଚାର

ଖାଦ୍ୟନଳୀ ନଥିବାରୁ ତିନି ବର୍ଷ ଧରି ଯନ୍ତ୍ରଣାରେ କୁନି ଆରତୀ, ନଭେମ୍ବର ୧୭ରେ AIIMS ଭୁବନେଶ୍ୱରରେ ଅସ୍ତ୍ରୋପଚାର

ବଲାଙ୍ଗୀର: ଖାଦ୍ୟନଳୀ ନଥିବାରୁ ଦୀର୍ଘ ତିନି ବର୍ଷ ଧରି ଚିକିତ୍ସାଜନିତ ସମସ୍ୟା ଭୋଗୁଥିବା ଗରିବ ଦିନମଜୁରିଆ ପରିବାରର କୁନି ଝିଅ ଆରତୀ ସାହୁଙ୍କ ଚିକିତ୍ସା ପାଇଁ ଏବେ ସହାୟତାର ଆବଶ୍ୟକତା ଦେଖାଦେଇଛି।

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ପଞ୍ଚାୟତର ବିନ୍ଧାପାଲି ଗାଁର ଆରତୀ ସାହୁଙ୍କ ବୟସ ଦେଢ଼ ବର୍ଷ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଖାଦ୍ୟନଳୀ ସମସ୍ୟା ଯୋଗୁଁ ପରିବାର ଦୀର୍ଘଦିନ ଧରି ଝିଅର ଚିକିତ୍ସା ପାଇଁ ବଲାଙ୍ଗୀର, ଭୁବନେଶ୍ୱର ସମେତ ବାହାର ରାଜ୍ୟର ବିଭିନ୍ନ ମେଡିକାଲକୁ ଯାତାୟାତ କରୁଛନ୍ତି।

ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଭଙ୍ଗା ମାଟି ଚାଳ ଘରେ ରହୁଥିବା ଦିନମଜୁରିଆ ପରିବାର ପାଇଁ ଦୀର୍ଘଦିନର ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼ିଛି। ଏପରିକି କୁନି ଝିଅଟି ପାଇଁ ବିସ୍କୁଟ କିଣିବାକୁ ମଧ୍ୟ ଟଙ୍କା ନଥିବା ପରିବାର ପକ୍ଷରୁ କୁହାଯାଇଛି।

ଆରତୀଙ୍କ ଚିକିତ୍ସା ସମସ୍ୟା ସମ୍ପର୍କରେ HRDF INDIA ପକ୍ଷରୁ AIIMS Delhi ଏବଂ Christian Medical Centre କୁ ଅବଗତ କରାଯାଇଥିବା କୁହାଯାଇଛି।

ଏହି ଚିକିତ୍ସା ପାଇଁ Human Rights Defenders ଦୁଃଖବନ୍ଧୁ ବିଶ୍ୱାଳ, ପ୍ରଶାନ୍ତ ନାଏକ ଓ ସୋମନାଥ ନାଏକଙ୍କ ତରଫରୁ ଆରତୀଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ମିଳିବା ପାଇଁ ଚେଷ୍ଟା ଜାରି ରହିଛି।

ବର୍ତ୍ତମାନ AIIMS Bhubaneswar ପକ୍ଷରୁ ଆରତୀଙ୍କ ଅସ୍ତ୍ରୋପଚାର ପାଇଁ ୧୭ ନଭେମ୍ବର ୨୦୨୬ ତାରିଖ ଦିଆଯାଇଛି। ଅସ୍ତ୍ରୋପଚାର ପୂର୍ବରୁ ଏବଂ ପରେ ଚିକିତ୍ସା ସହ ଦୈନନ୍ଦିନ ଆବଶ୍ୟକତା ପାଇଁ ପରିବାରକୁ ସହଯୋଗ ଆବଶ୍ୟକ ହୋଇଛି।ପରିବାର ପକ୍ଷରୁ ସହୃଦୟ ବ୍ୟକ୍ତି, ସମାଜସେବୀ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ କରିବାକୁ ନିବେଦନ କରାଯାଇଛି।

ସହାୟତା ପାଇଁ ଯୋଗାଯୋଗ

ଅନୁରାଧା ସାହୁ

📞 9346803261

 PhonePe / Google Pay: 9346803261

ଆରତୀଙ୍କ ଚିକିତ୍ସା ପାଇଁ ଆପଣଙ୍କ ଛୋଟିଏ ସହଯୋଗ ଏହି ପରିବାର ପାଇଁ ବଡ଼ ସାହାଯ୍ୟ ହୋଇପାରେ।

#AartiSahu #HelpAarti #SaveAarti #MedicalHelp #AIIMSBhubaneswar #AIIMS #HRDFIndia #HumanRightsDefender #DukhabandhuBiswal #PrashantNaik #SomanathNayak #Humanity #MedicalTreatment #MedicalSupport #ChildTreatment #UrgentHelp #SupportAarti #Balangir #Agalpur #Bharasuja #Bindhapali #Odisha #HelpTheNeedy #SocialService #HumanRights #ସେବାହିଁମାନବତା #ଆରତୀସାହୁ #ସହାୟତାଆହ୍ୱାନ #ମାନବିକତା

Related posts

ବାରିପଦା ରଜ ମୌଜ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ପାଳିତ

masiha

Self-Defense Training Program Organized by Shaktishree of Sanatan Harichandan College.

Sunil Chandra Nayak

ନୂତନ ସଡିପିଓ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!