ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

ଟେମରୀ (ମ ନି ସ):-୫/୨: କଳାହାଣ୍ଡି ଜିଲ୍ଲା ର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପଣ୍ଡକୁଲ ଗ୍ରାମର ଅଜିତ ପଧାନଙ୍କ ପୋଖରିଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ ହେବା ସହ ଏକ ଦିନିଆ ମତ୍ସ୍ୟ ଚାଷ ବିଷୟରେ ଏହି ଅଞ୍ଚଳର ଚାଷୀ ଓ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରି ଶୁଭ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବରେ ଡିଡିଏଫ୍ ସୁରେନ୍ଦ୍ର କୁମାର ପାତ୍ର ଓ ସିଫାର ବରିଷ୍ଠ ବୈଜ୍ଞାନିକ ଡା. ନାଗେଶ୍ଵର କୁମାର ବାରିକ, ଆତ୍ମା ଅଧ୍ୟକ୍ଷ ଇଂ ଦିନେଶ ରାଉତ ଯୋଗ ଦେଇ ମତ୍ସ୍ୟ ଚାଷ ବିଷୟରେ ଚାଷୀମାନଙ୍କୁ ଅଧିକ ଉତ୍ପାଦନ ଓ ଅମଳ କ୍ଷମ କରିବା ପାଇଁ ନୂତନ ବୈଜ୍ଞାନିକ ପ୍ରଣାଳୀ , ସରକାରଙ୍କ ଦ୍ଵାରା ମିଳୁଥିବା ସହଯୋଗ ସବ୍ ସିଡି ମାଧ୍ୟମରେ ଋଣ ପ୍ରଦାନ କରିବା ବୁଝାଇଥିଲେ। ଚାଷୀମାନଙ୍କୁ ମତ୍ସ୍ୟ ତାଲିମ ଦାତା କିପରି ରୋଗ ପୋକ ନିରାକରଣ କରାଯିବ, ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଖୋଲାଯିବାର ଆବଶ୍ୟକତା , ବିଭିନ୍ନ ଉପାୟରେ ମତ୍ସ୍ୟ ଚାଷ ଉତ୍ପାଦନ ଓ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଜୀବିକା ନିର୍ବାହରେ ଲାଭ ଦାୟକ ଆଦି ପୁଙ୍ଖାନୁପଙ୍ଖ ଭାବରେ ବୁଝାଇଥିଲେ । ଏଥିରେ ବିଭିନ୍ନ ଅଞ୍ଚଳର ଚାଷୀ ଯୋଗଦେଇଥିବା ବେଳେ ଅଜିତ ପଧାନ , ଅକ୍ଷୟ ପଧାନ ସମୀର ପଧାନ, ସରୋଜ ପଧାନ, ପଙ୍କଜ ରାଉତ, ମହେନ୍ଦ୍ର ପଧାନ, ସ୍ଵର୍ଣ୍ଣ ଲତା ଭୋଇ, ରଞ୍ଜନ ସାହୁ, ବେଭାରୀ ସା, ପ୍ରମୁଖ ଯୋଗ ଦେଇଥିଲେ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଆମ ହସ୍ପିଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

masiha

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ

masiha

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!