ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ତୁଳସୀଟୋଲା ରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା/ ଆରଏମସି ର ୱାର୍ଡ ନଂ ୪ ତୁଳସୀଟୋଲା ଠାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଜେପି ହସପିଟାଲ୍ ତରଫରୁ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ୧୬୦ ଜଣଙ୍କ ର ଚକ୍ଷୁ ପରୀକ୍ଷା କରାଯାଇ ଥିଲା। ସେଥିମଧ୍ୟରୁ ୧୫ ଜଣଙ୍କ ର ମୋତିଆବିନ୍ଦୁ ଅପରେସନ୍ ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଶିବିର କୁ ସେଣ୍ଟ. ଗାର୍ବେଲ ଚର୍ଚ୍ଚର ତୁଳସୀଟୋଲା ର ଏରିଆ ସଭାପତି ଆନ୍ଥୋନୀ ଲାକ୍ରା ଫିତାକାଟି ଉଦ୍‌ଘାଟନ କରିଥିଲେ। ଏହି ଶିବିର କୁ ଅଂଗନବାଡି ଦିଦି ସରିତା ଖାଲଖୋ, ଆଶା ଦିଦି, ଭାଲେରିଆ ମୁଣ୍ଡା, ପରିଚାଳନା କରିଥିଲେ । ରାଉରକେଲା ନଗର ସଭାପତି ଗଗନ ପଣ୍ଡା, ମହିଳା ସଭାପତି ଜୋସ୍ନା ନାୟକ,ଗାନ୍ଧି ଭାଇ,ୱାର୍ଡ ର ଉପସଭାପତି ଜଗନ୍ନାଥ ଦାସଭାୟା,ପ୍ରମୋଦ କୁମାର କାଳୁ ଲାକ୍ରା,ଜଗନ୍ନାଥ ପାତ୍ର, ରାଜୁ ନାୟକ,ସୀତା ନାୟକ, ନଜମୁନ ନିଶା,ମମତା ସା, ଶ୍ରୀମା ପାଲ, ଶ୍ୟାମସୁନ୍ଦର ପାଲ, ୱାର୍ଡ ସଭାପତି ପୀତବାସ କାଣ୍ଡି ଉପସ୍ଥିତ ରହି ସୁଚାରୁ ରୁପେ ଶିବିର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବାରୁ ଜେପି ହସପିଟାଲ୍ ର ସୁରେଶ ଶର୍ମା ଓ ଅନ୍ୟମାନେ ଧନ୍ୟବାଦ ଜଣାଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡେଙ୍ଗୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପ୍ରଚାର କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

masiha

କଙ୍କଡ଼ାହାଡ଼ଠାରେ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନଷ୍ଠିତ

Sunil Chandra Nayak

ସମ୍ଭାବ୍ୟ ମହାମାରୀ କରୋନା ର ପ୍ରତିକାର ଓ ମୁକାବିଲା ପାଇଁ ଏକ ପ୍ରସ୍ତୁତି ଅଭ୍ୟାସ                                                    

Sunil Chandra Nayak

Leave a Comment

error: Content is protected !!