ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ଵର – ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଙ୍ଘ ଉପ-ସଭାପତି ହେଲେ ନରେନ୍ଦ୍ର ପ୍ରସାଦ ବେହେରା 

ବାଲେଶ୍ଵର,୨୧/୫/୨୨- ସବୁ କଳାକାର ଏକ ପରିବାର ନୀତିରେ ସମସ୍ତଙ୍କ ହକ୍ ପାଇଁ ସଂଗ୍ରାମ ଜାରି ରଖିବା ନିମନ୍ତେ ରାଜ୍ୟ ସ୍ତରୀୟ ସଂଗଠନ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ର କାର୍ଯ୍ୟକାରିଣୀ କମିଟି ତଥା କର୍ମକର୍ତ୍ତାଙ୍କ ନାମ କିଛିଦିନ ତଳେ ଘୋଷିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ପଣ୍ଡିତ ବିଶ୍ଵନାଥ ଶତପଥୀ, ସଙ୍ଗୀତଜ୍ଞ ସିମାଞ୍ଚଳ ଦାସ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ୱର୍ଲ୍ଡ ୱାଚ ସମ୍ପାଦକ ଦିଲ୍ଲୀପ ଦାସ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାୟକ, ବରିଷ୍ଠ ନାଟ ମଣିଷ ମେଜର୍ ରମା ରମଣ ପାଢ଼ୀ ପ୍ରମୁଖଙ୍କୁ ଉପଦେଷ୍ଟା ଏବଂ ସର୍ବଶ୍ରୀ ପ୍ରମୋଦ କୁମାର ଦଣ୍ଡସେନା, ରବୀନ୍ଦ୍ର ନାଥ ମିଶ୍ର, ସଞ୍ଜୟ କୁମାର ବିଷୋୟୀ, ସୁଦାମ ପଟ୍ଟନାୟକ, ହୃଷୀକେଶ ହୋତା, ତ୍ରିଲୋଚନ ପଣ୍ଡା, ଗୀତା ସ୍ୱାଇଁ ପ୍ରମୁଖଙ୍କୁ ମହାସଂଘର କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟା ଭାବେ ଚୟନ ହୋଇଛନ୍ତି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ସଭାପତି, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଓ ରାଜେନ୍ଦ୍ର ପାଢ଼ୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ମହେନ୍ଦ୍ର କୁମାର ନାୟକ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ ଏବଂ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ତଥା କବି ଓ ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖଙ୍କୁ ଉପ-ସଭାପତି ଭାବେ ଚୟନ କରାଯାଇଛି । ଜୟକୃଷ୍ଣ ପଟ୍ଟନାୟକ ଓ ଜୟନ୍ତୀ ନନ୍ଦ ସହ-ସମ୍ପାଦକ ବା ସହଯୋଗୀ ସଚିବ ଭାବେ ମନୋନୀତ ହୋଇଥିବା ବେଳେ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମହାସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ସୁଦୂର ବାଲେଶ୍ଵରରୁ ଶ୍ରୀ ବେହେରା ମହାସଙ୍ଘର ଉପ-ସଭାପତି ପଦବୀ ପାଇଥିବାରୁ ବେଶ୍ ଖୁସି ଅନୁଭବ କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆବଶ୍ୟକ ହେଲେ ଆଗାମୀ ଦିନରେ ମହାସଙ୍ଘ ମାଧ୍ୟମରେ ବାଲେଶ୍ଵର ଜିଲ୍ଲାର କଳାକାର ମାନଙ୍କ ଉନ୍ନତି ନିମନ୍ତେ ରାଜରାସ୍ତାକୁ ଉହ୍ଲାଇବେ ପାଇଁ ତିଳେମାତ୍ର କୁଣ୍ଠାବୋଧ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ଶ୍ରୀ ବେହେରା । କାର୍ଯ୍ୟକ୍ରମ ଶେଷରେ ସଂଘ ସହ-ସଂପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

Related posts

ଘୁମୁରା ନୃତ୍ୟ ଦ୍ୱାରା ପୋଷଣ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୁଳସୀ

Sunil Chandra Nayak

ଏ ଆଇ ସି ସି ସଭ୍ୟ ତରୁଣ ମାଝୀ ହେଲେ ବିହାର ମୁଙ୍ଗେର  ଡି ସି ସି ର ରିଟରନୀଙ୍ଗ ଅଫିସର

Sunil Chandra Nayak

Leave a Comment

error: Content is protected !!