ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ସମାଜସେବୀ ଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ବେନଡିକ ଲାକ୍ରା ଓ ଆଲେକ୍ସିଆ ମାଝୀ ଙ୍କ ପ୍ରଥମ ସ୍ମୃତି ଚାରଣ ସଭା ହମିରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତ ଙ୍କ ଆବାହକତ୍ବରେ ଆୟୋଜିତ ଏହି ଶୋକସଭାରେ ଡଃ ପ୍ରଭାତ କୁମାର ମଲ୍ଲିକ, ଉପେନ୍ଦ୍ର ନାୟକ,ସୁରଥ ବାଗ, ଦେଓନିସ ଲାକ୍ରା,ସୁବାସ ଗୁପ୍ତା,ମହେନ୍ଦ୍ର ପଣ୍ଡିତ,ଅଗସ୍ତି ଦାସ,ବସନ୍ତ ଦେହୁରି, ଅମନ ବାରା,ଆଲୋକ ମହାନ୍ତି,ପି ଲାକ୍ରା, ବିଷ୍ଣୁ ନାୟକ,ଦେଓନିସ କିଣ୍ଡୋ,ନିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଦମ୍ପତି ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ। ସୂଚନାଯୋଗ୍ୟ ଯେ ଗତ କରୋନା ମହାମାରୀ ସମୟରେ ଉଭୟ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ଅତିଥି ମାନେ ତାଙ୍କ ବକ୍ତବ୍ଯରେ କହିଲେଯେ ଦୁହେଁ ଅତ୍ୟନ୍ତ ଅମାୟିକ ତଥା ତାଙ୍କର ସମାଜ ସେବା ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରିଥିଲା। ଏହାସହ ବଡଦିନରେ ବଂଧୁ ମିଳନ ଆୟୋଜନ କରି ଉଭୟ ସଂପ୍ରଦାୟ ମଧ୍ୟରେ ଯୋଗସୂତ୍ର ରକ୍ଷା କରୁଥିଲେ। ହମିରପୁର ଉନ୍ନୟନ ପରିଷଦ ଗଠନରେ ତାଙ୍କର ବଡ ଯୋଗଦାନ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୁଅ ବିନୟ କୁମାର ଲାକ୍ରା ଓ ବିପିନ କୁମାର ଲାକ୍ରା, ଝିଅ ବିନିତା ଲାକ୍ରା ଓ ବିମଳା ଲାକ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଗୋଲାମୁଣ୍ଡା ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ପ୍ରବନ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ

Sunil Chandra Nayak

Leave a Comment

error: Content is protected !!