ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗ ବେଦାନ୍ତ ସମିତିର ସାମୁହିକ ମହାଳୟା ଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ଆସନ୍ତା ୧୦ ରେ ….

ଯୋଗ ବେଦାନ୍ତ ସମିତିର ସାମୁହିକ ମହାଳୟା ଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ଆସନ୍ତା ୧୦ ରେ ….

ରାଉରକେଲା: ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣାରେ ଯୋଗ ବେଦାନ୍ତ ସେବା ସମିତି ରାଉରକେଲା ତରଫରୁ ସାମୂହିକ ମହାଳୟା ଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ଶନିବାର ଦିନ ସକାଳ ୯ଟା ରେ ହନୁମାନ ବାଟିକା ସ୍ଥିତ ଆଶାରାମ ବାପୁଜୀଙ୍କ ସତସଙ୍ଗ ଭବନ ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ନିଜ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା, ପ୍ରେମ ଓ କୃତଜ୍ଞତା ଅର୍ପଣ କରିବାକୁ ଇଚ୍ଛୁକ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ଅଂଶଗ୍ରହଣର ବ୍ୟବସ୍ଥା କରାଯାଇଛି। ଏନେଇ ଅନୁଷ୍ଠାନ ତରଫରୁ ହନୁମାନ ବାଟିକା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କୁହାଯାଇଛି ଯେ ଆମ ପିତୃପୁରୁଷଙ୍କ ପ୍ରତି କୃତଜ୍ଞତା, ସମ୍ମାନ, ପ୍ରେମ ଓ ସ୍ମରଣର ଏକ ପବିତ୍ର ଅଭିବ୍ୟକ୍ତି। ମନୁଷ୍ୟ ନିଜ ଜୀବନ, ସଂସ୍କାର, ପରମ୍ପରା ଓ ପରିବାରର ମୂଳ ଉତ୍ସ ଭାବେ ପୂର୍ବଜମାନଙ୍କୁ ସ୍ମରଣ କରି ପିତୃଋଣ ପ୍ରତି କୃତଜ୍ଞତା ପ୍ରକାଶ କରେ। ପିତୃପକ୍ଷ ସମୟରେ ଶ୍ରାଦ୍ଧ ଓ ତର୍ପଣ କରିବାର ପରମ୍ପରା ଭାରତୀୟ ସନାତନ ସଂସ୍କୃତିର ଏକ ପ୍ରାଚୀନ ଅଙ୍ଗ। ଜଳ, ତିଳ ଓ କୁଶ ଆଦି ଦ୍ୱାରା ପିତୃ ତର୍ପଣ କରି ପିତୃପୁରୁଷଙ୍କୁ ସ୍ମରଣ ଓ ଶ୍ରଦ୍ଧା ଅର୍ପଣ କରାଯାଏ। କେହି ଯେପରି ପିତୃପୁରୁଷଙ୍କୁ ସ୍ମରଣ କରିବାରୁ ବଞ୍ଚିତ ନ ହୁଅନ୍ତୁ— ଏହି ଉଦ୍ଦେଶ୍ୟରେ ସମସ୍ତ ଇଚ୍ଛୁକ ଶ୍ରଦ୍ଧାଳୁଙ୍କ ପାଇଁ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ନିଶୁଳ୍କ ରଖାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସର୍ବଶ୍ରୀ ସମୀର ପଟ୍ଟନାୟକ,ବିଶ୍ୱଜିତ୍ ସରକାର, ରାମେଶ୍ୱର ଦାସ,ପ୍ରୀତି ବିଶ୍ୱକର୍ମା, ପର୍ଶୁରାମ ବଡ଼ାଇକ,ଶିବ ଶଙ୍କର ମାଝୀ,ଜୟ ଶଙ୍କର ଗୌଡ଼,ସୁରେନ୍ଦ୍ର ଅଗ୍ରୱାଲ,ସୁନୀତା ଅଗ୍ରୱାଲ,ଗୋପାଳ ସାହୁ,ରଞ୍ଜିତା ଗୁପ୍ତା,ସ୍ୱପ୍ନା ପଟ୍ଟନାୟକ, ବିଶ୍ୱମ୍ବର ମହାନ୍ତି,ଗୀତା ମହାନନ୍ଦିଆ, ଦିଲୀପ ମହାନନ୍ଦିଆ,ସୁନୀତା ସାହୁ, ଜ୍ୟୋତି ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

masiha

ଭବାନୀପାଟଣାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

masiha

Leave a Comment

error: Content is protected !!