ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଝରୀ ଗ୍ରାମରେ ନୂତନ ନାଟକ ଉଦ୍ଘାଟନ

ବେଲଝରୀ ଗ୍ରାମରେ ନୂତନ ନାଟକ ଉଦ୍ଘାଟନ 

ନବରଙ୍ଗପୁର:(୧୨|୧୨)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବେଲଝରୀ ଗ୍ରାମରେ ଗତକାଲି ଏକ ନୂତନ ନାଟକ ଉଦଘାଟିତ ହୋଇଯାଇଛି |ଉକ୍ତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଶାବର ଶ୍ରୀକ୍ଷେତ୍ର ଦେଶିଆ ନାଟଗୁରୁ ସଂଘର କୋଷାଦକ୍ଷ ସହଦେଵ ଗୌଡ଼ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ ସଭାପତି କାର୍ତ୍ତିକ ଭତରା, ପୂର୍ବତନ ସମ୍ପାଦକ ଈଶ୍ୱର ମାଝୀ, ଉମରକୋଟ ବ୍ଲକର ବ୍ଲକ କଳା ଓ ସଂସ୍କୃତି ସଂଘର ଉପ ସଭାପତି ସନ୍ତୁ ଭତରା, ପୂର୍ବତନ ସମ୍ପାଦକ ପର୍ଶୁ ଗୌଡ଼, ଝରିଗାଁ ବ୍ଲକ କଳା ଓ ସଂସ୍କୃତି ସଂଘର ଉପ ସଭାପତି ଜଗନ୍ନାଥ ନାଟଗୁରୁ, ମା ଖମ୍ବେଶ୍ୱରୀ ନାଟ୍ୟ କଳା ସଂଘର ସଭାପତି ଡମୁ ପନକା, ବିଧାୟକଙ୍କ ଅନୁପସ୍ଥିତିରେ ବିଧାୟକ ପ୍ରତିନିଧି ଭାବେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଂଘର ବ୍ଲକ ସଭାପତି ତଥା ଚଚା ମଣ୍ଡଳର ବିଜେପି ସମ୍ପାଦକ ପ୍ରତାପ କୁମାର ଦୁରିଆ, ସମିତି ସଭ୍ୟାଙ୍କ ପ୍ରତିନିଧି ଭାବେ ଲଛିମଧର ଗୌଡ଼, ୱାର୍ଡ ସଭ୍ୟ ଡମ୍ବରୁ ସାନ୍ତା, ଡମ୍ବରୁ ମାଝୀ,ଲକିଚନ୍ଦ୍ର ପୂଜାରୀ, ପୂର୍ଣ୍ଣ ସାନ୍ତା, ଯଦୁନାଥ ଯାନୀଙ୍କ ସମେତ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ମଞ୍ଚାସୀନ ରହିଥିଲେ |ବେଲଝରୀ ଗ୍ରାମର ମା ତାରିଣୀଙ୍କ ସେବକ ତଥା ନାଟଗୁରୁ ଜବରସିଂ ଗୌଡ଼ଙ୍କ ଦ୍ୱାରା ରଚିତ ଏବଂ ନିର୍ଦ୍ଦେଶିତ ନୂତନ ନାଟକ “ମା ରହିଗଲେ ଶାଳ ବଣରେ “ନାଟକଟି ଉପସ୍ଥିତ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଉପସ୍ଥିତିରେ ଶୁଭ ଉଦଘାଟିତ ହୋଇଥିଲା |ଉକ୍ତ ନାଟକରେ ଶ୍ରୀ ଗୌଡ଼ ମା ତାରିଣୀଙ୍କ ଓଡିଶା ଆଗମନର କାହାଣୀକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରି ଦର୍ଶକଙ୍କ ଆଗରେ ପରିବେଷଣ କରିଥିଲେ |ଶ୍ରୀ ଗୌଡ଼ଙ୍କ ଲେଖାଶୈଳୀ, ଗୀତ ରଚନା ଓ କଳାକାର ମାନଙ୍କ ବେଶଭୁଷା ଓ ଅଭିନୟକୁ ଉପସ୍ଥିତ ଅତିଥିଗଣ ଓ ଦର୍ଶକବୃନ୍ଦ ବେଶ୍ ପ୍ରଶଂସା କରିବା ସହ ନାଟକର ଦୀର୍ଘସ୍ଥାୟୀ ପାଇଁ ସମସ୍ତେ ଆଶୀର୍ବାଦ କରିଥିଲେ |ଦେଶିଆ ନାଟକ ମାଧ୍ୟମରେ ଆମ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା ଓ ଚଳଣିକୁ ବଂଚେଇ ରଖିଥିବାରୁ ଶ୍ରୀ ଦୁରିଆ ନାଟଗୁରୁ ଓ କଳାକାର ମାନଙ୍କୁ ଧନ୍ୟବାଦ ଜଣେଇବା ସହ ଚିରଦିନ ପାଇଁ କଳାକୁ ବଂଚେଇ ରଖିବାକୁ ନାଟଗୁରୁ ମାନଙ୍କୁ ଅନୁରୋଧ କରିଥିଲେ l

( ମ ନି ସ )

Related posts

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

କୋଲନରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

masiha

୩ ଶିଶୁପୁତ୍ର କୁ ଜନ୍ମ ଦେଲେ ମହିଳା

Leave a Comment

error: Content is protected !!