ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ସମାରୋହ 

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ସମାରୋହ 

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଖ୍ୟାତ ଜନନାୟକ ସ୍ବାଧିନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି l ଆଇଡ଼ିଏଲ କାରଖାନାର ମୁଖ୍ୟ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ,ବିଶ୍ରା ଗୋଷ୍ଠି ଶିକ୍ଷାଧିକାରୀ ସୁପ୍ରଭାତ ବେହେରା,ଲାଠିକଟ ଗୋଷ୍ଠି ଶିକ୍ଷାଧିକାରୀ ଦେବେନ୍ଦ୍ର ସା,ଆଇଡ଼ିଏଲ ଶିଳ୍ପ ସମ୍ପର୍କ ବିଭାଗ ମୁଖ୍ୟ ରଞ୍ଜନ ମହାନ୍ତି,’ମାନବିକତା’ ଅନୁଷ୍ଠାନାର ଅଧକ୍ଷ ପ୍ରଶାନ୍ତ ସେଠି,ବାଲିଯୋଡି ଗ୍ରାମ କମିଟିର ର ସଭାପତି ଡ଼ାକ୍ତର ଫକୀର ଚରଣ ହୋତା,ରାଜ୍ୟ କର୍ମଚାରୀ ବୀମା ଯୋଜନାର ପ୍ରାକ୍ତନ ଅଧିକାରୀ ଡ଼ା ବିଷ୍ନୁପ୍ରିୟା ଦେଇ ଯଥାକ୍ରମେ ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ନିମନ୍ତ୍ରିତ ଅତିଥି ଓ ବକ୍ତା ଭାବେ ଯୋଗ ଦେଇ ଗୋପବନ୍ଧୁଙ୍କ ସେବା,ତ୍ୟାଗ,ସ୍ୱାଧୀନତା ସଂଗ୍ରାମ ରାଜନୈତିକ ଚିନ୍ତାଧାରା ସର୍ବୋପରି ନବ ଓଡିଶା ଗଠନରେ ପଣ୍ଡିତ ଗୋପବନ୍ଧୁଙ୍କ ଭୂମିକା ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥିଲେ l ଆଜିର ଯୁବ ଓ଼ ଛାତ୍ର ସମାଜ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ମୁଖ୍ୟବକ୍ତା ମହେନ୍ଦ୍ର ପଟ୍ଟନାୟକ ଆହ୍ୱାନ ଦେଇଥିଲେ l ପ୍ରାରମ୍ଭରେ ଅତିଥିମାନେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଟ୍ରଷ୍ଟର ସହ ସମ୍ପାଦିକା ସଚଳା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିବାରେ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଶାନ୍ତନୁ ମୁଦୁଲି,ଦେବେନ୍ଦ୍ର ସାହୁ,କବି ଶ୍ରୀନାଥ ନାୟକ, ଚାରୁଲତା ଦେବି,ସିଆରସିସି ହରିହର ବେହେରା,ସୁନିତା ପରିଡା, ଝୁନୁଲତା ସାହୁ,ଅନ୍ତର୍ଯ୍ୟାମୀ ବେହୁରା ଚାନ୍ଦମଣି ମାଝୀ,କୈଳାସ ଚନ୍ଦ୍ର ମଲ୍ଲିକ, ବାଦଲ ପଣ୍ଡା,ରାମ ଚନ୍ଦ୍ର ସାମଲ, ପରମାନନ୍ଦ ବେହେରା,ରବର୍ଟ ହାଇଫିଲ,ନରହରି ଦାସ,ସନାତନ ବାରିକ,ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗୋପବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଗୁରୁ ଅଲେଖ ସାହାଣୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଳାକାର ମାନେ ସ୍ୱାଗତ ସଂଗୀତ ବନ୍ଦେ ଉତ୍କଳଜନନୀ ଗାନ ପରିବେଷଣ କରିଥିଲେ l ସାମାଜିକ କର୍ମୀ ସନାତନ ସାହୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଶିକ୍ଷକ,ଶିକ୍ଷୟତ୍ରୀ ସମାଜସେବୀ,ଶିକ୍ଷାବିତ୍ ଓ ସ୍ଥାନୀୟ ଅଞ୍ଚଳର ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାଇଜାଗ ଇସ୍ପାତ କାରଖାନାର ଦୁର୍ଘଟଣା ନେଇ ରାଉରକେଲା ମଜଦୁର ସଭାର ଉଦବେଗ ପ୍ରକାଶ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!