ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୬ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୬ ଅନୁଷ୍ଠିତ

ଭବାନୀପାଟଣା ତା ୯.୧୦.୨୦୨୬: ୯ ମ ଜିଲ୍ଲା ସ୍ତରୀୟ ଜାତୀୟ ପୋଷଣ ମାସ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆୟୋଜନରେ ଆଜି ଭବାନୀପାଟଣା ପଞ୍ଚାୟତ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇଯାଇଛି । ଏହି ଦିବସର ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଭଳଷ୍ମୀ ନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା, , NHMରୁ RBSK ମେନେଜର କୃଷ୍ଣ ଚନ୍ଦ୍ର ପ୍ରଧାନ, ମିଶନ ଶକ୍ତି ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁମନ ଦ୍ବିବେଦୀ, ଓଡିଶା ଜୀବିକା ମିଶନ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡ. ଚନ୍ଦନ ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇଥିଲେ । ଅଂଶଗ୍ରହଣକାରି ମଧ୍ୟରେ ଆଇସିଡିଏସ ର ପ୍ରୋଗ୍ରାମ୍ ଅଫିସର ନମିତାରାଣୀ ପଲ୍, ଭବାନୀପାଟଣା ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର ଆଶା ରାଣୀ ସାହୁ ଓ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର ଫୁଲଯେଂସିଆ ସୋରେନ୍ , ପୋଷଣ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟରତ ଜିଲ୍ଲା ସଂଯୋଜକ ଅଜୟ ବିଭାର ଓ ଜିଲ୍ଲା ପୋଷଣ କାର୍ଯ୍ୟ ସହାୟିକା ପ୍ରଜ୍ଞା ମହାପାତ୍ର, ଓମେନ୍ ହବ୍ ର ଜିଲ୍ଲା ସଂଯୋଜକ ଯୁଗେସ୍ବର ବୁଦ୍ଧିଆ ବିବାହ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଥିବା ଜିଲ୍ଲା ପରାମର୍ଶଦାତା ଦିବ୍ୟ ରଞ୍ଜନ ଯୋଶୀ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଆଇ. ସି. ଡି. ଏସ. ର ମହିଳା ପରିଦର୍ଶିକା , ପୋଷଣ କାର୍ଯ୍ୟକ୍ରମ ଅଧୀନରର କାର୍ଯ୍ୟରତ ସମସ୍ତ ବ୍କଲ ସଂଯୋଜକ , ଅଙ୍ଗନୱାଡି କର୍ମୀ , ଓ ସ୍ଵୟଂ ସହାୟକ ର ଗୋଷ୍ଠୀ ର ସଭ୍ୟା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା ସ୍ଵାଗତ ସମ୍ଭର୍ଦ୍ଧନା ଜଣାଇବା ସହିତ ପୋଷଣ ମାସ ପାଳନର ଉଦ୍ଦେଶ୍ୟ ଓ ବିଭାଗର ନିୟମାବଳୀ ଅନୁଯାୟୀ ଜିଲ୍ଲାରେ ରେ କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନ କରିଥିଲେ I ପରେ ପରେ ପ୍ରୋଗ୍ରାମ୍ ଅଫିସର ନମିତାରାଣୀ ପଲ୍ ପୋଷଣ ଅଭିଯାନ ଅନ୍ତର୍ଗତ ପାଳିତ ହୋଇଥିବା ୯ ମ ଜାତୀୟ ପୋଷଣ ମାସର ଆଭିମୁଖ୍ୟ , କାର୍ଯ୍ୟବଳି ଓ ଜିଲ୍ଲାରେ ପାଳିତ ହୋଇଥିବା ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକୁ ପି ପି ଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀ ବୃନ୍ଦ ନିଜ ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକୁ ଜଣାଇବା ସହିତ ପୃଷ୍ଟି ସହିତ ସମନ୍ବୟ କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ଆନୁକୁଲ୍ୟରର ଭବାନୀପାଟଣା ସହରାଞ୍ଚଳର ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଂକ ଦ୍ଵାରା ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ,ଚଳିତ ପୋଷଣ ମାସର ବିଷୟବସ୍ତୁ ଅଧାରିତ ବାର୍ତ୍ତା ଗୁଡିକୁ ପ୍ରଦଶିତ କରିଥିଲେ। ପୋଷଣ ମାସ ଅବସରରେ ଅୟୋଜିତ ରଚନା, ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଂକୁ ପୁରସ୍କୃତ କରାଯାଇଥିଲା । ପୁଣି ବ୍ଲକ କଳା ସାଂସ୍କୃତିକ ସଂଘ୍ ମାଧ୍ୟମରେ ଲୋକକଳା ନୃତ୍ୟ କାର୍ଯକ୍ରମ କରାଯାଇଥିଲା ।◻ଶେଷରେ ପ୍ରୋଗ୍ରାମ୍ ଅଫିସର ସନ୍ଧ୍ୟା ରାଣୀ ନାୟକ ସମସ୍ତଂକୁ ଧନ୍ୟବାଦ ଦେଇଥିଲେ I

Related posts

ମହାରାଣୀ କସ୍ତୁରିକା ମୋଦିନୀ ଦେବୀ ଡିଗ୍ରୀ ମହା ବିଦ୍ୟାଳୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ 

Sunil Chandra Nayak

ମେଦନା ଗ୍ରାମ ରେ ନୂତନ ଲ୍ୟାମ୍ପ ସ୍ଥାପନ ପାଇଁ କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!