ପାର୍ବଣ ଋତୁରେ ଆଗମନ ‘କାଶତଣ୍ଡୀ’ ନଈ ପଠାରେ ଦୋଳି ଖେଳି ମା’ଙ୍କୁ ଧରାପୃଷ୍ଠକୁ ନିମନ୍ତ୍ରଣ କରୁଛି ଧଳାହୀରା
ଢେଙ୍କାନାଳ – ଆସୁଛି ପାର୍ବଣ,ହସୁଛି ଧରିତ୍ରୀ,ଧରିତ୍ରୀକୁ ପ୍ରେମର ଚାଦରରେ ଢାଙ୍କି ଦେଈଛି କାଶତଣ୍ଡୀ। ଏହି ଦୃଶ୍ୟ ସତରେ ବହୁତ ମନୋରମ। ଶରତର ଆଗମନରେ ଧରାପୃଷ୍ଠରେ ଖିଲି ଖିଲି ହସୁଛି କାଶତଣ୍ଡୀ। ନଦୀ ପଠା,ପାହାଡ,ପର୍ବତ ଓ ଝରଣା ନିକଟରେ କାଶତଣ୍ଡୀ ମହୁଲିଆ ପବନରେ ନଈଁ ପୁଣି ଉଠିପଡି ସତେ ଯେପରି ଧରାପୃଷ୍ଠକୁ ଦେବୀ ମାଙ୍କୁ ପାଛୋଟି ନେବାକୁ ଅନାଈ ବସିଛି। କାଶତଣ୍ଡୀ ଫୁଲ ଫୁଟିଲେ ପୂଜା ପାର୍ବଣର ଋତୁ ଆସିଥାଏ ବୋଲି ସୂଚନା ମିଳେ। ପାର୍ବଣ ଲାଗି ଏବେ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହେଲାଣି। ଜଗତଜନନୀ ମା ଦୁର୍ଗାଙ୍କୁ ଧରାପୃଷ୍ଠକୁ ପାଛୋଟି ନେବାକୁ ପ୍ରକୃତି ରାଣୀ କାଶତଣ୍ଡୀ ଫୁଲ ଫୁଟାଇ ଥାଏ। ହିନ୍ଦୋଳ ଦଣ୍ଡିରୀରୁ ବାହାରି ଥିବା ସାପୁଆ ନଈ ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଛଦେଶ ଅଞ୍ଚଳର ବିଭିନ୍ନ ଆଖ ପାଖ ଗ୍ରାମ ଦେଇ ପ୍ରବାହିତ ହୋଇ ବହି ଯାଇଥିବା ସାପୁଆ ନଈ ପଠାରେ କାଶତଣ୍ଡୀ ଦେଖିବକୁ ମିଳିଛି ଏବଂ ପାହାଡ,ପର୍ବତ,ଝରଣା ଭଳି ପ୍ରାକୃତିକ ପରିବେଶରେ ଶୋଭା ପାଉଛି କାଶତଣ୍ଡୀ ଫୁଲ। ଧରିତ୍ରୀର ପୃଷ୍ଠକୁ ଧବଳ ଚାଦରରେ ଅଞ୍ଚଳର ଢାଙ୍କି ଥିବା ଭଳି ଦେଖାଯାଉଛି। ଏଭଳି ମନୋରମ ଦୃଶ୍ୟକୁ ଦେଖି କବିଙ୍କ ଲେଖନୀ ଲେଖନୀ ମୁନରୁ କବିତା ସୃଷ୍ଟି ହୋଈଥାଏ। ଗାଳ୍ପିକ,ଲେଖକ ମଧ୍ଯ କେଉଁ ଅଜଣା ରାଈଜର କଥା ଭାବି ଭାବୁକ ସାଜିଥାନ୍ତି। ପ୍ରେମିକ,ପ୍ରେମିକା ମଧ୍ୟ ଏଭଳି ପରିବେଶ ରେ ନିଜକୁ ହଜାଇବା ଲାଗି କିଛି ସମୟ ବିତାଇଥାନ୍ତି। ସେହିଭଳି ଆଜିର ଯୁବପିଢୀ ଏଭଳି ଦୃଶ୍ୟକୁ ମୋବାଇଲରେ ଉତ୍ତୋଳନ କରି ଈଣ୍ଟରନେଟରେ ଅପଲୋଡ କରିବାକୁ ଭୁଲ ଭୁଲନ୍ତି ନାହିଁ। ବିଭିନ୍ନ ସିନେମା,ରିଲରେ ମଧ୍ୟ ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟର ସୁଟିଙ୍ଗ ହୁଏ। ପୂର୍ବରୁ ଏହାର ଢେର ନଜିର ରହିଛି। କାଶତଣ୍ଡୀ ଫୁଲ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ବିଲ,ପାହାଡ,ପର୍ବତ,ଝରଣା ସହ ବ୍ରହ୍ମଣୀ ନଦୀ ପଠା ଏବଂ ସୀମାନ୍ତ ଅଞ୍ଚଳରେ କାଶତଣ୍ଡୀ ଫୁଲ ଫୁଟୁଛି। ସେଠାକୁ ଯୁବପିଢୀ,କବି,ଲେଖକ,ପ୍ରକୃତି ପ୍ରେମୀ ଯାଉଥିବା ଦେଖିବାକୁ ମିଳୁଛି।
ପାଠକ ବିଚାର ମଞ୍ଚ ଓ ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ
କାମାକ୍ଷାନଗର – କାମାକ୍ଷାନଗର ପାଠକ ବିଚାର ମଞ୍ଚ ଓ ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପାଠକ ବିଚାର ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ମଦନ ମୋହନ ବରାଳ,ଶେଷଦେବ ପଣ୍ଡା, ଚିନ୍ମୟ ମିଶ୍ର, ଅନନ୍ତ ଚରଣ ସାହୁ, ଦିଲ୍ଲୀପ ପ୍ରଧାନ,ରସାନନ୍ଦ ଦେହୁରୀ,ମଧୁସୂଦନ ରାଉତ,ପ୍ରକାଶ କୁମାର ପାତ୍ର,ସୋମ୍ୟରଞ୍ଜନ ନାୟକ, ପ୍ରହଲ୍ଲାଦ ମୁଦୁଲି, ଦୈତାରୀ ବେହେରା ପ୍ରମୁଖ ଉତ୍କଳମଣିଙ୍କ ସ୍ୱାଧୀନତା ସଂଗ୍ରାମ ,ସମାଜସେବା, ସାମ୍ବାଦିକତା ଓ ସାହିତ୍ୟ ଉପରେ ଥିବା ପ୍ରତିଭା ଉପରେ ରହିଥିବା ଦକ୍ଷତା ଉପରେ ଆଲୋଚନା କରିଥିଲେ l
କାମାକ୍ଷାନଗର ମହାବିଦ୍ୟାଳୟରେ ୧୫ ଜଣଙ୍କର ନାମାଙ୍କନ ପତ୍ର ଦାଖଲ, ୪ ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ
କାମାକ୍ଷାନଗର- କାମାକ୍ଷାନଗର ମହାବିଦ୍ୟାଳୟରେ ନିର୍ବାଚନ ସକାଶେ ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତନ୍ମଧ୍ୟରୁ କ୍ରୀଡା ସଂପାଦକ, କ୍ରୀଡା ଯୁଗ୍ମ ସଂପାଦକ, ନାଟ୍ୟ ସଂପାଦକ ଓ ନାଟ୍ୟ ଯୁଗ୍ମ ସଂପାଦକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି l ସଭାପତି ପଡ ପାଇଁ ୪ ଜଣ, ଉପସଭାପତି ପଦ ପାଇଁ ୨ ଜଣ, ସାଧାରଣ ସଂପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l କ୍ରୀଡା ସଂପାଦକ ଭାବେ ପ୍ରିତମ କୁମାର ନାୟକ, ଯୁଗ୍ମ ସଂପାଦକ ସୁରେନ୍ଦ୍ର କୁମାର ପରିଡା, ନାଟ୍ୟ ସଂପାଦକ ଭୂମିକା ନାଥ, ନାଟ୍ୟ ଯୁଗ୍ମ ସଂପାଦକ ସୁମନ ତ୍ରିପାଠୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାର ଜଣାଯାଇଛି l ମହାବିଦ୍ୟାଳୟର ଅଧ୍ୟାପକ ପ୍ରମୋଦ କୁମାର ସ୍ୱାଇଁ, ରଶ୍ମି ରଞ୍ଜନ ସେନାପତି,ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ l
କଙ୍କଡାହାଡ଼ ସାପ୍ତାହିକ ହାଟରେ ଖୁଲମ ଖୋଲା ଚାଲିଛି ଜୁଆ ଖେଳ ବହୁ ପରିବାର ସର୍ବସ୍ୱାନ୍ତ
ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଧିନ କଙ୍କଡାହାଡ଼ ସାପ୍ତାହିକ ହାଟରେ ପ୍ରତ୍ୟହ ସପ୍ତାହରେ ଶୁକ୍ରବାର, ସୋମବାର ସାପ୍ତାହିକ ଡୁଳିଆ, ମଙ୍ଗଳବାର ସାପ୍ତାହିକ ବଟଗାଁ, ବୁଧବାର ସାପ୍ତାହିକ ବିରାଶାଳା ଓ ଅନ୍ୟ ଦିନ ମାନଙ୍କରେ ୩ ଦିନ ଜୁଆ ଖେଳ ହେଉଥିବାରୁ ସଂପୃକ୍ତ ଅଞ୍ଚଳ ତଥା ଆଖପାଖ ଗ୍ରାମର ବହୁ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଥିବାର ଅଭିଯୋଗ ହୋଇଛି। କଙ୍କଡାହାଡ଼ ସାପ୍ତାହିକ ହାଟରେ ପ୍ରତ୍ୟେକ ବେଳେ ଏଠାକୁ କଙ୍କଡାହାଡ଼ ତଥା ଆଖପାଖ ଗ୍ରାମରୁ ବହୁ ଆଦିବାସୀ ଯୁଆଡ଼ି ଆସି ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ପଡିଲେଣି ଥାନା ଠାରୁ ମାତ୍ର ୫00 ମିଟର ଦୂରରେ ଏହି ହାଟ ହେଉଥିବା ବେଳେ ହାଟ ମଧ୍ୟରେ ବେଧଡକ ଜୁଆ ଖେଳ ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ଏହି ହାଟରେ ଆଦିବାସୀ ମାନେ ନିର୍ଭର କରି ନିଜର କାମଧନ୍ଦା ସାରି ଅପରାହ୍ନରେ ହାଟକୁ ଆସିଥାନ୍ତି। ନିଜର ସପ୍ତାହ ବ୍ୟାପି ଯାହା ରୋଜଗାର କରିଥାନ୍ତି ଏହି ହାଟକୁ ନିଜର ଘର ପାଇଁ ପରିବା,ଲୁଗାପଟା କିଣିବାକୁ ଆସି ଏହି ଜୁଆ ଖେଳରେ ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି। ଫଳରେ ଘରେ ଗଣ୍ଡଗୋଳ ସୂତ୍ରପାତ ଘଟିବାରେ ସ୍ଵାଭାବିକ ହୋଇଥାଏ। ଏତ ବ୍ୟତୀତ କଙ୍କଡାହାଡ଼, ବଟଗାଁ, ଡୁଳିଆ,ବିରାଶାଳ,ବନ୍ଦାଣିଆ,ଓଡ଼ିଶ ଅଞ୍ଚଳ ଏକ ପ୍ରମୁଖ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ସପ୍ତାହର ପ୍ରତ୍ୟେକ ହାଟବାରରେ ଜୁଆ ଖେଳ ହେଉଥିବାରୁ ବହୁ ଆଦିବାସୀ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଲେଣି। ଏ ନେଇ କଙ୍କଡ଼ାହାଡ଼ ଥାନା ଅଧିକାରିଣୀ କୌଣସି ପଦକ୍ଷେପ ନେବା ବଦଳରେ ଚୁପ ହୋଇ ବସିଛନ୍ତି। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଯୁଆଡ଼ି କହୁଛନ୍ତି ଥାନାରେ ଆମେ ନିଶାମଣି ରାଉତ ବାବୁଙ୍କୁ ମୋଟା ଅଙ୍କର ବଟି ଦେଉଛୁ ତମେ କଣ କରିବା କଥା କର। ଏଣୁ ଜିଲ୍ଲା ଆରକ୍ଷୀ ଅଧକ୍ଷକ ଏହି ଜୁଆ ପ୍ରତି ଗୁରୁତ୍ବ ଦେଇ ତ୍ବରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ଏ ନେଇ ଅଞ୍ଚଳର ମହଲରେ ଜୁଆ ଖେଳକୁ ସଚେତନ ନାଗରିକ ମହଲରେ ରୋକିବା ପାଇଁ ଦାବି ହେଉଛି।
ଆଖୁଆପାଳ ପଞ୍ଚାୟତରେ ଦୁର୍ନୀତି,ଅଭିଯୋଗ,ଗ୍ରାମବାସୀଙ୍କ ଫେରାଦ
କାମାକ୍ଷାନଗର -ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତରେ କାମ ନକରି ସରକାରୀ ଅର୍ଥ ହଡପ ଏବଂ VB-G RAM G ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାଗଜପତ୍ରରେ କାମ ଦେଖାଇ ବିଲ୍ ଉଠାଯାଇଥିବା ଗ୍ରାମବାସୀ ଫେରାଦ ହୋଇଛନ୍ତି। ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

