ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋଲାମୁଣ୍ଡା ଠାରେ ଜୁଭେଣ୍ଟିକା ଆଉଟ୍‌ରିଚ୍ ପ୍ରୋଗ୍ରାମ ଅନୁଷ୍ଠିତ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋଲାମୁଣ୍ଡା ଠାରେ ଜୁଭେଣ୍ଟିକା ଆଉଟ୍‌ରିଚ୍ ପ୍ରୋଗ୍ରାମ ଅନୁଷ୍ଠିତ

ଜୁନାଗଡ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ର ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଜୁଭେଣ୍ଟିକା ଆଉଟ୍‌ରିଚ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କିଶୋର-କିଶୋରୀମାନଙ୍କ ସୁରକ୍ଷା, ଅଧିକାର, ଆଇନଗତ ସହାୟତା ଓ ସାମାଜିକ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ବାଲ୍ୟବିବାହ ନିରାକରଣ, ଶିଶୁ ଶ୍ରମ ରୋକିବା, ଶିଶୁ ଅଧିକାର ଓ ସୁରକ୍ଷା, ଲିଙ୍ଗଗତ ସମାନତା, ସାଇବର ଅପରାଧରୁ ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ଭଳି ବିଷୟରେ ଆଲୋଚନା କରାଯାଇଥିଲା। କୌଣସି ପ୍ରକାରର ନିର୍ଯାତନା, ଶୋଷଣ କିମ୍ବା ଅନ୍ୟାୟର ସମ୍ମୁଖୀନ ହେଲେ ଭୟ ନକରି ଉପଯୁକ୍ତ ବ୍ୟକ୍ତି ଓ ସମ୍ପୃକ୍ତ ଅଧିକାରୀଙ୍କ ସହାୟତା ନେବାକୁ କିଶୋର-କିଶୋରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।ବାଲ୍ୟବିବାହ ଓ ଶିଶୁ ଶ୍ରମ ଭଳି ସାମାଜିକ ସମସ୍ୟାର ନିରାକରଣ ପାଇଁ ପରିବାର, ବିଦ୍ୟାଳୟ, ପଞ୍ଚାୟତ, ପୋଲିସ୍ ଏବଂ ଶିଶୁ ସୁରକ୍ଷା ସହ ଜଡ଼ିତ ବିଭାଗ ଗୁଡ଼ିକର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ କିଶୋର-କିଶୋରୀମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରିବା ସହ ଏକ ସୁରକ୍ଷିତ, ସମାନତାଭିତ୍ତିକ ଓ ଶିଶୁ-ଅନୁକୂଳ ସମାଜ ଗଠନ କରିବା ଥିଲା।ଏହି ଅବସରରେ ବରିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଆଇ ଆଇ ସି ଯଶୋବନ୍ତ ସେଲମା, ଏସ ଆଇ ଚଞ୍ଚଳା ତାଣ୍ଡି, ଏଡ୍ ଏଟ୍ ଆକ୍ସନ୍ ବ୍ଲକ୍ ସଂଯୋଜକ ବିନିତା ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ପୋଲିସ ପକ୍ଷରୁ ଆୟୋଜନ କରାଯାଇଥିଲା।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଆର ଜି ଏଚ କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲା ରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମତ୍ରୀଙ୍କୁ ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍ମାରକପତ୍ର ପ୍ରଦାନ

masiha

ଶୈବପୀଠ ମାନଙ୍କରେ ମହା ଶିବରାତ୍ରି ପାଇଁ ପ୍ରବଳ ଶ୍ରଦ୍ଧାଳୁ ମାନଙ୍କ ଭିଡ

masiha

ମଧୁସୂଦନ ପାଠାଗାରରେ ମହର୍ଷି ବାଲ୍ମିକୀ ଓ ରାମାୟଣ ଗାଥା ଆଲୋଚନା ଚକ୍ର 

Sunil Chandra Nayak

Leave a Comment

error: Content is protected !!