ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼ରେ ପ୍ରକାଶ 3.O ର ଶୁଭାରମ୍ଭ
ଜୁନାଗଡ଼,୧୦/୧୦(ମନୀ ସ)ଜୁନାଗଡ଼ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ତପନ ମାଝୀଙ୍କ ସଭାପତିତ୍ବରେ ଏବଂ ଓଷ୍ଟା ଜୁନାଗଡ଼, ଏଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଗଠନ ଓ ଜୁନାଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସଂଗଠନର ସହଭାଗିତାରେ ତା – ୦୯.୧୦.୨୦୨୬ ରିଖ ଶୁକ୍ରବାର ଦିନ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼ ଠାରେ ପ୍ରକାଶ 3.O ର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ହେମସାଗର ମହାନନ୍ଦ ଯୋଗଦାନ କରି ଆଶାୟୀ ଛାତ୍ରଛାତ୍ରୀଙ୍କ ମନରେ ଉଙ୍କୁରିତ ହେଉଥିବା ସେଇ କୋମଳ ପୁଷ୍ପକୁ ପରି ମନର ଆଶକୁ କିପରି ସଠିକ୍ ଦିଗଦର୍ଶନ ମିଳିପାରିବ ତାହା ନିଜ ଅଭିଭାଷଣରେ ସମ୍ୟକ୍ ଭାବରେ ବୁଝାଇଥିଲେ । ଆୟୋଜକ ପ୍ରଧାନଶିକ୍ଷକ ଶ୍ରୀ ନେପାଳ ଚନ୍ଦ୍ର ବାଗ ଛାତ୍ରଛାତ୍ରୀମାନଙ୍କୁ ଏକ ଉତ୍ତମ ଛାତ୍ର ଜୀବନ ଓ ସେଥିରେ ଅଭିଭାବକଙ୍କ ଭୂମିକା କିପରି ତାହା ସଫଳତାର ପାଦଦେଶକୁ ନେଇଯାଇପାରେ ତାହା ନିଜ ପ୍ରେରଣାଦାୟୀ ଅଭିଭାଷଣରେ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥିଭାବରେ ଜୁନାଗଡ଼ ବ୍ଲକ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସଂଗଠନର ସମ୍ପାଦକ ତଥା କୁଳିହାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ପାଢ଼ୀ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗଦର୍ଶନ ପଥର ଏକ ବିସ୍ତୃତ ମାନଚିତ୍ର ପ୍ରଦାନ କରିଥିଲେ ଓ ସୁଶାନ୍ତ ପଣ୍ଡା ପ୍ରାଥମିକ ଶିକ୍ଷକ ସଂଗଠନ ସମ୍ପାଦକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଛାଇତ କରିଥିଲେ..ଜିଲ୍ଲାରୁ ପ୍ରଶିକ୍ଷକ ଭାବରେ ଶ୍ୟାମ ପଣ୍ଡା ଓ ପ୍ରଜ୍ଞା ଶତପଥୀ ଯୋଗଦାନ କରିଥିଲେ,ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ହାଷ୍ଟ (HAST) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା 41ଜଣ ଛାତ୍ରଛାତ୍ରୀ ଏବଂ ତାଙ୍କ ପିତାମାତା ମଧ୍ୟ ଏହି ଏକ ଦିବସୀୟ ଆଶାୟୀ ଶିବିରରେ ଯୋଗଦାନ କରିଥିଲେ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୬ (AHSC -୨୦୨୬) ରେ ସଫଳତା ପାଇ କଳାହାଣ୍ଡି ଜିଲ୍ଲା ପାଇ ଗୌରବ ଆଣିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ଭିଡିଓ ଉପସ୍ଥାପନ କରାଯାଇଥିଲା ତତ୍ସହିତ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ *ମାଣିକ୍ୟ ପ୍ରଭା* ପିପିଟି ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ସ୍ରୋତ ପ୍ରଦାନ କରିବାରେ ସଫଳ ହୋଇଥିଲା । ସମସ୍ତଙ୍କର ଉପସ୍ଥିତିରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ନିଆ ଯାଇ ସେମାନଙ୍କର ସାମୂହିକ ବିକାଶ ଦାୟିତ୍ୱ ଏହି ବ୍ଲକ ର 24ଶିକ୍ଷକଙ୍କୁ ଆରପି ଓ ପ୍ରଶାନ୍ତ ନନ୍ଦ ଓ ଗାୟତ୍ରୀ କରୁଅଁ ଙ୍କୁ ପ୍ରକାଶ 3.0 ର ସଂଯୋଜକ ଦାଇତ୍ୱ ପ୍ରଦାନ କରାଯାଇଥିଲା l ଛାତ୍ରଛତ୍ରୀମାନଙ୍କୁ ଏକ ଆତ୍ମବିଶ୍ୱାସ, ଦୃଢ଼ ପ୍ରତିଜ୍ଞାବୋଧ ଓ କର୍ମନିଷ୍ଠା କରି ଆଗାମୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୭ ସଫଳତା ମିଳିପାରିବ ତାହା ସଂକଳ୍ପ ନିଆଯାଇଛି ।ନୋଡାଲ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଭୁ ପଣ୍ଡା ସହଯୋଗ କରିଥିଲେ /ଶେଷରେ ଜୁନାଗଡ଼ ବ୍ଲକ ଓଷ୍ଟା ସଭାପତି ତଥା ଖଗେଶ୍ୱର ମେହେର ଉଚ୍ଚ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ନାଏକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

