ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୧୪୯ ତମ ଜୟନ୍ତୀ ଓ ସେବା ସଂସ୍ଥାର ୧୮ତମ ବାର୍ଷିକୋତ୍ସବ

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୧୪୯ ତମ ଜୟନ୍ତୀ ଓ ସେବା ସଂସ୍ଥାର ୧୮ତମ ବାର୍ଷିକୋତ୍ସବ

ଜୁନାଗଡ଼, ୧୦/୧୦ (ମନୀସ ) ଜୁନାଗଡ ସ୍ଥିତ ସହିଦ ରେଣ୍ଡୋ ମାଝୀ ସଂସ୍କୃତି ଭବନଠାରେ ଉତ୍କଳ ମଣି ସେବା ସଂସ୍ଥା ପକ୍ଷରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଓ ଅନୁଷ୍ଠାନର ୧୮ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କବିତା ପାଠ, ନୃତ୍ୟ ପ୍ରତିଯୋଗିତା, ଓଡ଼ିଶୀ ନୃତ୍ୟ ପରିବେଷଣ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା।ପ୍ରଥମ ଅଧିବେଶନରେ ଭାଗିରଥୀ ସାଗରଙ୍କ ସଂଯୋଜନାରେ ୫୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ୧୧ ଜଣ ଶିଶୁ କଳାକାରଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଏଥିରେ କୈଳାଶ ରାଉତ ଓ ମାନସ ସେଠୀ ବିଚାରକ ଥିଲେ। ପରେ କଳା ବିକାଶ କେନ୍ଦ୍ରର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ପ୍ରକୃତି ବନ୍ଧୁ ରମେଶ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମାରକୀ ସଭାରେ ମୁଖ୍ୟ ଅତିଥି ଭାବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ମେଜର ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ସ୍ୱର୍ଣ୍ଣ ଦାସ ଓ ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଯୋଗଦେଇଥିଲେ। ମୁଖ୍ୟ ବକ୍ତା ତପନ କୁମାର ରଥ ଏବଂ ସମ୍ମାନିତ ବକ୍ତା ଡୋଳାମଣି ଧରୁଆ ଓ ବଙ୍କିମ ମୁଣ୍ଡ ଗୋପବନ୍ଧୁଙ୍କ ଆଦର୍ଶ, ତ୍ୟାଗ ଓ ଜୀବନଦର୍ଶନ ସମ୍ପର୍କରେ ମତ ରଖିଥିଲେ।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୭୦ ଜଣ ଛାତ୍ରଛାତ୍ରୀ ଓ ଟପରଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସମ୍ପାଦକ ଅଜୟ ଦାସ ବିବରଣୀ ପାଠ କରିଥିବା ବେଳେ କୈଳାଶ ରାଉତ ଉଦ୍ଦେଶ୍ୟ ଜ୍ଞାପନ, ବ୍ରଜ କିଶୋର ମିଶ୍ର ମଞ୍ଚ ପରିଚାଳନା ଓ ଅଧ୍ୟାପକ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍ଥାର ସଭାପତି ଦାମୋଦର ବେହେରା ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ତଦାରଖ କମିଟି ବୈଠକ ଅନୁଷ୍ଠିତ

୧- ବର୍ଷକ ଆୟ ଅପେକ୍ଷାରେ ମୃର୍ତ୍ତି କାରିଗର, ମିଳୁନି ପ୍ରୋତ୍ସାହନ ବୁଡୁଛି ବୃତ୍ତି , ୨- ପାଳ ବାଇଗଣକୁ ମିଳିବ ଜିଆଇ ଟ୍ୟାଗ , ୩- ରାସୋଳ ସରସ୍ବତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ , ୪- ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ରକ୍ଷା ବନ୍ଧନ ଓ ଗୋପୂଜନ , ୫- ସଂସ୍କାର ପବ୍ଲିକ୍ ସ୍କୁଲରେ ‘ନିଶାମୁକ୍ତ ଭାରତ’ ଅଭିଯାନ,୬- ବ୍ରଦର୍ସ ପ୍ରଡ଼କ୍ସନ ର ତୃତୀୟ ଅବଦାନ ‘ଶେଷ ରାକ୍ଷୀ’ ୟୁଟ୍ୟୁବ ଭିଡ଼ିଓ ଲୋକାର୍ପିତ , ୭- ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ , ୮- ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Sunil Chandra Nayak

ଶିଳାନ୍ୟାସ ନାମ ଫଳକ ରେ ଗୁରୁ ଚଣ୍ଡାଳ ତ୍ରୁଟି, କୋଷାଗୁମୁଡା ବ୍ଲକ ଅଧକ୍ଷା ଓ ଉପାଧ୍ୟକ୍ଷ ଙ୍କ ନାମ ବଦଳ ରେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ଉପାଧ୍ୟକ୍ଷ ଙ୍କ ନାମ

masiha

Leave a Comment

error: Content is protected !!