ହନୁମାନ ବାଟିକାରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ସାମୂହିକ ମହାଳୟା ଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ସମ୍ପନ୍ନ
ରାଉରକେଲା:ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା, ପ୍ରେମ, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିବା ଭାରତୀୟ ସନାତନ ସଂସ୍କୃତିର ଏକ ମହାନ ପରମ୍ପରା। ଶ୍ରାଦ୍ଧ’ ଶବ୍ଦର ମୂଳରେ ରହିଛି ‘ଶ୍ରଦ୍ଧା,ଅର୍ଥାତ୍ ନିଷ୍ଠା, ପ୍ରେମ, ଭକ୍ତି ଓ କୃତଜ୍ଞତାର ଭାବ। ଏହି ପବିତ୍ର ଭାବନାକୁ ଆଧାର କରି ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣାରେ ପରିଚାଳିତ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ପକ୍ଷରୁ ଆଜି ହନୁମାନ ବାଟିକାଠାରେ ସାମୂହିକ ମହାଳୟା ଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଯାଇଛି।
ଏହି ପବିତ୍ର କାର୍ଯ୍ୟକ୍ରମରେ ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ ଜଣ ଶ୍ରଦ୍ଧାଳୁ ଯୋଗଦେଇ ନିଜ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାପୂର୍ବକ ଶ୍ରାଦ୍ଧ ଓ ପିତୃ ତର୍ପଣ ଅର୍ପଣ କରିଥିଲେ। ସାମୂହିକ ଭାବେ ଆୟୋଜିତ ଏହି ଧାର୍ମିକ ଅନୁଷ୍ଠାନ ଶ୍ରଦ୍ଧା, ଭକ୍ତି, କୃତଜ୍ଞତା ଓ ସନାତନ ସଂସ୍କୃତି ପ୍ରତି ସମ୍ମାନର ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମ ସଂଯୋଜକ ସମୀର ପଟ୍ଟନାୟକ, ବିଶ୍ୱଜିତ ସରକାର, ପ୍ରୀତି ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନ ତଥା ଏହି କାର୍ଯ୍ୟକ୍ରମରେ ଜୟଶଙ୍କର ଗୌଡ଼, ବିଶ୍ୱମ୍ଭର ମହାନ୍ତି, ରଞ୍ଜିତା ଗୁପ୍ତା, ବିଷ୍ଣୁ ପ୍ରଧାନ, ସୁନୀତା ସାହୁ, ଜ୍ୟୋତି ସାହୁ,ପର୍ଶୁରାମ ବଡ଼ାଇକ,ମନୋଜ ସାହୁ, ମଧୁ ବର୍ମା, ଶିବ ବିଶ୍ୱକର୍ମା, ବଳରାମ ପ୍ରଧାନ, ଗୋପାଳ ପ୍ରଧାନ, ଗୀତା ମହାନନ୍ଦିଆ, ଅନୀତା ମାଝୀ, ଶିବଶଙ୍କର ମାଝୀ ଓ ଅର୍ପିତା ପଟ୍ଟନାୟକ ପ୍ରମୁଖ ସକ୍ରୀୟ ଭାବେ ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

