ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିର୍ଲି ଡଙ୍ଗରୀର ହେବ ନବକଳେବର — ବିକଶିତ ହେବ ଭ୍ୟୁ ପଏଣ୍ଟ, ୱାଚ୍‌ ଟାୱାର ଓ ପର୍ଯ୍ୟଟନ ସୁବିଧା ୪.୯୯ କୋଟି ବ୍ୟୟରେ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ

ହିର୍ଲି ଡଙ୍ଗରୀର ହେବ ନବକଳେବର — ବିକଶିତ ହେବ ଭ୍ୟୁ ପଏଣ୍ଟ, ୱାଚ୍‌ ଟାୱାର ଓ ପର୍ଯ୍ୟଟନ ସୁବିଧା

୪.୯୯ କୋଟି ବ୍ୟୟରେ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ

ନବରଙ୍ଗପୁର:(୮ ଅକ୍ଟୋବର)(ରବି ନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହିର୍ଲି ଡଙ୍ଗରୀର ସାମଗ୍ରିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆଜି ପ୍ରସ୍ତାବିତ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଆଜି ସକାଳେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ଏହି ଅବସରରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ କ୍ଷୀରଧର କାନାପନ, ନବରଙ୍ଗପୁର ବିଡିଓ ଶ୍ରୀ ସୁନୀଲ ଖୋରା, ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର କର୍ଣ୍ଣଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।ପ୍ରାୟ ₹୪୯୯.୯୦ ଲକ୍ଷ ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପରେ ହିର୍ଲି ଡଙ୍ଗରୀର ଭ୍ୟୁ ପଏଣ୍ଟ ଓ ୱାଚ୍‌ ଟାୱାରର ନବୀକରଣ, ରାସ୍ତା ପ୍ରଶସ୍ତୀକରଣ, ଅଞ୍ଚଳରେ ଆଲୋକୀକରଣ ଏବଂ ହାଇମାଷ୍ଟ ଲାଇଟ୍‌ ସ୍ଥାପନ, ମୁଖ୍ୟ ପ୍ରବେଶ ଦ୍ୱାର, ସୁରକ୍ଷା କକ୍ଷ ଓ ଟିକେଟ୍‌ କାଉଣ୍ଟର ସହ ପ୍ରବେଶ ଦ୍ୱାର, ଏଣ୍ଟ୍ରାନ୍ସ ପ୍ଲାଜା, ନୂତନ ଆଭ୍ୟନ୍ତରୀଣ ଯାନ ଚଳାଚଳ ରାସ୍ତା, ପାର୍କିଂ ବ୍ୟବସ୍ଥା, ମ୍ୟୁଜିୟମ୍‌, କାଫେ ଓ ଆଉଟ୍‌ଡୋର ଡାଇନିଂ, ଫାଉଣ୍ଟେନ୍‌, ଗେଜେବୋ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କାର୍ଯ୍ୟ କରାଯିବ। ଏହା ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ଯାତାୟାତ, ମନୋରଞ୍ଜନ ଓ ସୁବିଧା ସହିତ ଏକ ଆକର୍ଷଣୀୟ ପର୍ଯ୍ୟଟନ ପରିବେଶ ସୃଷ୍ଟି ହେବ।

ଏଥିସହ ପାହାଡ଼ ପାଦଦେଶକୁ ଯାଉଥିବା ପ୍ରଚଳିତ ସିଢ଼ିର ଉନ୍ନତି, ପ୍ରଚଳିତ ଓ ନୂତନ ୱାଚ୍‌ ଟାୱାର, ଜିମ୍‌ ଓ ଶିଶୁମାନଙ୍କ ପାଇଁ ଖେଳ ପଡ଼ିଆ, ଆଉଟ୍‌ଡୋର ଜିମ୍‌, ନୂତନ ପଥପ୍ରଣାଳୀ, ଶୌଚାଳୟ ବ୍ଲକ୍‌ ଏବଂ ରାସ୍ତା ପାର୍ଶ୍ୱରେ ହେଜ୍‌ ଓ ଶିଳ୍ପକଳା ସ୍ଥାପନ ଭଳି ବିଭିନ୍ନ ସୁବିଧା ଉପଲବ୍ଧ କରାଯିବ।ହିର୍ଲି ଡଙ୍ଗରୀର ଏହି ସମନ୍ୱିତ ବିକାଶ ଦ୍ୱାରା ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସହ ଏହି ଅଞ୍ଚଳକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ଓ ପରିବାର ମନୋରଞ୍ଜନ କେନ୍ଦ୍ର ଭାବେ ବିକଶିତ କରିବାରେ ସହାୟକ ହେବ। ଏହା ସ୍ଥାନୀୟ ଅର୍ଥନୀତିକୁ ଗତି ଦେବା ସହ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିରେ ମଧ୍ୟ ସହାୟକ ହେବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୁନାଗଡ ଥାନା ଘଣ୍ଟବାହାଳୀରେ ଅଜଣା ଗାଡ଼ି ଧକ୍କା, ଯୁବକଙ୍କ ମୃତ୍ୟୁ, ଏ.ଏସ୍.ଆଇ ଙ୍କ ତତ୍ପରତାକୁ ପ୍ରଶଂସା

Sunil Chandra Nayak

ଭବ୍ୟ ଆୟୋଜନ ସହ ଉଦଘାଟିତ ହେଲା କଳା, ସଂସ୍କ୍ରୁତି ଓ ଐତିହ୍ୟର ମହାକୁମ୍ଭ କଳାହାଣ୍ଡି ମହୋତ୍ସବ ‘ଘୁମୁରା’

Sunil Chandra Nayak

ବର୍ଷା ପବନରେ ଘର ଉପରେ ପଡିଲା ଗଛ,ଅଳ୍ପକେ ବର୍ତ୍ତିଲେ ତିନିଜଣ 

Leave a Comment

error: Content is protected !!