ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଏଲନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ

କୋଏଲନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସରସ୍ବତୀ ବିଦ୍ୟାପୀଠର ମିଳିତ ଆନୁକୂଲ୍ୟର ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ସୁମିତ ଡାଙ୍ଗ, ଗୋପବନ୍ଧୁଙ୍କ ଜୀବନୀ ଉପରେ ଏକ ପ୍ରବନ୍ଧ ପାଠ କରି ଅତିଥଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ବରେଣ୍ୟ ମୁଖ୍ୟଅତିଥି ଭାବେ କବି ବ୍ରଜେନ୍ଦ୍ର ଦାଶ ଯୋଗଦେଇ କହିଲେ ଗୋପବନ୍ଧୁ ଦାସଙ୍କୁ ଏକାଧାରାରେ ଜଣେ ସମାଜ ସଂସ୍କାରକ, ସଂଗଠକ, ଶିକ୍ଷାବିତ, ରାଜନେତା,ସାମ୍ବାଦିକ, କବି ଓ ପ୍ରାବନ୍ଧିକ ବୋଲି ମତ ରଖିଥିଲେ I ଆବାହକ ଶ୍ରୀ ମହାପାତ୍ର ଗୋପବନ୍ଧୁଙ୍କୁ ଶତାବ୍ଦୀର ସର୍ବଶ୍ରେଷ୍ଠ ମର୍ଯ୍ୟାଦାବନ୍ତ ଐତିହାସିକ, ସଂଖବାଦକ, ଓଡ଼ିଆ ଭାଷା ଆନ୍ଦୋଳନର ସେନାପତି, ସାଂସ୍କୃତିକ ଓ ସାରସ୍ଵତ ପୁରୁଷ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି କବି ଗୌତମ କୁମାର ଦାସ କହିଲେ, ଗୋପବନ୍ଧୁଙ୍କ ଜୀବନାଦର୍ଶ ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାମଲ ତାଙ୍କ ସଭାପତୀୟ ଅଭିଭାଷଣରେ ଗୋପବନ୍ଧୁ କୋଟି କୋଟି ଜନତାର ଆଶା ଆକାଂକ୍ଷା ଓ ପ୍ରେରଣାର ଉତ୍ସ ଥିଲେ ବୋଲି ମନ୍ତବ୍ୟ ଦେଇଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସବିତା ପୁଜାରୀ, ସରୋଜ କୁମାର ଲେଙ୍କା, ବିନୋଦକୁମାର ତିର୍କି ପ୍ରମୁଖ ସହଯୋଗ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଳପୁଆରେ ପୁଣି କୁମ୍ଭୀର ଆକ୍ରମଣ  ନଦୀକୁଳକୁ ବାସନ ମାଜିବାକୁ ଯାଇ ମହିଳା ନିଖୋଜ ଧୋୟାଞ୍ଚଳରେ ଆତଙ୍କ, ତଲାସୀ ଜାରି

masiha

କୋରାପୁଟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା 

masiha

ଆମ ପୁଲିସ ର ବୈଠକ

Leave a Comment

error: Content is protected !!