ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପେଟ୍ରୋଲ ୯ ଟଙ୍କା ୫୦ ଓ ଡିଜେଲ ୭ ଟଙ୍କା କମିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କ ସୂଚନା

ବର୍ଦ୍ଧିତ ଦର ଦାମକୁ ନେଇ ଚାରିଆଡ଼ୁ ସମାଲୋଚିତ ହେବା ପରେ ତୈଳ ଦାମ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ହେବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇବାକୁ ନିଷ୍ପତ୍ତି ନେଇଥିବାରୁ ତୈଳ ଦର ହ୍ରାସ ପାଇବ।

ପେଟ୍ରୋଲ ଉପରୁ ଉତ୍ପାଦନ ଶୁଳ୍କ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମାଇବାକୁ ନିଷ୍ପତ୍ତି ହୋଇଛି। ଏଥିଯୋଗୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବ। ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ହ୍ରାସ ପାଇବାକୁ ଯାଉଥିଲେ ମଧ୍ୟ ଏବେ ବି ବିଭିନ୍ନ ସହରରେ ଏହାର ୧୦୦ ଉପରେ ରହିବ। କାରଣ ଏବେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ଉପରେ ରହିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

Sunil Chandra Nayak

କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ରେ ଜାତୀୟ ଟୀକାକରଣ ଦିବସ ପାଳନ

Sunil Chandra Nayak

ମିନତି ଦାଶ ଙ୍କ କବିତା ଏକାନ୍ତ ଆକାଶର ଜହ୍ନ

Sunil Chandra Nayak

Leave a Comment

error: Content is protected !!