ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁଣ୍ଡୁରୁକଣା ଗାଁରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କୁ ନେଇ ଏକ ବର୍ଷ ୩ ମାସ ଧରି ତାଲା, ପୁଷ୍ଟିକର ଖାଦ୍ୟ ରୁ ବଞ୍ଚିତ ଶିଶୁ 

ଲୁଣ୍ଡୁରୁକଣା ଗାଁରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କୁ ନେଇ ଏକ ବର୍ଷ ୩ ମାସ ଧରି ତାଲା, ପୁଷ୍ଟିକର ଖାଦ୍ୟ ରୁ ବଞ୍ଚିତ ଶିଶୁ 

ବନ୍ଧୁଗାଁ ତା ୧୩/୧୦ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଲୁଣ୍ଡୁରୁକଣା ଗ୍ରାମର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କୁ ନେଇ ଏକ ବର୍ଷ ୩ ମାସ ହେବ ଗ୍ରାମବାସୀ ତାଲା ପକାଇ ଦେଇ ଥିବାରୁ ପୁଷ୍ଟିକର ଖାଦ୍ୟ ଖାଇବା ରୁ ବଞ୍ଚିତ ଶିଶୁ ଓ ଗର୍ଭବତୀ,ପ୍ରସୁତୀ ମହିଲା ସରକାରଙ୍କ ତରଫରୁ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କୁ ନେଇ ଯେଉଁ ସବୁ ମାର୍ଗଦର୍ଶିକା ରହିଥିଲା ତଦନୁଯାୟୀ ସେହି ଗାଁ ରୁ ୩ ଜଣ ମହିଳା ଅଙ୍ଗନୱାଡ଼ି ପଦବୀ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ମାଳନ୍ତି ମିଣିଆକା ଡିଗ୍ରୀ ସହିତ କମ୍ପ୍ୟୁଟର ଶିକ୍ଷାଗତ ଯୋଗ୍ୟତା ଥିବାରୁ ଜୁଲାଇ ୨୦୨୫ ରେ ଅଙ୍ଗନୱାଡ଼ି ଭାବେ ନିଯୁକ୍ତି ପାଇଥିଲେ । ଅଙ୍ଗନୱାଡ଼ି କର୍ମୀ ମାଳନ୍ତି ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେବାକୁ ଦ୍ୱିତୀୟ ଦିନ କେନ୍ଦ୍ରକୁ ଯିବା ଦିନରୁ ଚାକିରି ପାଇଁ ଆବେଦନ କରିଥିବା ଦୁଇ ଜଣଙ୍କୁ ଚାକିରି ପାଇ ନ ଥିବା କୁ କେନ୍ଦ୍ର କରି ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଚାବି ପକାଇ ଦେଇ ଥିଲେ। ସେହି ଦିନରୁ ଆଜି ପର୍ଯ୍ୟନ୍ତ ଏକ ବର୍ଷ ୩ ମାସ ମଧ୍ୟରେ ମାଳନ୍ତି ମିଣିଆକା ଦୁଇ ଥର ବଣ୍ଟନ ଚୂନା ସହ ଅନ୍ୟାନ୍ୟ ସାମଗ୍ରୀ ପାଇ ଥିବାରୁ ଅଙ୍ଗନୱାଡ଼ି ହେଲ୍ପର ଓ ଆଶା କର୍ମୀ ନେଇ ବଣ୍ଟନ କରିଥିଲେ। ପ୍ରି ସ୍କୁଲ ମଧ୍ୟ ବନ୍ଦ ରହିଛି। ଆଜି ପର୍ଯ୍ୟନ୍ତ ସି ଡି ପି ଓ କାର୍ଯ୍ୟାଳୟ ତରଫରୁ ଅଙ୍ଗନୱାଡ଼ି କର୍ମୀ ଙ୍କୁ ଜଏଣ୍ଟ ପାସ ବୁକ , ଖାତା ପତ୍ର ଓ ଚାବି ହସ୍ତାନ୍ତର ନ କରି ୱାର୍ଡ ମେମ୍ବର ପୁରୀ ପିଡିକାଙ୍କୁ ଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଗାଁ ରେ ଅଙ୍ଗନୱାଡ଼ି କର୍ମୀ ଙ୍କ ପରିବାର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବାରୁ ଆଜକୁ ୧୬ ରୁ ୧୭ ବର୍ଷ ଧରି ଗାଁର ପରମ୍ପରା ଅନୁଯାୟୀ ପୂଜା,ପର୍ବପର୍ବାଣି ଅନ୍ୟାନ୍ୟ କାର୍ଯ୍ୟରେ କେବେ ମଧ୍ୟ ଚାନ୍ଦା ଦେଇ ନାହାନ୍ତି। ପୁଣି ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇବା ଠାରୁ ଅଙ୍ଗନୱାଡ଼ି କର୍ମୀ ଜଣେ ମଧ୍ୟ ଗର୍ଭବତୀ ମହିଳା ଙ୍କୁ ମମତା ସହାୟତା, ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ନ ଥିବା, ପିଲାଙ୍କୁ ରନ୍ଧା ଖାଦ୍ୟ ଦେଉ ନ ଥିବା ଅଭିଯୋଗ ରହିଛି। ଏଥି ପାଇଁ ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ କରି ନୂତନ ଅଙ୍ଗନୱାଡ଼ି କର୍ମୀ ଙ୍କୁ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଅଙ୍ଗନୱାଡ଼ି କର୍ମୀ ଏହି ସମସ୍ୟାକୁ ନେଇ ସି ଡି ପି ଓ ଗୀତାଞ୍ଜଳି ମହାରଣା ଙ୍କୁ ଅବଗତ କରିଥିଲେ ମଧ୍ୟ ସେ ଯାଇ କେନ୍ଦ୍ର ଖୋଲି କର୍ମୀଙ୍କୁ ଗାଁ ଲୋକଙ୍କ ଦାବୀକୁ ନେଇ ସମାଧାନ କରିବାକୁ କହି ନିରବ ରହିଛନ୍ତି। ପୁଣି ଅଙ୍ଗନୱାଡ଼ି କର୍ମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରି ନାହିଁ।ଅଙ୍ଗନୱାଡ଼ି କର୍ମୀ ଙ୍କ ଏକ ବର୍ଷ ୩ ମାସ ମଧ୍ୟରେ ଚଳିତ ବର୍ଷ ମାତ୍ର ଦୁଇ ମାସର ଦରମା ପାଇଛନ୍ତି। ଆଜି ପର୍ଯ୍ୟନ୍ତ ଗ୍ରାମରେ ୯ ଜଣ ଗର୍ଭବତୀ, ତିନି ଜଣ ପ୍ରସୂତି,୬ ରୁ ୩ ବର୍ଷ ର ୩ ଜଣ ଶିଶୁ ଓ ପ୍ରି ସ୍କୁଲ ର ୧୬ ଜଣ ଶିଶୁ ରହିଛନ୍ତି। ବ୍ଲକ ପ୍ରଶାସନ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁ ନ ଥିବାରୁ ନିରୀହ ଶିଶୁ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗର୍ଭବତୀ, ପ୍ରସୂତି ମହିଳା ମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଗ୍ରାମର ସଞ୍ଜୟ ମାଣ୍ଡିଙ୍ଗି, ଜାପାନା ମାଣ୍ଡିଙ୍ଗି, ହରି ପିଡିକା, ବାରିକା ପ୍ରାସକା, ଅନମା ମାଣ୍ଡିଙ୍ଗି ଦେୟା କାଡ୍ରାକା, ପୁରୀ ପିଡିକା ୱାର୍ଡ ମେମ୍ବର), ଓ ସୁବା ମାଣ୍ଡିଙ୍ଗି ପ୍ରମୁଖ ଉପସ୍ଥିତ ରହି ଥିଲେ। 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଶ୍ରଦ୍ଧା ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

Sunil Chandra Nayak

ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ 

Sunil Chandra Nayak

ଭାଇଙ୍କୁ ରାଖୀ ବାନ୍ଧିବା ପାଇଁ ଗାଡି ଚଳା ଚଳ ବନ୍ଦ ପରେ ବି ଘରେ ପହଁଞ୍ଚି ବାନ୍ଧିଲେ ରାଖୀ

Sunil Chandra Nayak

Leave a Comment

error: Content is protected !!