ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କୁଞ୍ଜକାନ୍ତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ଚତୁର୍ଥ ଦିବସରେ କୁଷ୍ମଣ୍ଡା ଦେବୀ ବେଶରେ ଦର୍ଶନ ଦେଲେ ମା’ , ୨- ଆକର୍ଷଣୀୟ ଅଫର୍ ନେଇ ଆସିଛି ଜେଇଲୋ ଇଭି ସୋରୁମ୍, ଗାଡ଼ି କିଣିଲେ ମିଳିବ ୫ ହଜାର ଟଙ୍କା ରିହାତି ସହ ଆକର୍ଷଣୀୟ ଉପହାର!

କୁଞ୍ଜକାନ୍ତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ଚତୁର୍ଥ ଦିବସରେ କୁଷ୍ମଣ୍ଡା ଦେବୀ ବେଶରେ ଦର୍ଶନ ଦେଲେ ମା’

ଢେଙ୍କାନାଳ: ଢେଙ୍କାନାଳର କୁଞ୍ଜକାନ୍ତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ମହାସମାରୋହରେ ପାଳିତ ହେଉଛି। ନବରାତ୍ର ପୂଜାର ଚତୁର୍ଥ ଦିବସରେ ମା’ ବନଦୁର୍ଗା କୁଷ୍ମଣ୍ଡା ଦେବୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।

ପ୍ରତିଦିନ ମା’ଙ୍କ ପୀଠରେ ବିଧିବିଧାନ ଅନୁଯାୟୀ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ସହ ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଥିସହ ଚଣ୍ଡୀପାଠ ଓ ସପ୍ତଚଣ୍ଡୀ ଯଜ୍ଞରେ ଆହୁତି ପ୍ରଦାନ କରାଯାଉଛି।

ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ଆଳତି ଅନୁଷ୍ଠିତ ହେଉଥିବାବେଳେ ବିଭିନ୍ନ ପ୍ରକାରର ଭୋଗ ମା’ଙ୍କ ନିକଟରେ ଲାଗି କରାଯାଉଛି। ନବରାତ୍ର ପୂଜାକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରୁଛନ୍ତି।

ଆକର୍ଷଣୀୟ ଅଫର୍ ନେଇ ଆସିଛି ଜେଇଲୋ ଇଭି ସୋରୁମ୍, ଗାଡ଼ି କିଣିଲେ ମିଳିବ ୫ ହଜାର ଟଙ୍କା ରିହାତି ସହ ଆକର୍ଷଣୀୟ ଉପହାର!

ଢେଙ୍କାନାଳ: ଶାରଦୀୟ ଦୁର୍ଗାପୂଜା ଅବସରରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର୍ ନେଇ ଆସିଛି ଢେଙ୍କାନାଳ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ଜେଇଲୋ ଇଭି ସୋରୁମ୍।

ଏହି ବିଶେଷ ଅଫର୍‌ରେ ଯେକୌଣସି ଜେଇଲୋ ଗାଡ଼ି କିଣିଲେ ଗ୍ରାହକମାନେ ପାଇପାରିବେ ନଗଦ ୫ ହଜାର ଟଙ୍କାର ରିହାତି। ଏଥିସହ ଇୟରବଡ୍ସ, ଇଲେକ୍ଟ୍ରିକ୍ ଆଇରନ୍ ଓ ବ୍ଲୁଟୁଥ୍ ସ୍ପିକର୍ ଭଳି ଆକର୍ଷଣୀୟ ଉପହାର ମଧ୍ୟ ମିଳିବ।

ସେହିପରି ଜେଇଲୋ ଇଭା ଇ-ମଡେଲ୍ କିଣିଲେ ଗ୍ରାହକଙ୍କୁ ମିଳିବ ୱାଶିଂ ମେସିନ୍ ସମ୍ପୂର୍ଣ୍ଣ ମାଗଣା। ତେଣୁ ଏହି ପାର୍ବଣ ଋତୁରେ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଇଚ୍ଛୁକ ଗ୍ରାହକମାନେ ଏହି ଆକର୍ଷଣୀୟ ଅଫର୍‌ର ସୁଯୋଗ ନେଇପାରିବେ।

ଅଧିକ ସୂଚନା ଓ ଯୋଗାଯୋଗ ପାଇଁ ଫୋନ୍ କରନ୍ତୁ ୭୮୭୯୫୫୦୦୧୨ ନମ୍ବରରେ।

ଜେଇଲୋ ଇଭି ସୋରୁମ୍, ଦକ୍ଷିଣକାଳୀ ରୋଡ୍, ଢେଙ୍କାନାଳ — ଏହି ଦୁର୍ଗାପୂଜାରେ ଆକର୍ଷଣୀୟ ଅଫର୍ ସହ ନିଜର ପସନ୍ଦର ଗାଡ଼ି ଘରକୁ ନିଅନ୍ତୁ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ପ୍ରେସ୍ ୟୁନିୟନ୍ ରାୟଗଡା ଡିଷ୍ଟ୍ରିକ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଅତୁନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା , “ପାନୀୟଜଳ ସମସ୍ୟା ତୂରିତ ସମାଧାନ ଉପରେ ଗୁରୁତ୍ୱ “

ବିପିୟୁଟି ପୁଣି ରଚିଲା ଇତିହାସ : ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପ୍ରକାଶ କଲା ପରୀକ୍ଷା ଫଳ

Sunil Chandra Nayak

Leave a Comment

error: Content is protected !!