ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ବ୍ଲକ: ୩୦ ରୁ ଉର୍ଦ୍ଧ୍ବ ଗାଁକୁ ରାସ୍ତାଘାଟ ଅଭାବ, ରାସ୍ତାଘାଟ ନିର୍ମାଣ ଦିଗରେ ବିଭାଗୀୟ ଅଧିକାରୀଙ୍କର ତତ୍ପରତା

ଥୁଆମୁଳ ରାମପୁର ବ୍ଲକ: ୩୦ ରୁ ଉର୍ଦ୍ଧ୍ବ ଗାଁକୁ ରାସ୍ତାଘାଟ ଅଭାବ, ରାସ୍ତାଘାଟ ନିର୍ମାଣ ଦିଗରେ ବିଭାଗୀୟ ଅଧିକାରୀଙ୍କର ତତ୍ପରତା

ଥୁଆମୁଳ ରାମପୁର:୧୪/୧୦ – (ମନିସ):- ଅତୀତରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳକୁ ରାସ୍ତାଘାଟ ଅଭାବ ରହିଥିଲା ବୋଲି ଲୋକମାନେ ଅନେକ ସମୟରେ ବିଭିନ୍ନ ସମୟ ରାସ୍ତାଘାଟ ଅଭାବ ଜନିତ ଅସୁବିଧା ଭୋଗୁଥିଲେ। ବର୍ତ୍ତମାନ ଆଉ ସେହିଭଳି ଅସୁବିଧା ଥୁଆମୁଳ ରାମପୁର ବ୍ଳକ ଆଉ ନାହିଁ, ବିକାଶ କ୍ଷେତ୍ରରେ ଥୁଆମୁଳ ରାମପୁର ବ୍ଳକ ଆଗକୁ ବଢ଼ିବାରେ ଲାଗିଛି, କିନ୍ତୁ ସରକାରଙ୍କ ମାଳମାଳ ଯୋଜନା ଆସୁଛି ତଥାପି ଯୋଜନାର ସୁବିନିଯୋଗ କରିବା ପାଇଁ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକ ଚାହୁଁନଥିବା ଯୋଗୁଁ ବ୍ଳକର ବିକାଶ କ୍ଷେତ୍ରରେ ବାଧାସୃଷ୍ଟି ହେଉଥିବା ମନେହୁଏ। ତଥାପି କିଛି ଅଞ୍ଚଳକୁ ପ୍ରଶାସନର ହସ୍ତକ୍ଷେପ କରିବା ଯୋଗୁଁ କିଛି ଅଞ୍ଚଳ ବିକାଶ କ୍ଷେତ୍ରରେ ଆଗେଇଛି। ଥୁଆମୁଳ ରାମପୁର ବ୍ଳକରେ ୩୦ଟି ଗ୍ରାମକୁ ରାସ୍ତାଘାଟ ଅଭାବ ରହିବା ଘଟଣାକୁ ନେଇ “ମସିହା” ଖବରକାଗଜରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନଙ୍କ ତତ୍ପରତା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ରାସ୍ତାଘାଟ ଆଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନଙ୍କ ମିଳିତ ଉଦ୍ୟମରେ ସିକେରଗୁଡା, ଡୁରବେଲ ଗୁଡା ଠାରୁ କେଲୁଆ ଗ୍ରାମକୁ ଏକ ମାଟି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ଦିନଥିଲା ଯେଉଁ କେଲୁଆ ଗାଁକୁ ଯିବା ପାଇଁ କୌଣସି ରାସ୍ତାଘାଟ ନଥିବା ବେଳେ ପାହାଡିଆ ଘାଟିରେ ଏକ ବାଟଚଲା ରାସ୍ତାରେ ଗ୍ରାମବାସୀମାନେ ବିଭିନ୍ନ ସମୟରେ ନାନା ଅସୁବିଧା ଚଳାଚଳ କରୁଥିଲେ, କିନ୍ତୁ ଆଜିର ଦିନରେ ତାହା ଆଉ ନାହିଁ ସିଧାସଳଖ କେଲୁଆ ଗ୍ରାମକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଉଦ୍ୟମରେ ମାଟି ରାସ୍ତା ନିର୍ମାଣ ହୋଇଯାଇଛି। କିନ୍ତୁ ସିଲେଟ୍ ଗ୍ରାମପଞ୍ଚାୟତ ମୁଖ୍ଯାଳୟ ଠାରୁ କେଲୁଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ନାଗାବଳୀ ନଦୀ ପଥ ଓଗାଳୁଛି ବର୍ଷା ଦିନରେ ଏହି ନଦୀ ସମସ୍ୟା ଓ ବାଧା ସୃଷ୍ଟି କରୁଥିବା ଯୋଗୁଁ ଲୋକମାନେ ଅସୁବିଧା ଭୋଗୁଛନ୍ତି। ଏହାର ସମାଧାନ ମଧ୍ୟ ହେବା ସମ୍ଭାବନା ରହିଛି ନଦୀ ଉପରେ ଏକ ପୋଲ ନିର୍ମାଣ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ସୂଚନାରୁ ଜଣାପଡିଛି। ଏଗଲା ପୋଲ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ସିକେରଗୁଡା, ଦୁରବଲଗୁଡା, ଓ ଝାଞ୍ଜି ଦେଇ ଯେଉଁ କେଲୁଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ଶୀଘ୍ର ହେବାକୁ ଥିବା ବିଷୟ ଜଣାପଡିଛି। ବର୍ତ୍ତମାନ ୨୮ ଟି ଗ୍ରାମକୁ ରାସ୍ତାଘାଟ ଅଭାବ ରହିଛି, ସେହି ଗ୍ରାମ ଗୁଡିକ ହେଉଛି ପିଣ୍ତାପଦର ଠାରୁ ପୋଡାପାଇ, କେରପାଇ ରୁ କୁଟ୍ରୃମାଳି, ସର୍ଗିପଦର ରୁ ମୁର୍ଲିମୁଈ, ନାକରୁଣ୍ତି ରୁ ଭିତରସୁଇଁଙ୍ଗ, କିଆପଦର ଠାରୁ ଗୌଡପଦର, ଡାଲିମଗୁଡା, ବିଜାପଡା ରୁ ଲୋହରାଗୁଡା, ଡେଙ୍ଗଫାରର୍ସି ରୁ ଲାଠିଆଗୁଡା, ସିନ୍ଧିପଦର ରୁ କାଞ୍ଜିଗୁଡା, ସମାପଲା ରୁ କନ୍ଦାଗୁଡା, କନ୍ଦାଗୁଡ ଠାରୁ କେନ୍ଦୁଗୁଡ, ବାର୍ଷୀକୋଣା ଠାରୁ ବିରାଗୁଡା, କର୍ଲାକୋଟ ରୁ ତୁମୁଣିଖୋଲ, ପିଣ୍ତାପଦର ଠାରୁ ବାଇଗଣ ଗୁଡା, ସୁକସାନ ରୁ ଘୁମର, ସୂର୍ଯ୍ୟଗଡ ଠାରୁ ଦୁରମୁର୍ଷି, ଖମାରପଦର ରୁ ଚିକେନଖର୍କା, ସେହିଭଳି ଜଳଭଣ୍ଡାର ଘେରରେ ଥିବା ପୋଡାପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଗ୍ରାମ ଗୁଡିକ ମଧ୍ୟରେ ରାସ୍ତାଘାଟ ଅଭାବ ସେହି ଗାଁଗୁଡକ ହେଉଛି ଲିଟିମସ୍କା, କାରବାଡି, ଉପର ଗଞ୍ଜମାଳି, ଭ୍ରୃସୁଳୀ, ଉପରଟେମରା, ତଲପୁଙ୍ଗା, ଘୁଟ୍ରୃଖାଲ, ଝିରିଗାଁ, ସରାଫାସ, ତଳଗୁଞ୍ଜମାଳି, ମୁନୁଷପଦର ଗ୍ରାମଗୁଡିକ ଭଳି ଗାଁକୁ ରାସ୍ତାଘାଟ ଅଭାବ ରହିଛି ଏହି ଗାଁ ମାନଙ୍କୁ ସଂଯୋଗ କରିବା ପାଇଁ ଯଥା ଶିଘ୍ର ରାସ୍ତାଘାଟ ନିର୍ମାଣ କରାଯାଉ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ଅନୁଷ୍ଠିତ

masiha

ସାରା ପୃଥିବୀର ଏକ ଆହ୍ୱାନ , ପ୍ରେମ ଓ ଶ୍ରଦ୍ଧାର ଉତ୍ସବ ବଡଦିନ

Sunil Chandra Nayak

ସମ୍ବିଧାନ ଦିବସ ପାଳନ ପାଇଁ ଆଲୋଚନା ଚକ୍ର 

masiha

Leave a Comment

error: Content is protected !!