ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଳା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ସହାୟତା ରେ ବିଭିନ୍ନ ବ୍ଳକରୁ ୧୧୮ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଗଲେ

ଭବାନୀପାଟଣା:୧୭/୦୧ – ବିଭିନ୍ନ ବ୍ଳକ କଳାହାଣ୍ଡି ଜିଲ୍ଲାର ୧୧୮ ଜଣ ବରିଷ୍ଠ ନାଗରିକ ୨୦୧୯ – ୨୦ ବର୍ଷ ପାଇଁ ଆଗ୍ରା ମଥୁରା ଏବଂ ବୃନ୍ଦାବନ ତୀର୍ଥଯାତ୍ରା କରିବାପାଇଁ ଯାଉଛନ୍ତି। କୋଭିଡ କାରଣରୁ ଏହା  ସ୍ତଗିତ ରହିଥିଲା। ଏହି ତୀର୍ଥ ଯାତ୍ରା ଆଗ୍ରା , ମଥୁରା ଓ ବୃନ୍ଦାବନ ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ତୀର୍ଥଯାତ୍ରୀ  ଭବାନିପାଟଣା ସ୍ଥିତ ଅମାଲ ଭବନ ଠାରେ ଏକାଠି ହୋଇଥିଲେ। ତୀର୍ଥ ଯାତ୍ରୀ ଙ୍କୁ ସହାୟତା କରିବା ପାଇଁ ଚାରି ଜଣ ଅଫିସର ସାଙ୍ଗରେ ଯାଉଥିବା ଜଣାଯାଇଛି।ଏହା  ଓଡିଶା ସରକାର  ଙ୍କ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ କଳାହାଣ୍ଡିଙ୍କ ଦ୍ବାରା ସମସ୍ତ ବ୍ଯବସ୍ଥା କରାଯାଇଥିଲା। ଆଜି ଅପରାହ୍ନ ଘ,୨.୩୦ ମିନିଟରେ ପ୍ଳାଗ୍ ଅଫ୍ ସମାରୋହ ଅନୁଷ୍ଠିତ ହୋଇଥିଲା ଏଡିଏମ୍ କଳାହାଣ୍ଡି ପ୍ଳାଗ୍ ଅଫ୍ ସମାରୋହରେ ଡିସିଇଓ ଓଆରଏମଏଏସ୍, ଡିପିସି ମିଶନ୍ ଶକ୍ତି, ଜିଲ୍ଲା କ୍ରୀଡା ଅଧିକାରୀ, ଡିଟିଏମ ଓଏସଆରଟିସି ଏବଂ ଆମଲା ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି ଯାତ୍ରା ସମ୍ବଲପୁର ରେଳ ଷ୍ଟେସନରୁ ଆସନ୍ତା କାଲି ଯଥା ତା ୧୮/୦୧/୨୦୨୩ ରିଖ ରୁ ତା ୨୨/୦୧/୨୦୨୩ ରିଖ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି।

ମସିହା ନିଉଜ ସର୍ଭିସ୍ 

Related posts

ନୂଆପଡା ଉପ ନିର୍ବାଚନ ନେଇ ପୋଲିଙ୍ଗ ଦଳକୁ ଅତି ସମ୍ବେଦନଶୀଳ ବୁଥ କୁ ହେଲିକପ୍ଟର ଦ୍ବାରା ଛାଡ଼ିବା ବ୍ୟବସ୍ଥା, ଆଜି ଗୌତମା ଏୟାର ଷ୍ଟ୍ରିପ ରୁ ଗସ୍ତ କାରିବେ

Sunil Chandra Nayak

ସାପଘରା ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷୟତ୍ରୀ ରେ ଚାଲୁଛି ଶିଶୁବାଟିକାରୁ ୫ ମ ଶ୍ରେଣୀ

Sunil Chandra Nayak

ରାଧାକୃଷ୍ଣ କଳlପରିଷଦ ଫୁଟବଲ ଟୁର୍ଣ୍ଣlମେଣ୍ଟ ଉଦଯାପିତ , ମଣ୍ଡଳ କୁ ହରାଇ ଧର୍ମଗଡ ଚାମ୍ପିଅନ

masiha

Leave a Comment

error: Content is protected !!