ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ମୋଟେର ଚାରବାହାଲ ରାସ୍ତାର ଅମୂଲ୍ୟ ସିଡ୍ସ ନିକଟରେ ବୁଧବାର ସନ୍ଧ୍ୟାରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ସୂଚନା ଅନୁଯାୟୀ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ପରେ ଉଭୟ ଆରୋହୀ ରାସ୍ତା ଉପରେ ପଡ଼ି ଗୁରୁତର ହୋଇଥିଲେ।ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ଦେଖି ସେହି ସମୟରେ ଭବାନୀପାଟଣା ଯାଉଥିବା ବିଜେପି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରିନାଥ ଶବର ଓ ଆମପାଣି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ଗୁରୁତର ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ଡାକ୍ତରଖାନା ପଠାଇଥିଲେ। ତେବେ ଦୁର୍ଘଟଣା ରେ ଗୁରୁତର ଚାରବାହାଲ ଗ୍ରାମ ର ଭୀମ ସାହୁ ଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ଜଣେ ଗୁରୁତର ଯୁବକ ଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି। ତେବେ ଯୁବକ ଙ୍କ ପରିଚୟ ମିଳିନାହିଁ।ଘଟଣାସ୍ଥଳରେ କୋକସରା ଥାନା ମୋଟେର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ କୁ ଜବତ କରିଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ସାଇକେଲରେ ବୁଲି ପ୍ରଦୂଷଣ ମୁକ୍ତ ଭାରତ ଗଠନ ନେଇ ବାର୍ତା ଦେଉଛନ୍ତି ରାମ ପ୍ରସାଦ

ବାଲିପଦର କଲେଜରେ ନିର୍ବାଚନ ସଚେତନତା ଶିବିର

Sunil Chandra Nayak

ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟବହାର କରିବା ନିମନ୍ତେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!