ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ବଡ଼ଦାଣ୍ଡ ରଥ ତା ଉପରେ ଛତା

    ଚାହିଁ ଦେଲେ ତା ମୁହଁକୁ

ରଥରେ ବସିଛି ଦାରୁର ଦେବତା

    ଦର୍ଶନ ଭକ୍ତ ଜନକୁ।

ଜନ ମନ ଧରି ଆଣ ଭକ୍ତ ବନ୍ଧୁ

    ଦୟାବାନ କୃପାସିନ୍ଧୁ

ତୋ ଶଂଖ ଧ୍ବନି ରେ ଭକ୍ତ ହୁଏ ମୁଗ୍ଧ

     ଭକ୍ତ ପାଇଁ ଦୁଃଖୀ ବନ୍ଧୁ।

ତୁମକୁ ଦର୍ଶନ ଦେଖା ଦେଲା ପରେ

       ଅନ୍ତର ବଢୁଛି ଭାବ

ଦିନକୁ ଦିନରେ ଭକ୍ତ ଭାବ ବଢ଼େ

    ତୋ ସ୍ଥାନ ପ୍ରସିଦ୍ଧ ହବ।

ମହାପ୍ରସାଦ ଯା ବିଶ୍ବ ଜନ ପାଏ

    ପବିତ୍ର ହୁଅନ୍ତି ଜନ

ସ୍ରୋତ ପରି ଧାଏଁ ଭକ୍ତ ଜନ ବନ୍ଧୁ

    ପୁରୀ ବିଜେ ଭଗବାନ।

ଦୂଃଖୀର ଦୁଃଖ କୁ ନିକଟରୁ ବୁଝି

     ତାହା ପାଇଁ ପ୍ରତିକାର

ଭକ୍ତ ବୁଝି ପାରେ ଭକ୍ତ ଜାଣି ପାରେ

     ପ୍ରଭୁ କଲେ ଯେ ଉଦ୍ଧାର।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା।

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

କବିତା – ସ୍ଵତନ୍ତ୍ର ମୋ ଉତ୍କଳ ଭୁମି

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀଙ୍କ ଦୃଢ଼ ପଦକ୍ଷେପ: ବାବନ୍ଧ ଗ୍ରାମ ସାନ ସାହି ରେ ନଳକୂପ ଖନନ

Leave a Comment

error: Content is protected !!