ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ବଡ଼ଦାଣ୍ଡ ରଥ ତା ଉପରେ ଛତା

    ଚାହିଁ ଦେଲେ ତା ମୁହଁକୁ

ରଥରେ ବସିଛି ଦାରୁର ଦେବତା

    ଦର୍ଶନ ଭକ୍ତ ଜନକୁ।

ଜନ ମନ ଧରି ଆଣ ଭକ୍ତ ବନ୍ଧୁ

    ଦୟାବାନ କୃପାସିନ୍ଧୁ

ତୋ ଶଂଖ ଧ୍ବନି ରେ ଭକ୍ତ ହୁଏ ମୁଗ୍ଧ

     ଭକ୍ତ ପାଇଁ ଦୁଃଖୀ ବନ୍ଧୁ।

ତୁମକୁ ଦର୍ଶନ ଦେଖା ଦେଲା ପରେ

       ଅନ୍ତର ବଢୁଛି ଭାବ

ଦିନକୁ ଦିନରେ ଭକ୍ତ ଭାବ ବଢ଼େ

    ତୋ ସ୍ଥାନ ପ୍ରସିଦ୍ଧ ହବ।

ମହାପ୍ରସାଦ ଯା ବିଶ୍ବ ଜନ ପାଏ

    ପବିତ୍ର ହୁଅନ୍ତି ଜନ

ସ୍ରୋତ ପରି ଧାଏଁ ଭକ୍ତ ଜନ ବନ୍ଧୁ

    ପୁରୀ ବିଜେ ଭଗବାନ।

ଦୂଃଖୀର ଦୁଃଖ କୁ ନିକଟରୁ ବୁଝି

     ତାହା ପାଇଁ ପ୍ରତିକାର

ଭକ୍ତ ବୁଝି ପାରେ ଭକ୍ତ ଜାଣି ପାରେ

     ପ୍ରଭୁ କଲେ ଯେ ଉଦ୍ଧାର।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା।

Related posts

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

ରାସ୍ତା ନ ଥିବାରୁ ବର କନିଆ ଟ୍ରାକ୍ଟର ରେ ଗଲେ

ୟୁରିଆ ସାର ଚୋରା ଚାଲାଣ ଘଟଣା, ଗାଡି ଡ୍ରାଇଭର କୁ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!