ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଲିଆପାଲି ଠାରେ ସୁଭଦ୍ରା ଶକ୍ତି ରିଟେଲ ମାର୍ଟ ଉଦଘାଟିତ

ଖଲିଆପାଲି ଠାରେ ସୁଭଦ୍ରା ଶକ୍ତି ରିଟେଲ ମାର୍ଟ ଉଦଘାଟିତ

ଜୁନାଗଡ (ମ ନି ସ):- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଳିଆପାଲି ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଶକ୍ତି ରିଟେଲ ମାର୍ଟ ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନୀ ଉତ୍ସବରେ ବି ପି ସି ରାଜେନ୍ଦ୍ର ମଝିଆସେଠ, ବି ଏଲ ସି ଅଜୟ ମାଝୀ, ବି ଏଲ ସି ଯଦୁନନ୍ଦନ ମେହେର ଯୋଗଦେଇ ଥିଲେ। ଏଥିରେ ଖଲିଆପାଲି ଜି ପି ଏଲ ଏଫ ସଭାନେତ୍ରୀ, ସମ୍ପାଦିକା ଓ ଏମବିକେ, ସିଆରପି, ଇ ସି ମେମ୍ବର ଆଉ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ଯୋଗ ଦେଇ ଥିଲେ। ସୁଭଦ୍ରା ଶକ୍ତି ରିଟେଲ ମାର୍ଟ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହିଳା ସ୍ବାବଲମ୍ବୀ ହେବା ସହ ନିଜର ବାଣିଜ୍ୟ ବିକାଶ କରିବା ସହ ପରିବାର ପ୍ରତିପୋଷଣ କରିବା। ଏହି ରିଟେଲ ମାର୍ଟ ଦ୍ଵାରା ସୁଲଭ ମୂଲ୍ୟରେ ବିଭିନ୍ନ ଖାଉଟି ଜିନିଷ କିରାନା ଦୋକାନ ଦ୍ଵାରା, ବସ୍ତ୍ର ଉପଯୋଗୀ ସାମଗ୍ରୀ ଟେଲରିଂ ଦ୍ଵାରା ଗ୍ରାମ ପଞ୍ଚାୟତ ମହିଳା ଏହି ଯୋଜନା ଫଳରେ ପାଇ ପାରିବେ। ଗୋଲାମୁଣ୍ଡା ବ୍ଲକ ଅନେକ ଗ୍ରାମ ପଂଚାୟତ ଏହି ଯୋଜନା କାର୍ଯ୍ୟକାରୀ ହୋଇ ଥିବାରୁ ମହିଳା ଉପକୃତ ହେଉ ଥିବା ଜନ ସାଧାରଣ ମତ ପ୍ରକାଶ ।

ଜଗାଜ୍ଜିବନ ସାଙ୍କ ରିପୋର୍ଟ

Related posts

ବିଦ୍ୟାଳୟ ନ ଯାଇ ଦରମା ପାଉଛନ୍ତି ଶିକ୍ଷୟତ୍ରୀ

ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନର ୧୫ତମ ଶପଥ ଗ୍ରହଣ ଉତ୍ସବ

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ଦିନ ଉପଲକ୍ଷେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ

Leave a Comment

error: Content is protected !!