ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ପରିସରରେରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର ବ୍ଳକ ପରିସରରେରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

ରାଇରଙ୍ଗପୁର : ୧୬/୧୦ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ଆଜି ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିଵିର ଆଜି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ବିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ  କାର୍ଯ୍ୟକ୍ରମରେ ମୁଖଯ ଅତିଥି ସାଂସଦ ଶ୍ରୀ ନବ ଚରଣ ମାଝୀ , ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ତହସିଲଦାର ଭବାନୀ ପ୍ରସାଦ ସାହୁ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମବାରି ମୁର୍ମୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଦାସ ଓ ବିଧାୟକଙ୍କ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।

ଏହି ଅବସରୟେ ମାନ୍ୟବର ସାଂସଦ କହିଥିଲେ. ଭିନ୍ନକ୍ଷମ ମାନେ ସାଧାରଣ ଭାବେ ସକ୍ଷମ ନ ହେଲେବି ସ୍ୱତନ୍ତ୍ର ଭାବେ ସକ୍ଷମ. ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଉପଯୁକ୍ତଭାବେ ସାମର୍ଥ୍ୟ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ହେଉଛି ଏହି ଶିବିରର ମୂଳ ଲକ୍ଷ୍ୟ ।.ତେଣୁ ରାଇରଙ୍ଗପୁର ବ୍ଲକ ଓ ସହରାଞ୍ଚଳର ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଶିବିରକୁ ଆସି ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଉଦିଷ୍ଟ ଯୋଜନାର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ । ରାଇରଙ୍ଗପୁର ବ୍ଲକ ତଥା ପୌରପାଳିକା ଅଂଚଳର ପ୍ରାୟ ୧୦୮ଜଣ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ ।ବାରିପଦା ଓ ରାଇରଙ୍ଗପୁର ଡାକ୍ତରଖାନାର ବିଭିନ୍ନ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଚି଼ହ୍ନଟ କରିଥିଲେ. ଶିବିର ରେ ଆଜି ଅସ୍ଥି ଶଲ୍ୟ ରେ ୩୨ଜଣ , ପକ୍ଷାଘାତ ରେ ୧୪ଜଣ , ଦୃଷ୍ଟିବାଧିତରେ ୧୬ଜଣ, ମାନସିକ ଅନଗ୍ରସର ରେ ୧୫ ଜଣ, ଇ ଏନ ଟି ରେ ୧୧ଜଣ, ମାଇନର ସର୍ଜରୀ ପାଇଁ ୦୯ ଜଣଙ୍କୁ ଚି଼ହ୍ନଟ କରାଯାଇଥିଲା.।

ସେହିପରି ଵାଣିଶ୍ରୀ ମେଧା ବୃତ୍ତି ପାଇଁ ୦୨ଜଣ , ଡି ଆର ଆଇ ଋଣ ପାଇଁ ୦୫ ଜଣ, ଭତ୍ତା ପାଇଁ ୨୫ଜଣଙ୍କୁ ଚୟନ କରାଯାଇଛି. ୦୫ଜଣଙ୍କୁ ସହାୟତା ଉପକରଣ,୩୫ ଜଣଙ୍କୁ ବସ ପାସ, ଇନକମ ପ୍ରମାଣ ପତ୍ର ପାଇଁ ୩୦ଜଣ , ଦକ୍ଷତା ତାଲିମ ପ୍ରଦାନ ପାଇଁ ଜଣଙ୍କୁ ଏବଂ ହାଉସିଂ ପାଇଁ ଜଣଙ୍କୁ ମନୋନୀତ କରାଯାଇଛି.।ଏହି ଅବସରରେ ମୁଖ୍ୟ ଅତିଥି ୫ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ, ହୁଇଲ ଚେୟାର ଇତ୍ୟାଦି ସହାୟତା ଉପକରଣ ବଣ୍ଟନ କରିଥିଲେ.।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ନୂଆ – ଓ କାର୍ଯ୍ୟକ୍ରମର +୩ ଛାତ୍ର ଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ

masiha

ରାଇରଙ୍ଗପୁରରେ ରାଜ୍ୟ ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ବିଭିନ୍ନ ପ୍ରଳ୍ପ ପରିଦର୍ଶନ 

masiha

ଵିଜାତଳା ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!