ସେବା ସଂକଳ୍ପ ଅଭିଯାନ ଅବସରରେ ରକ୍ତଦାନ ଶିବିର
ନବରଙ୍ଗପୁର:(୧୬|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଳା ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନବରଙ୍ଗପୁର ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀମାନଙ୍କ ସହଯୋଗରେ ସେବା ସଂକଳ୍ପ ଅଭିଯାନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାଃ ସୁବାଶିଷ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଡାଃ ତନ୍ମୟ ଦିକ୍ଷିତ, ଡାଃ ପ୍ରଣବ ସ୍ଵର୍ଣକାର,ଡାଃ ଅସିତ୍ କର, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପାଞ୍ଜଳୀ ସାମଲ, ଗୋଷ୍ଟୀ କାର୍ଯ୍ୟକ୍ରମ ପରିଚାଳକ ସୁରେଶ ବେହେରା ପ୍ରମୁଖଙ୍କ ସହଯୋଗରେ ରକ୍ତଦାନ ଶିବିରରେ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l
ମମତା ସ୍କିମ ଉପରେ ତାଲିମ ପ୍ରଦାନ
ନବରଙ୍ଗପୁର:(୧୬|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଳା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ମମତା ସ୍କିମ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ସମ୍ମନୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନତୀ ଦାଶ ଅଙ୍ଗନବାଡି କର୍ମୀ ମାନଙ୍କୁ ମମତା ସ୍କିମ ଉପରେ ବ୍ୟାପକ ତାଲିମ ପ୍ରଦାନ କରିଥିଲେ l ମମତା ପି ଏ ମନାବର ସୁଲତାନ, ଆଇ ସି ଡି ଏସ ସୁପର ଭାଇଜର ୪ ଜଣ ସହଯୋଗ କରିଥିବା ବେଳେ ଅନ୍ୟୁନ ୭୦ ଜଣ ଅଙ୍ଗନବାଡି କର୍ମୀ ତାଲିମ ପାଇଁ ଯୋଗ ଦେଇ ତାଲିମ ପାଇଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

